ଆସାମ ଗଣଦୁଷ୍କର୍ମ ମାମଲା; ପୋଖରୀକୁ ଡେଇଁ ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ସୂଚନା
ନୂଆଦିଲ୍ଲୀ: ଆସାମ ଧୀଙ୍ଗ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ତାପଜୁଲ ଇସ୍ଲାମ ମୃତ୍ୟୁ ହୋଇଛି । କ୍ରାଇମ୍ସିନ୍ ରିକ୍ରିଏଟ୍ ବେଳେ ଅଭିଯୁକ୍ତ ଫେରାର୍ ହେବାକୁ ଉଦ୍ୟମ କରି ପୋଖରୀରୁ ଡେଇଁପଡ଼ିଥିଲା । ଫଳରେ ପାଣିରେ ବୁଡ଼ି ପ୍ରାଣ ହରାଇଛି ଆସାମ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ । ଶନିବାର ଭୋର୍ ପ୍ରାୟ ୪ଟା ସମୟରେ ଏହି ଘଟଣା ଘଟିଛି। ପୋଲିସ ତାପଜୁଲ ଇସ୍ଲାମର ମୃତଦେହ ଉଦ୍ଧାର କରିଛି ।ସୂଚନା ଅନୁଯାୟୀ, ଆସାମ ଗଣଦୁଷ୍କର୍ମ ମାମଲାରେ ଧୀଙ୍ଗ ପୋଲିସ ମୁଖ୍ୟ ଅଭିଯୁକ୍ତ ତାଫଜୁଲ ଇସ୍ଲାମକୁ କ୍ରାଇମ୍ ସ୍ପଟ୍କୁ ନେଇଥିଲେ । ଆଜି ଭୋର୍ ପ୍ରାୟ ୪ଟା ବେଳେ ଘଟଣାସ୍ଥଳରେ କ୍ରାଇମ୍ସିନ ରିକ୍ରିଏଟ୍ ହୋଇଥାନ୍ତା । ହେଲେ ଏହି ସମୟରେ ଅଭିଯୁକ୍ତ ତାପଜୁଲ ଇସ୍ଲାମ୍ ପୋଲିସ୍ ଗାଡ଼ିରୁ ଫେରାର୍ ହେବାକୁ ଉଦ୍ୟମ କରିଥିଲା । ନିକଟରେ ଥିବା ଏକ ପୋଖରୀକୁ ଡେଇଁପଡ଼ିଥିଲା ଆସାମ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ । ପୋଖରୀ ପ୍ରାୟ ୨ ଘଣ୍ଟା ରେସକ୍ୟୁ ଅପରେସନ ପରେ ତାପଜୁଲ ଇସ୍ଲାମ୍ ମୃତଦେହ ଉଦ୍ଧାର କରିଛି ପୋଲିସ ।ଧୀଙ୍ଗ ଦୁଷ୍କର୍ମ ମାମଲାରେ ପୋଲିସ ବହୁ ଛାନଭିନ ପରେ ଶୁକ୍ରବାର ଅଭିଯୁକ୍ତକୁ ଗିରଫ କରିଥିଲା । ତାଫଜୁଲ ଇସ୍ଲାମ୍ ଗଣ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି ସୂଚନା ଦେଇଥିଲା ପୋଲିସ । ଜଣେ ପୋଲିସ ଅଧିକାରୀ କହିଛନ୍ତି, ଏହି ଘଟଣା ଆସାମର ଧୀଙ୍ଗ ଅଞ୍ଚଳରେ ହୋଇଛି । ଗୁରୁବାର ସଂଧ୍ୟାରେ ଛାତ୍ରୀ ଜଣଙ୍କ
ନୂଆଦିଲ୍ଲୀ: ଆସାମ ଧୀଙ୍ଗ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ତାପଜୁଲ ଇସ୍ଲାମ ମୃତ୍ୟୁ ହୋଇଛି । କ୍ରାଇମ୍ସିନ୍ ରିକ୍ରିଏଟ୍ ବେଳେ ଅଭିଯୁକ୍ତ ଫେରାର୍ ହେବାକୁ ଉଦ୍ୟମ କରି ପୋଖରୀରୁ ଡେଇଁପଡ଼ିଥିଲା । ଫଳରେ ପାଣିରେ ବୁଡ଼ି ପ୍ରାଣ ହରାଇଛି ଆସାମ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ । ଶନିବାର ଭୋର୍ ପ୍ରାୟ ୪ଟା ସମୟରେ ଏହି ଘଟଣା ଘଟିଛି। ପୋଲିସ ତାପଜୁଲ ଇସ୍ଲାମର ମୃତଦେହ ଉଦ୍ଧାର କରିଛି ।
ସୂଚନା ଅନୁଯାୟୀ, ଆସାମ ଗଣଦୁଷ୍କର୍ମ ମାମଲାରେ ଧୀଙ୍ଗ ପୋଲିସ ମୁଖ୍ୟ ଅଭିଯୁକ୍ତ ତାଫଜୁଲ ଇସ୍ଲାମକୁ କ୍ରାଇମ୍ ସ୍ପଟ୍କୁ ନେଇଥିଲେ । ଆଜି ଭୋର୍ ପ୍ରାୟ ୪ଟା ବେଳେ ଘଟଣାସ୍ଥଳରେ କ୍ରାଇମ୍ସିନ ରିକ୍ରିଏଟ୍ ହୋଇଥାନ୍ତା । ହେଲେ ଏହି ସମୟରେ ଅଭିଯୁକ୍ତ ତାପଜୁଲ ଇସ୍ଲାମ୍ ପୋଲିସ୍ ଗାଡ଼ିରୁ ଫେରାର୍ ହେବାକୁ ଉଦ୍ୟମ କରିଥିଲା । ନିକଟରେ ଥିବା ଏକ ପୋଖରୀକୁ ଡେଇଁପଡ଼ିଥିଲା ଆସାମ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ । ପୋଖରୀ ପ୍ରାୟ ୨ ଘଣ୍ଟା ରେସକ୍ୟୁ ଅପରେସନ ପରେ ତାପଜୁଲ ଇସ୍ଲାମ୍ ମୃତଦେହ ଉଦ୍ଧାର କରିଛି ପୋଲିସ ।
ଧୀଙ୍ଗ ଦୁଷ୍କର୍ମ ମାମଲାରେ ପୋଲିସ ବହୁ ଛାନଭିନ ପରେ ଶୁକ୍ରବାର ଅଭିଯୁକ୍ତକୁ ଗିରଫ କରିଥିଲା । ତାଫଜୁଲ ଇସ୍ଲାମ୍ ଗଣ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି ସୂଚନା ଦେଇଥିଲା ପୋଲିସ । ଜଣେ ପୋଲିସ ଅଧିକାରୀ କହିଛନ୍ତି, ଏହି ଘଟଣା ଆସାମର ଧୀଙ୍ଗ ଅଞ୍ଚଳରେ ହୋଇଛି । ଗୁରୁବାର ସଂଧ୍ୟାରେ ଛାତ୍ରୀ ଜଣଙ୍କ ଟ୍ୟୁସନରୁ ଫେରୁଥିବା ବେଳେ ତାଙ୍କ ସହିତ ଗୁଣଦୁଷ୍କର୍ମ ହୋଇଥିଲା । ସ୍ଥାନୀୟ ଲୋକ ନାବାଳିକାକୁ ରାସ୍ତା ପାର୍ଶ୍ବରେ ବହୋସ୍ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ତାଙ୍କୁ ଉଦ୍ଧାର ହସ୍ପିଟାଲରେ ଭର୍ତ୍ତି କରିଥିଲା ।