ଆସାମ ରେ କର୍ମରତ ବାୟୁସେନା କର୍ମଚାରୀ ଙ୍କ ବିୟୋଗ।

ଗୋପାଳପୁର,୧୩/୦୩ ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ ଇନ୍ଦ୍ରାକ୍ଷି ପଞ୍ଚାୟତର ଇନ୍ଦ୍ରାକ୍ଷି ଗ୍ରାମର ଇନ୍ଦ୍ରମଣି ସାହୁ (୩୮)ଙ୍କ ଆସାମ ଠାରେ ଅକାଳ ବିୟୋଗ ଘଟିଛି। ମୃତକ ଇନ୍ଦ୍ରମଣି ବାୟୁସେନା ରେ କାର୍ଯ୍ୟରତ ଥିବା ସହ ନିଜ କାର୍ଯାଳୟ ରେ ଡିୟ୍ୟଟି ଥିବା ବେଳେ ହଠାତ୍ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ । ସହକର୍ମୀ ମାନେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ତାଙ୍କର ରେ ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଖବର ଗାଁ ରେ ପହଞ୍ଚିବା କ୍ଷଣି ବାପା […] The post ଆସାମ ରେ କର୍ମରତ ବାୟୁସେନା କର୍ମଚାରୀ ଙ୍କ ବିୟୋଗ। appeared first on Odisha.News.

