ଦିଲ୍ଲୀ ପୋଲିସକୁ ବଡ ସଫଳତା, ୩ଲକ୍ଷର ମୁଣ୍ଡ ଜାମିନ୍ ଥିବା ISIS ଆତଙ୍କୀ ରିଜୱାନ ଗିରଫ
ନୂଆଦିଲ୍ଲୀ ୯/୮: ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଓ NIA କୁ ସଫଳତା । ଧରାପଡିଲା ISIS ଆତଙ୍କୀ ରିଜୱାନ ଅବଦୁଲ ହାଜି ଅଲ୍ଲି । ଶୁକ୍ରବାର ଭୋର୍ ସମୟରେ ରିଜୱାନକୁ ଗିରଫ କରିଛି ସ୍ପେଶାଲ ସେଲ୍ । ରିଜୱାନ ନିକଟରୁ ବହୁ ମାରଣାସ୍ତ୍ର ଓ ବିସ୍ପୋରକ ସାମଗ୍ରୀ ଜବତ ହୋଇଛି । ରିଜୱାନ ମୁଣ୍ଡରେ ୩ ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏବେ ସ୍ପେଶାଲ ସେଲ୍ ତାକୁ ପଚରାଉଚରା କରି ଅନେକ ତଥ୍ୟ ଯୋଗାଡ କରୁଛି । ଆତଙ୍କୀ ରିଜୱାନ ଦିଲ୍ଲୀର ଦରିୟାଗଞ୍ଜ ଅଞ୍ଚଳ ବାସିନ୍ଦା । ସେ ପୁନେର ISIS ସଂଗଠନର ଆତଙ୍କବାଦୀ । ଏହି ସଂଗଠନର ଅନେକ ବଡ ବଡ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିସାରିଲାଣି । ତେବେ ଅନେକ ଦିନରୁ ପୋଲିସ ଆଖିରେ ଧୂଳି ଦେଇ ଫେରାର ଥିଲା ରିଜୱାନ । ଏହି ସଂଗଠନର ଆତଙ୍କୀମାନେ ଦିଲ୍ଲୀ ଓ ମୁମ୍ବାଇର ବହୁ VVIP ଅଞ୍ଚଳରେ ହମ୍ଲା କରିବା ପାଇଁ ପ୍ଲାନ କରିଥିଲେ । ତା ପରଠାରୁ NIA ଟାର୍ଗେଟରେ ଥିଲା ରିଜୱାନ ।ଗତ ବର୍ଷ ଜୁଲାଇ ମାସରେ NIA ପୁନେରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର,ବିସ୍ଫୋରକ ସାମଗ୍ରୀଓ ISIS ସାମଗ୍ରୀ ପତ୍ରିକା ଜବତ କରିଥିଲା । ଏହି ମାମଲାରେ ୧୩ ଜଣଙ୍କ ନାଁରେ ଚାର୍ଜସିଟ୍ ଫାଇଲ୍ ହୋଇଥିଲା । ଚଳିତ ବର୍ଷ ମାର୍ଚ୍ଚରେ ସେହି ମାମଲାରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ ହୋଇଥିଲା । ସେଥିରେ ରିଜୱାନ ନାଁ ସାମିଲ ଥିଲା । ତା ପରଠାରୁ ରିଜୱାନକୁ ଧରିବାକୁ ଜାଲ ବିଛାଇଥିଲା
ନୂଆଦିଲ୍ଲୀ ୯/୮: ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଓ NIA କୁ ସଫଳତା । ଧରାପଡିଲା ISIS ଆତଙ୍କୀ ରିଜୱାନ ଅବଦୁଲ ହାଜି ଅଲ୍ଲି । ଶୁକ୍ରବାର ଭୋର୍ ସମୟରେ ରିଜୱାନକୁ ଗିରଫ କରିଛି ସ୍ପେଶାଲ ସେଲ୍ । ରିଜୱାନ ନିକଟରୁ ବହୁ ମାରଣାସ୍ତ୍ର ଓ ବିସ୍ପୋରକ ସାମଗ୍ରୀ ଜବତ ହୋଇଛି । ରିଜୱାନ ମୁଣ୍ଡରେ ୩ ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏବେ ସ୍ପେଶାଲ ସେଲ୍ ତାକୁ ପଚରାଉଚରା କରି ଅନେକ ତଥ୍ୟ ଯୋଗାଡ କରୁଛି ।
ଆତଙ୍କୀ ରିଜୱାନ ଦିଲ୍ଲୀର ଦରିୟାଗଞ୍ଜ ଅଞ୍ଚଳ ବାସିନ୍ଦା । ସେ ପୁନେର ISIS ସଂଗଠନର ଆତଙ୍କବାଦୀ । ଏହି ସଂଗଠନର ଅନେକ ବଡ ବଡ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିସାରିଲାଣି । ତେବେ ଅନେକ ଦିନରୁ ପୋଲିସ ଆଖିରେ ଧୂଳି ଦେଇ ଫେରାର ଥିଲା ରିଜୱାନ । ଏହି ସଂଗଠନର ଆତଙ୍କୀମାନେ ଦିଲ୍ଲୀ ଓ ମୁମ୍ବାଇର ବହୁ VVIP ଅଞ୍ଚଳରେ ହମ୍ଲା କରିବା ପାଇଁ ପ୍ଲାନ କରିଥିଲେ । ତା ପରଠାରୁ NIA ଟାର୍ଗେଟରେ ଥିଲା ରିଜୱାନ ।
ଗତ ବର୍ଷ ଜୁଲାଇ ମାସରେ NIA ପୁନେରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର,ବିସ୍ଫୋରକ ସାମଗ୍ରୀଓ ISIS ସାମଗ୍ରୀ ପତ୍ରିକା ଜବତ କରିଥିଲା । ଏହି ମାମଲାରେ ୧୩ ଜଣଙ୍କ ନାଁରେ ଚାର୍ଜସିଟ୍ ଫାଇଲ୍ ହୋଇଥିଲା । ଚଳିତ ବର୍ଷ ମାର୍ଚ୍ଚରେ ସେହି ମାମଲାରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ ହୋଇଥିଲା । ସେଥିରେ ରିଜୱାନ ନାଁ ସାମିଲ ଥିଲା । ତା ପରଠାରୁ ରିଜୱାନକୁ ଧରିବାକୁ ଜାଲ ବିଛାଇଥିଲା ପୋଲିସ ।