ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା,୧୮୦୦ କୋଟି ଟଙ୍କାର ଆୟକର ନୋଟିସ୍
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆୟକର ବିଭାଗରୁ ବଡ଼ ଝଟକା। ଟ୍ୟାକ୍ସ ରିଟର୍ଣ୍ଣରେ ଅନିୟମିତତା ପାଇଁ କଂଗ୍ରେସକୁ ୧୮୨୩.୦୮ କୋଟି ଟଙ୍କାର ନୋଟିସ୍ ଜାରି କରିଛି ଆୟକର ବିଭାଗ । ସେପଟେ ଏହି ପ୍ରସଙ୍ଗକୁ ନେଇ ବିଜେପିକୁ ଟାର୍ଗେଟ କରିଛି ଦଳ।କଂଗ୍ରେସ ମହାସଚିବ ଜୟରାମ ରମେଶ ଏହାକୁ ଲୋକସଭା ନିର୍ବାଚନ ପୂର୍ବରୁ ‘ଟ୍ୟାକ୍ସ ଆତଙ୍କବାଦ’ ବୋଲି କହିଛନ୍ତି।ସେହିପରି ଦଳର କୋଷାଧ୍ୟକ୍ଷ ଅଜୟ ମାକନ ଅଭିଯୋଗ କରିଛନ୍ତି ଯେ, ଯେଉଁ ମାପଦଣ୍ଡ ଆଧାରରେ କଂଗ୍ରେସକୁ ଜରିମାନା ନୋଟିସ୍ ଦିଆଯାଇଛି, ସେହି ଆଧାରରେ ବିଜେପିକୁ ମଧ୍ୟ ୪୬୦୦ କୋଟି ଟଙ୍କାରୁ ଅଧିକ ପେମେଣ୍ଟ ପାଇଁ ମଧ୍ୟ ବିଜେପିକୁ ନୋଟିସ୍ ହେବା ଦରକାର।ଏହା ସହ ସେ କହିଛନ୍ତି ‘‘ପୂର୍ବରୁ ହିଁ ଆୟକର ବିଭାଗ ଆମର ବ୍ୟାଙ୍କ ଆକାଉଣ୍ଟରୁ ୧୩୫ କୋଟି ଟଙ୍କା କାଢ଼ି ସାରିଛି। ଆୟକର ଅଧିକାରୀଙ୍କ ଦ୍ବାରା ୨୧୦ କୋଟି ଟଙ୍କାର ଜରିମାନା ଲଗାଇବା ଏବଂ ବ୍ୟାଙ୍କ୍ ଆକାଉଣ୍ଟ ଅଚଳ କରିବା କାରଣରୁ କଂଗ୍ରେସ ପୂର୍ବରୁ ହିଁ ଅର୍ଥାଭାବର ସାମ୍ନା କରୁଛି। ପାର୍ଟୀକୁ ହାଇକୋର୍ଟରୁ ମଧ୍ୟ କୌଣସି ଆଶ୍ବସ୍ତି ମିଳିନାହିଁ, ଖୁବ୍ଶୀଘ୍ର ସୁପ୍ରିମକୋର୍ଟ ଯିବେ।ସେ ଆହୁରି ଦାବି କରିଛନ୍ତି କଂଗ୍ରେସକୁ ଆର୍ଥିକ ଭାବରେ ପଙ୍ଗୁ କରାଯାଉଛି। ଲୋକସଭା ନିର୍ବାଚନ ପୂର୍ବରୁ ଏଭଳି ଜାଣିଶୁଣି କରାଯାଉଛି।
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆୟକର ବିଭାଗରୁ ବଡ଼ ଝଟକା। ଟ୍ୟାକ୍ସ ରିଟର୍ଣ୍ଣରେ ଅନିୟମିତତା ପାଇଁ କଂଗ୍ରେସକୁ ୧୮୨୩.୦୮ କୋଟି ଟଙ୍କାର ନୋଟିସ୍ ଜାରି କରିଛି ଆୟକର ବିଭାଗ । ସେପଟେ ଏହି ପ୍ରସଙ୍ଗକୁ ନେଇ ବିଜେପିକୁ ଟାର୍ଗେଟ କରିଛି ଦଳ।କଂଗ୍ରେସ ମହାସଚିବ ଜୟରାମ ରମେଶ ଏହାକୁ ଲୋକସଭା ନିର୍ବାଚନ ପୂର୍ବରୁ ‘ଟ୍ୟାକ୍ସ ଆତଙ୍କବାଦ’ ବୋଲି କହିଛନ୍ତି।
ସେହିପରି ଦଳର କୋଷାଧ୍ୟକ୍ଷ ଅଜୟ ମାକନ ଅଭିଯୋଗ କରିଛନ୍ତି ଯେ, ଯେଉଁ ମାପଦଣ୍ଡ ଆଧାରରେ କଂଗ୍ରେସକୁ ଜରିମାନା ନୋଟିସ୍ ଦିଆଯାଇଛି, ସେହି ଆଧାରରେ ବିଜେପିକୁ ମଧ୍ୟ ୪୬୦୦ କୋଟି ଟଙ୍କାରୁ ଅଧିକ ପେମେଣ୍ଟ ପାଇଁ ମଧ୍ୟ ବିଜେପିକୁ ନୋଟିସ୍ ହେବା ଦରକାର।
ଏହା ସହ ସେ କହିଛନ୍ତି ‘‘ପୂର୍ବରୁ ହିଁ ଆୟକର ବିଭାଗ ଆମର ବ୍ୟାଙ୍କ ଆକାଉଣ୍ଟରୁ ୧୩୫ କୋଟି ଟଙ୍କା କାଢ଼ି ସାରିଛି। ଆୟକର ଅଧିକାରୀଙ୍କ ଦ୍ବାରା ୨୧୦ କୋଟି ଟଙ୍କାର ଜରିମାନା ଲଗାଇବା ଏବଂ ବ୍ୟାଙ୍କ୍ ଆକାଉଣ୍ଟ ଅଚଳ କରିବା କାରଣରୁ କଂଗ୍ରେସ ପୂର୍ବରୁ ହିଁ ଅର୍ଥାଭାବର ସାମ୍ନା କରୁଛି। ପାର୍ଟୀକୁ ହାଇକୋର୍ଟରୁ ମଧ୍ୟ କୌଣସି ଆଶ୍ବସ୍ତି ମିଳିନାହିଁ, ଖୁବ୍ଶୀଘ୍ର ସୁପ୍ରିମକୋର୍ଟ ଯିବେ।ସେ ଆହୁରି ଦାବି କରିଛନ୍ତି କଂଗ୍ରେସକୁ ଆର୍ଥିକ ଭାବରେ ପଙ୍ଗୁ କରାଯାଉଛି। ଲୋକସଭା ନିର୍ବାଚନ ପୂର୍ବରୁ ଏଭଳି ଜାଣିଶୁଣି କରାଯାଉଛି।