ଆସିଲା ଜିଲ୍ଲାପାଳଙ୍କ ନିଷ୍ପତ୍ତି: ଜାଣନ୍ତୁ କେଉଁଠି ସକାଳୁଆ ସ୍କୁଲ, କେଉଁଠି ରହିବ ବନ୍ଦ
ଭୁବନେଶ୍ୱର: ସ୍କୁଲ ଛୁଟି ନିଷ୍ପତ୍ତି ଜିଲ୍ଲାପାଳଙ୍କର। ପ୍ରବଳ ଖରା ଏବଂ ଗୁଳୁଗୁଳିକୁ ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳାଇଛନ୍ତି ରାଜ୍ୟ ସରକାର। ପାଗକୁ ଦେଖି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ସ୍କୁଲ ଛୁଟି ନିଷ୍ପତ୍ତି ନେବେ। ତେବେ ପାଗ ଅନୁକୂଳ ଥିବା ଜିଲ୍ଲାରେ ସକାଳ ସାଢେ ୬ରୁ ସାଢେ ୧୦ଟା ଯାଏ ପାଠପଢା ଚାଲିବ। ଆସନ୍ତା ୨୦ ତାରିଖ ଗୁରୁବାର ଯାଏ ଏହି ନିଷ୍ପତ୍ତି ବଳବତ୍ତର ରହିବ। ଖରା ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ତେବେ ଜିଲ୍ଲାପାଳ ମାନେ ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ଦେଖି ସରକାରୀ, ବେସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି ଓ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରିଛନ୍ତି। ଭଦ୍ରକ, ନୂଆପଡ଼ା, ସୁନ୍ଦରଗଡ଼, ମୟୁରଭଞ୍ଜ, ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, କେନ୍ଦ୍ରାପଡ଼ା ସ୍କୁଲ ଛୁଟି ରହିବ। ଗଞ୍ଜାମ ଜିଲ୍ଲାରେ ସବୁ ସ୍କୁଲ ୨୦ ତାରିଖ ଯାଏ ବନ୍ଦ ରହିବ। ନୟାଗଡ଼ ଜିଲ୍ଲାରେ ୧୮ ଓ ୧୯ ତାରିଖରେ ସ୍କୁଲ ବନ୍ଦ ରହିବ। ସେହିପରି ଖୋର୍ଦ୍ଧା, କଟକ, ଢେଙ୍କାନାଳ, ନବରଙ୍ଗପୁର ଓ ଜଗତସିଂହପୁରରେ ସକାଳୁଆ ସ୍କୁଲ ହେବ।କେନ୍ଦ୍ରାପଡ଼ା- ଆସନ୍ତାକାଲି ଜିଲାର ସମସ୍ତ ସ୍କୁଲ ଛୁଟି ରହିବ। ୧୯ ତାରିଖରେ ଖୋଲିବ ସ୍କୁଲ। ୧୯ ତାରିଖ ଠାରୁ ହେବ ସକାଳୁଆ ସ୍କୁଲ। ସକାଳ 6.30 ରୁ 10.30 ହେବ ପ
ଭୁବନେଶ୍ୱର: ସ୍କୁଲ ଛୁଟି ନିଷ୍ପତ୍ତି ଜିଲ୍ଲାପାଳଙ୍କର। ପ୍ରବଳ ଖରା ଏବଂ ଗୁଳୁଗୁଳିକୁ ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳାଇଛନ୍ତି ରାଜ୍ୟ ସରକାର। ପାଗକୁ ଦେଖି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ସ୍କୁଲ ଛୁଟି ନିଷ୍ପତ୍ତି ନେବେ। ତେବେ ପାଗ ଅନୁକୂଳ ଥିବା ଜିଲ୍ଲାରେ ସକାଳ ସାଢେ ୬ରୁ ସାଢେ ୧୦ଟା ଯାଏ ପାଠପଢା ଚାଲିବ। ଆସନ୍ତା ୨୦ ତାରିଖ ଗୁରୁବାର ଯାଏ ଏହି ନିଷ୍ପତ୍ତି ବଳବତ୍ତର ରହିବ। ଖରା ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ।
ତେବେ ଜିଲ୍ଲାପାଳ ମାନେ ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ଦେଖି ସରକାରୀ, ବେସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି ଓ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରିଛନ୍ତି।
ଭଦ୍ରକ, ନୂଆପଡ଼ା, ସୁନ୍ଦରଗଡ଼, ମୟୁରଭଞ୍ଜ, ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, କେନ୍ଦ୍ରାପଡ଼ା ସ୍କୁଲ ଛୁଟି ରହିବ। ଗଞ୍ଜାମ ଜିଲ୍ଲାରେ ସବୁ ସ୍କୁଲ ୨୦ ତାରିଖ ଯାଏ ବନ୍ଦ ରହିବ। ନୟାଗଡ଼ ଜିଲ୍ଲାରେ ୧୮ ଓ ୧୯ ତାରିଖରେ ସ୍କୁଲ ବନ୍ଦ ରହିବ। ସେହିପରି ଖୋର୍ଦ୍ଧା, କଟକ, ଢେଙ୍କାନାଳ, ନବରଙ୍ଗପୁର ଓ ଜଗତସିଂହପୁରରେ ସକାଳୁଆ ସ୍କୁଲ ହେବ।
- କେନ୍ଦ୍ରାପଡ଼ା- ଆସନ୍ତାକାଲି ଜିଲାର ସମସ୍ତ ସ୍କୁଲ ଛୁଟି ରହିବ। ୧୯ ତାରିଖରେ ଖୋଲିବ ସ୍କୁଲ। ୧୯ ତାରିଖ ଠାରୁ ହେବ ସକାଳୁଆ ସ୍କୁଲ। ସକାଳ 6.30 ରୁ 10.30 ହେବ ପାଠପଢା। ଏନେଇ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ସୂଚନା ଦେଇଛନ୍ତି।
