ଆସିପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ୩ କି.ମି. ବୁହାହେଲେ ଗର୍ଭବତୀ
ଦଶମନ୍ତପୁର, ୨୯ା୨ (ଅରବିନ୍ଦ ନାୟକ ): କମୁନି ଜନନୀ ଯନ୍ତ୍ରଣା । ରାସ୍ତା ଖରାପ ଯୋଗୁ ଗାଁକୁ ଆମ୍ବୁଲାନ୍ସ ନ ଆସିପାରିବାରୁ ଜଣେ ଗର୍ଭବତୀଙ୍କୁ ଗ୍ରାମବାସୀ ଷ୍ଟ୍ରେଚରରେ ବୋହି ଡାକ୍ତରଖାନା ଆଣିବା ପରି ଦୃଶ୍ୟ ବୁଧବାର ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ। ତାଙ୍କୁ ୩ କି.ମି. ଷ୍ଟ୍ରେଚରରେ ବୋହି ଡାକ୍ତରଖାନା ଅଣାଯାଇଥିବା ଜଣାପଡିଛି। ଖବରରୁ ଜଣାପଡିଛି, ଦଶମନ୍ତପୁର ବ୍ଲକ ଗାଦିଆଗୁଡ଼ା ପଞ୍ଚାୟତ ଡୁମୁରିଗୁଡ଼ା ଗ୍ରାମ ଆଦିବାସୀ ସାହିର ନୀଳ ସାଉଁନ୍ତାଙ୍କ ସ୍ତ୍ରୀ ସୁକାରୀ (୩୫) […] The post ଆସିପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ୩ କି.ମି. ବୁହାହେଲେ ଗର୍ଭବତୀ appeared first on Dharitri Odia News.
ଦଶମନ୍ତପୁର, ୨୯ା୨ (ଅରବିନ୍ଦ ନାୟକ ): କମୁନି ଜନନୀ ଯନ୍ତ୍ରଣା । ରାସ୍ତା ଖରାପ ଯୋଗୁ ଗାଁକୁ ଆମ୍ବୁଲାନ୍ସ ନ ଆସିପାରିବାରୁ ଜଣେ ଗର୍ଭବତୀଙ୍କୁ ଗ୍ରାମବାସୀ ଷ୍ଟ୍ରେଚରରେ ବୋହି ଡାକ୍ତରଖାନା ଆଣିବା ପରି ଦୃଶ୍ୟ ବୁଧବାର ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ। ତାଙ୍କୁ ୩ କି.ମି. ଷ୍ଟ୍ରେଚରରେ ବୋହି ଡାକ୍ତରଖାନା ଅଣାଯାଇଥିବା ଜଣାପଡିଛି।
ଖବରରୁ ଜଣାପଡିଛି, ଦଶମନ୍ତପୁର ବ୍ଲକ ଗାଦିଆଗୁଡ଼ା ପଞ୍ଚାୟତ ଡୁମୁରିଗୁଡ଼ା ଗ୍ରାମ ଆଦିବାସୀ ସାହିର ନୀଳ ସାଉଁନ୍ତାଙ୍କ ସ୍ତ୍ରୀ ସୁକାରୀ (୩୫) ଗର୍ଭବତୀ ଥିଲେ। ତାଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହେବା ପରେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ମଧ୍ୟ ଗ୍ରାମକୁ ଭଲ ରାସ୍ତା ନ ଥିବାରୁ ୧୦୮ ଆମ୍ବୁଲାନ୍ସ ଆସିପାରି ନ ଥିଲା। ଫଳରେ ଗ୍ରାମର ଭାଗବାନ ସାଉନ୍ତା, ବୃନ୍ଦାବନ ସାଉଁନ୍ତା, ସୋମନାଥ ସାଉଁନ୍ତା, ଈଶ୍ୱର ସାଉଁନ୍ତା ଏବଂ ଆମ୍ବୁଲାନ୍ସ କର୍ମଚାରୀ ମିଶି ଷ୍ଟ୍ରେଚରରେ ସୁକାରୀଙ୍କୁ ୩ କି.ମି. ଦୂର ତାମିଲି ଛକ ଯାଏ ବୋହି ନେଇ ସେଠାରୁ ଦଶମନ୍ତପୁର ଡାକ୍ତରଖାନା ନେଇଥିଲେ। ସେଠାରେ ମହିଳା ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଜଣାପଡିଛି। ଗ୍ରାମକୁ ରାସ୍ତା ନ ଥିବାରୁ ସବୁବେଳେ ଏହି ସମସ୍ୟା ଲାଗିରହିଛି। ବ୍ଳକ ଓ ଜିଲା ପ୍ରଶାସନ ଗ୍ରାମକୁ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
The post ଆସିପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ୩ କି.ମି. ବୁହାହେଲେ ଗର୍ଭବତୀ appeared first on Dharitri Odia News.