ଆସାମ ରେ କର୍ମରତ ବାୟୁସେନା କର୍ମଚାରୀ ଙ୍କ ବିୟୋଗ।

ଗୋପାଳପୁର,୧୩/୦୩
ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ ଇନ୍ଦ୍ରାକ୍ଷି ପଞ୍ଚାୟତର ଇନ୍ଦ୍ରାକ୍ଷି ଗ୍ରାମର ଇନ୍ଦ୍ରମଣି ସାହୁ (୩୮)ଙ୍କ ଆସାମ ଠାରେ ଅକାଳ ବିୟୋଗ ଘଟିଛି। ମୃତକ ଇନ୍ଦ୍ରମଣି ବାୟୁସେନା ରେ କାର୍ଯ୍ୟରତ ଥିବା ସହ ନିଜ କାର୍ଯାଳୟ ରେ ଡିୟ୍ୟଟି ଥିବା ବେଳେ ହଠାତ୍ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ । ସହକର୍ମୀ ମାନେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ତାଙ୍କର ରେ ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଖବର ଗାଁ ରେ ପହଞ୍ଚିବା କ୍ଷଣି ବାପା ରୂପାଙ୍ଗ ସାହୁ ଓ ଦାଦା ନଟବର ସାହୁ ସମେତ ପୂରା ପରିବାର ଦୁଃଖରେ ଭାଙ୍ଗିପଡ଼ିଛନ୍ତି।ଦିବଙ୍ଗତ ଇନ୍ଦ୍ରମଣିଙ୍କ ପତ୍ନୀ ସୁନୀତାଙ୍କ ସମେତ ଦୁଇ ଝିଅ ମନୀଷା (୬) ଓ ହନିଷା (୩) ଅଛନ୍ତି। ବୁଧବାର ବିଳମ୍ୱିତ ରାତିରେ ଶବ ପହଞ୍ଚିବା ନେଇ ପରିବାର ପକ୍ଷରୁ ଜଣାପଡ଼ିଛି ।ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଆସାମ ରାଜ୍ୟର ଜୋରାହାଟ ଠାରେ ମୃତକ
ଇନ୍ଦ୍ରମଣି ବାୟୁସେନା ଅଧୀନରେ କାର୍ଯ୍ୟରତ ଥିଲେ। ଜୋରାହାଟ ବାୟୁସେନା ପକ୍ଷରୁ ଇନ୍ଦ୍ରମଣିଙ୍କ ପାର୍ଥିବ ଶରୀରକୁ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ କଲିକତା ବିମାନ ବନ୍ଦର କୁ ଅଣାଯାଇ ସେଠାରୁ ଭୁବନେଶ୍ୱର ଅଣାଯିବ। ଭୁବନେଶ୍ୱର ଠାରୁ ଗ୍ରାମକୁ ଅଣାଯିବ।ଗାଁର ଜବାନ ପୁଅ ଇନ୍ଦ୍ରମଣି ଙ୍କ ମର ଶରୀରକୁ ଶ୍ରଦ୍ଧାଞ୍ଜଳି ଜଣାଇ ଶେଷକୃତ୍ୟ ସମ୍ପର୍ଣ୍ଣ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଗ୍ରାମବାସୀଙ୍କ ଦ୍ବାରା କରାଯାଇଛି। ଗୁରୁବାର ଭୋର୍ ସକାଳେ ଇନ୍ଦ୍ରମଣି ଙ୍କ ପାର୍ଥିବ ଶରୀର ନିଜ ଜନ୍ମମାଟି ଇନ୍ଦ୍ରାଖି ଗ୍ରାମରେ ପହଂଚିବା ପରେ ଗୋଳାବନ୍ଧ ଏଡିଜେ କଲେଜ ର ଯବାନ ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡଅଫ ଅନର ଦିଆ ଯାଇ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପୂର୍ଣ କରାଯିବ।ସେନିଜ ଗାଁ ଇନ୍ଦ୍ରାଖି ପ୍ରାଥମିକ ସ୍କୁଲ ରେ ପାଠ ପଢି କେଲୁଆପଲ୍ଲୀ ହାଇସ୍କୁଲରେ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ବ୍ରହ୍ମପୁର ଆଇଟିଆଇ ଛାତ୍ର ଥିଲେ। ଡିପ୍ଲୋମା ମଧ୍ୟ କରିଥିଲେ ତାପରେ ଇନ୍ଦ୍ରମଣି ପ୍ରଥମେ ୨୦୧୧ମସିହା ରେ ଭାରତୀୟ ବାୟୁସେନା ଦିଲ୍ଲୀ ରେ ଯୋଗଦେଇଥିଲେ। ବାୟୁସେନାର ବିଭିନ୍ନ ସ୍ଥାନ ରେ ଚାକିରୀ କରି ଯୋରାହାଟ୍ ରେ ୬ମାସ କାର୍ଯ୍ୟକାଳ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି।ବାପା ରୁପାଙ୍ଗ ସାହୁ ଙ୍କ ୨ଜଣ ପୁଅଙ୍କ ମଧ୍ୟରୁ ଇନ୍ଦ୍ରମଣି (ମଣ୍ଟୁ)ହେଉଛନ୍ତି ବଡ଼ପୁଅ, ମଣ୍ଟୁ ଗାଁରେ ସେ ସମସ୍ତ ଙ୍କ ସହ ମେଳାପି ଥିଲେ I ଗାଁ କୁ ଫେବୃୟାରୀ ୨ତାରିଖରେ ଆସି ମାର୍ଚ୍ଚ ୪ତାରିଖରେ କାର୍ଯ୍ୟରେ ଜଏନ କରିଥିଲେ। ତାଙ୍କର ଦେହାନ୍ତ ଖବର ଶୁଣି ବାପା ମା ମର୍ମାହତ ହୋଇ ପଡ଼ିଛନ୍ତି।ଆଜି ତାଙ୍କର ଜନ୍ମସ୍ଥାନ ଇନ୍ଦ୍ରାଖି ଗ୍ରାମକୁ ଆର୍ମୀ ଏଡିଜେ କଲେଜ ପକ୍ଷରୁ ଏକ ଟିମ୍ ଆସି ଶେଷ କୃତ୍ୟ ସଂପନ୍ନ ପାଇଁ ଜାଗା ନିରୁପଣ କରି ଫେରିଛନ୍ତି।

The post ଆସାମ ରେ କର୍ମରତ ବାୟୁସେନା କର୍ମଚାରୀ ଙ୍କ ବିୟୋଗ। appeared first on Odisha.News.