ଆସାମରେ ନାବାଳିକା ଦୁଷ୍କର୍ମକୁ ନେଇ ଉତ୍ତେଜନା, ସଡ଼କକୁ ଓହ୍ଲାଇଲେ ହଜାର ହଜାର ଲୋକ
ନାଗାଓଁ: ଆସାମ ନାଗାଓଁ ଜିଲ୍ଲାରେ ଏକ ୧୪ ବର୍ଷର ନାବାଳିକା ପ୍ରତି ଗଣ ଦୁଷ୍କର୍ମ କରାଯାଇଛି। ଘଟଣା ଜଣାପଡିବା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣା ସେତେବେଳେ ହୋଇଛି ଯେତେବେଳେ ନାବାଳିକାଟି ଟ୍ୟୁସନରୁ ଘରକୁ ଫେରୁଥିଲା। ଘଟଣା ଲୋକଙ୍କୁ ଉତ୍ତେଜିତ କରିଥିବା ବେଳେ ଷ୍ଟୁଡେଣ୍ଟ ୟୁନିୟନ ବନ୍ଦ ଡାକରା ଦେଇଛି। ଝିଅଟି ଟ୍ୟୁସନରୁ ଫେରିବା ରାସ୍ତାରେ ୩ ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲା। ଦୁଷ୍କର୍ମକାରୀ ତାକୁ ରାସ୍ତାକଡରେ ଅଚେତ ଅବସ୍ଥାରେ ଛାଡି ପଳାଇଥିଲେ। ଛାତ୍ରୀକୁ ଅଚେତ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ମାତ୍ରେ ପୋଲିସ ପହଞ୍ଚି ନାବାଳିକାକୁ ଉଦ୍ଧାର କରି ସ୍ଥାନୀୟ ଢିଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲା। ହସ୍ପିଟାଲରେ ବାଳିକା ସହିତ ଦୁଷ୍କର୍ମ ହୋଇଥିବା ଜଣାପଡିଛି। ଏହି ଘଟଣା ପରେ ବଡ଼ ଧରଣର ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। ଷ୍ଟୁଡେଣ୍ଟ ୟୁନିୟନ ସ୍ଥାନୀୟ ଅଞ୍ଚଳରେ ବନ୍ଦ ଡାକରା ଦେଇଛି। ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ ମାମଲାରେ ୨ ଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କୁ ଏବେ ପଚରା ଉଚରା କରାଯାଉଥିବା ବେଳେ ଅନ୍ୟମାନଙ୍କର ସନ୍ଧାନ ନିଆଯାଉଛି। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱଶର୍ମା କହିଛନ୍ତି ଯେ ଯେଉଁ ଅପରାଧୀମାନେ ନାବାଳିକା ପ୍ରତି ଏପରି ଜଘନ୍ୟ ଅପରାଧ ପାଇଁ ସାହାସ କରିପାରିଲେ ସେମାନଙ୍କୁ ଆଇନ କ୍ଷମା
ନାଗାଓଁ: ଆସାମ ନାଗାଓଁ ଜିଲ୍ଲାରେ ଏକ ୧୪ ବର୍ଷର ନାବାଳିକା ପ୍ରତି ଗଣ ଦୁଷ୍କର୍ମ କରାଯାଇଛି। ଘଟଣା ଜଣାପଡିବା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣା ସେତେବେଳେ ହୋଇଛି ଯେତେବେଳେ ନାବାଳିକାଟି ଟ୍ୟୁସନରୁ ଘରକୁ ଫେରୁଥିଲା। ଘଟଣା ଲୋକଙ୍କୁ ଉତ୍ତେଜିତ କରିଥିବା ବେଳେ ଷ୍ଟୁଡେଣ୍ଟ ୟୁନିୟନ ବନ୍ଦ ଡାକରା ଦେଇଛି। ଝିଅଟି ଟ୍ୟୁସନରୁ ଫେରିବା ରାସ୍ତାରେ ୩ ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲା। ଦୁଷ୍କର୍ମକାରୀ ତାକୁ ରାସ୍ତାକଡରେ ଅଚେତ ଅବସ୍ଥାରେ ଛାଡି ପଳାଇଥିଲେ।
ଛାତ୍ରୀକୁ ଅଚେତ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ମାତ୍ରେ ପୋଲିସ ପହଞ୍ଚି ନାବାଳିକାକୁ ଉଦ୍ଧାର କରି ସ୍ଥାନୀୟ ଢିଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲା। ହସ୍ପିଟାଲରେ ବାଳିକା ସହିତ ଦୁଷ୍କର୍ମ ହୋଇଥିବା ଜଣାପଡିଛି। ଏହି ଘଟଣା ପରେ ବଡ଼ ଧରଣର ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। ଷ୍ଟୁଡେଣ୍ଟ ୟୁନିୟନ ସ୍ଥାନୀୟ ଅଞ୍ଚଳରେ ବନ୍ଦ ଡାକରା ଦେଇଛି। ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ ମାମଲାରେ ୨ ଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କୁ ଏବେ ପଚରା ଉଚରା କରାଯାଉଥିବା ବେଳେ ଅନ୍ୟମାନଙ୍କର ସନ୍ଧାନ ନିଆଯାଉଛି।
ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱଶର୍ମା କହିଛନ୍ତି ଯେ ଯେଉଁ ଅପରାଧୀମାନେ ନାବାଳିକା ପ୍ରତି ଏପରି ଜଘନ୍ୟ ଅପରାଧ ପାଇଁ ସାହାସ କରିପାରିଲେ ସେମାନଙ୍କୁ ଆଇନ କ୍ଷମା ଦେବ ନାହିଁ। ମୁଖ୍ୟମନ୍ତ୍ରୀ ଘଟଣାର କଡ଼ା ନିନ୍ଦା କରିବା ସହିତ ଏହାକୁ ମାନବତା ବିରୋଧରେ ଅପରାଧ ବୋଲି କହିଛନ୍ତି। ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆସାମ ପୋଲିସ ମହାନିର୍ଦ୍ଦେଶକଙ୍କୁ ଘଟନାସ୍ଥଳ ଗସ୍ତ କରିବାକୁ ଓ ଅଭିଯୁକ୍ତଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।