ଦେଶର ଧନୀ ବ୍ୟକ୍ତି ଜଣେ ଡିଫଲ୍ଟର, ଏଏମଆରଡିଏରେ ରହିଛି ୪୩୧୮ କୋଟିର ବକେୟା
ନୂଆଦିଲ୍ଲୀ: ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ । ବିଶ୍ବର ଧନୀ ତାଲିକାରେ ମଧ୍ୟ ସେ ୧୧ ତମ ସ୍ଥାନରେ ରହିଛନ୍ତି।ନିକଟରେ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବାହାଘର ବି ସରିଛି। ଏହି ହାଇପ୍ରୋଫାଇଲ ବାହାଘର, ଆଉ ବାହାଘରର ବଜେଟକୁ ନେଇବି ବେଶ୍ ଚର୍ଚ୍ଚା। ଦେଶର ସବୁଠୁ ଧନୀ ବ୍ୟକ୍ତିଙ୍କ ପୁଅ ବାହାଘର ଯେତେବେଳେ ଚର୍ଚ୍ଚା ହେବା ମଧ୍ୟ ସ୍ବାଭାବିକ।ହେଲେ କ’ଣ ଆପଣ ଜାଣନ୍ତି ଦେଶ ତଥା ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ହେଉଛନ୍ତି ଜଣେ ଡିଫଲ୍ଟର।ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆରଟିଆଇ କର୍ମୀ ଅନୀଲ ଗଲଗଲୀ ଏମଏମଆରଡିଏ ଉପରେ ରହିଥିବା ବକେୟା ଜାଣିବାକୁ ଆବେଦନ କରିଥିଲେ। ଆବେଦନରେ ସେ, ବକେୟା ରଖିଥିବା ବ୍ୟକ୍ତି, ସେମାନଙ୍କୁ ଜାରି ନୋଟିସ ଏବଂ ବକେୟା ରାଶିର ବିବରଣୀ ଜାଣିବାକୁ ଚାହିଥିଲେ। ଆଉ ଏହି ତଥ୍ୟ ଅନୁଯାୟୀ, ଅମ୍ବାନୀ ୫ ଡିଫଲ୍ଟରଙ୍କ ମଧ୍ୟରେ ରହିଛନ୍ତି। ଅମ୍ବାନୀଙ୍କ ଉପରେ ୪,୩୮୧ କୋଟି ଟଙ୍କାର ବକେୟା ଥିବାବେଳେ ସମୁଦାୟ ବକେୟା ୫,୮୧୮ କୋଟିର ରହିଛି।ଏମଏମଆରଡିଏ ୫ ଡିଫଲ୍ଟରଙ୍କୁ ୨୦୧୭ ସେପ୍ଟମ୍ବର ୧୨ରେ ଡିଫଲ୍ଟରଙ୍କୁ ନୋଟିସ ମଧ୍ୟ ଜାରି କରିଥିବା କୁହାଯାଇଛି। ଏମିତିକି ଏବେବି ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି ୫ କମ୍ପାନି ହେଉଛନ୍ତି M/s ରିଲାଏନ୍ସ, ନମନ ହୋଟେଲ, ଅମ୍ବାନୀ ଫାଉଣ୍ଡେସନ, ଆଇଏନଏସ ଏବଂ ରଘୁଲୀଲା ବିଲ୍ଡର୍ସ।ମୁକେଶ ଅମ୍ବାନୀଙ୍କ M/
ନୂଆଦିଲ୍ଲୀ: ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ । ବିଶ୍ବର ଧନୀ ତାଲିକାରେ ମଧ୍ୟ ସେ ୧୧ ତମ ସ୍ଥାନରେ ରହିଛନ୍ତି।ନିକଟରେ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବାହାଘର ବି ସରିଛି। ଏହି ହାଇପ୍ରୋଫାଇଲ ବାହାଘର, ଆଉ ବାହାଘରର ବଜେଟକୁ ନେଇବି ବେଶ୍ ଚର୍ଚ୍ଚା। ଦେଶର ସବୁଠୁ ଧନୀ ବ୍ୟକ୍ତିଙ୍କ ପୁଅ ବାହାଘର ଯେତେବେଳେ ଚର୍ଚ୍ଚା ହେବା ମଧ୍ୟ ସ୍ବାଭାବିକ।ହେଲେ କ’ଣ ଆପଣ ଜାଣନ୍ତି ଦେଶ ତଥା ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ହେଉଛନ୍ତି ଜଣେ ଡିଫଲ୍ଟର।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆରଟିଆଇ କର୍ମୀ ଅନୀଲ ଗଲଗଲୀ ଏମଏମଆରଡିଏ ଉପରେ ରହିଥିବା ବକେୟା ଜାଣିବାକୁ ଆବେଦନ କରିଥିଲେ। ଆବେଦନରେ ସେ, ବକେୟା ରଖିଥିବା ବ୍ୟକ୍ତି, ସେମାନଙ୍କୁ ଜାରି ନୋଟିସ ଏବଂ ବକେୟା ରାଶିର ବିବରଣୀ ଜାଣିବାକୁ ଚାହିଥିଲେ। ଆଉ ଏହି ତଥ୍ୟ ଅନୁଯାୟୀ, ଅମ୍ବାନୀ ୫ ଡିଫଲ୍ଟରଙ୍କ ମଧ୍ୟରେ ରହିଛନ୍ତି। ଅମ୍ବାନୀଙ୍କ ଉପରେ ୪,୩୮୧ କୋଟି ଟଙ୍କାର ବକେୟା ଥିବାବେଳେ ସମୁଦାୟ ବକେୟା ୫,୮୧୮ କୋଟିର ରହିଛି।ଏମଏମଆରଡିଏ ୫ ଡିଫଲ୍ଟରଙ୍କୁ ୨୦୧୭ ସେପ୍ଟମ୍ବର ୧୨ରେ ଡିଫଲ୍ଟରଙ୍କୁ ନୋଟିସ ମଧ୍ୟ ଜାରି କରିଥିବା କୁହାଯାଇଛି। ଏମିତିକି ଏବେବି ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।
ଏହି ୫ କମ୍ପାନି ହେଉଛନ୍ତି M/s ରିଲାଏନ୍ସ, ନମନ ହୋଟେଲ, ଅମ୍ବାନୀ ଫାଉଣ୍ଡେସନ, ଆଇଏନଏସ ଏବଂ ରଘୁଲୀଲା ବିଲ୍ଡର୍ସ।ମୁକେଶ ଅମ୍ବାନୀଙ୍କ M/s ରିଲାଏନ୍ସ ଉପରେ ରହିଛି ଏହି ୪,୩୮୧ କୋଟି ଟଙ୍କାର ବକେୟା। M/s ରିଲାଏନ୍ସ ଉପରେ ଜିଓ କନଭେନସନ ସେଣ୍ଟର ପାଇଁ ୪,୩୮୧ କୋଟି ଟଙ୍କାର ଲିଜ୍ ବକେୟା ରାଶି ରହିଛି। ଏହା ବାଦ୍, M/s ରିଲାଏନ୍ସର ସ୍ବାମିତ୍ବରେ ଥିବା ଓ୍ବାନ୍ ବିକେସି ଉପରେ ମେସର୍ସ ରଘୁଲୀଲା ବିଲଡର୍ସ ଅନୁଯାୟୀ, ୧,୧୨୩ କୋଟି ଟଙ୍କା ବକେୟା ରହିଛି।ସେହିଭଳି ଅନ୍ୟ ଡିଫଲ୍ଟରଙ୍କ ମଧ୍ୟରେ ରହିଛି ଆଇଏନଏସ ୧୮୧.୩୫ କୋଟି, ଅମ୍ବାନୀ ଫାଉଣ୍ଡେସନ ୮.୧୫ କୋଟି, ଏବଂ ନମନ ହୋଟେଲ ଲିମିଟେଡ ୪୮.୯୨ କୋଟି।
ତେବେ ଲିଗାଲ ନୋଟିସ୍, ଆଇନଗତ ଲଢ଼େଇ ଏମିତିକି ପେନାଲ୍ଟି ସତ୍ତ୍ବେ ମଧ୍ୟ ଏହି ବକେୟା ଆଦାୟ ହୋଇପାରିନାହିଁ। ଆହୁରି ମଧ୍ୟ କୁହାଯାଇଛି, ଏମଏମଆରଡିଏ ଡିଫଲଟରଙ୍କ ପ୍ରତି ଉଦାରତା ଦେଖାଇଛି। ଏମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରିନାହିଁ। ଏମଏମଆରଡିଏ ମାମଲା ନ୍ୟାୟିକ ବିଚାରାଧୀନ ରହିବା ଉପରେ ଜୋର୍ ଦେଉଛି।