- ଯାଜପୁର- ଯାଜପୁର ଜିଲ୍ଲାରେ ତିନିରୁ ଚାରିଦିନ ସକାଳୁଆ ଖୋଲିବ ସମସ୍ତ ବିଦ୍ୟାଳୟ। ଯାଜପୁର ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି।
- ଭଦ୍ରକ- ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା।
- ଖୋର୍ଦ୍ଧା- ପାଣିପାଗ ବିଭାଗ ସୂଚନା ଓ ଖୋର୍ଦ୍ଧା ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରି ତଥା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ଆସନ୍ତା ଜୁନ୍ ୧୮ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୬.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ନେଇ ସମୟ ନିର୍ଘଣ୍ଟ କରାଯାଇଛି।
- କଟକ-୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ସକାଳୁଆ ଚାଲିବ କଟକ ଜିଲ୍ଲାର ସମସ୍ତ ସ୍କୁଲ। ସକାଳ ୬.୩୦ ରୁ ୧୦ .୩୦ ପର୍ଯ୍ୟନ୍ତ ହେବ ପାଠପଢ଼ା। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାପାଳ ନେଲେ ନିଷ୍ପତ୍ତି।
- ଝାରସୁଗୁଡା- ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଝାରସୁଗୁଡା ଜିଲ୍ଲାରେ ଗୋଟିଏ ଦିନ ଛୁଟି ବଢ଼ାଇଛନ୍ତି ଜିଲ୍ଲାପାଳ। ଆସନ୍ତାକାଲି ସ୍କୁଲ ଛୁଟି ରହିବା ୧୯ ଓ ୨୦ ତାରିଖରେ ସକାଳ ସାଢେ଼ ୬ ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ।
- ଢେଙ୍କାନାଳ: ଆସନ୍ତା କାଲି ଠାରୁ ୨୦ତାରିଖ ଯାଏଁ ସମସ୍ତ ସ୍କୁଲ ସକାଳୁଆ/ ସକାଳ ୬.୩୦ ରୁ ୧୦ଟା ୩୦ମିନିଟ ଯାଏଁ ସ୍କୁଲ ରହିବ ଖୋଲା।
- ବାଲେଶ୍ୱର- ଆସନ୍ତାକାଲି ବାଲେଶ୍ବର ଜିଲ୍ଲାରେ ସବୁ ସ୍କୁଲ ଛୁଟି ରହିବ। ୧୯ ତାରିଖରୁ ସବୁ ସ୍କୁଲ ସକାଳ ସାଢ଼େ ୬ରୁ ସାଢ଼େ ୧୦ ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ।
- ଗଞ୍ଜାମ- ଜିଲ୍ଲାରେ ୨୦ ଯାଏଁ ସ୍କୁଲ ଛୁଟି। ଆସନ୍ତା ୨୦ ତାରିଖ ଯାଏଁ ଗଞ୍ଜାମ ଜିଲ୍ଲାରେ ସ୍କୁଲ ଛୁଟି ରହିବ। ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ନେଇ ‘ଏକ୍ସ’ରେ DEO ସୂଚନା ଦେଇଛନ୍ତି।
- ନୟାଗଡ- ଜିଲ୍ଲାରେ ୧୮ ଏବଂ ୧୯ ଦୁଇଦିନ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ଏନେଇ ଘୋଷଣା କଲେ ନୟାଗଡ ଜିଲ୍ଲାପାଳ ସ୍ବଧାଦେବ ସିଂ। ୨୦ ରୁ ୨୨ ପର୍ଯ୍ୟନ୍ତ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ ସ୍କୁଲ୍।
- ନୂଆପଡ଼ା- ନୂଆପଡ଼ା ଜିଲ୍ଲାରେ ବନ୍ଦ ରହିବ ସ୍କୁଲ। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ।
ସକାଳ ସାଢ଼େ ୬ରୁ ସାଢ଼େ ୧୦ ଯାଏଁ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦୁଝର, ଦେବଗଡ଼, ଜଗତସିଂହପୁର, ଅନୁଗୁଳ, ଖୋର୍ଦ୍ଧାରେ ସକାଳୁଆ ସ୍କୁଲ ହେବ। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଦେଶ ବଳବତ୍ତର ରହିବ। ନବରଙ୍ଗପୁର ଜିଲ୍ଲାର ପାଣିପାଗକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକ ଆସନ୍ତାକାଲି ୧୮ ତାରିଖ ଠାରୁ ୨୨ ତାରିଖ ୫ ଦିନ ଯାଏଁ ସକାଳ ୬.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ।
ସେହିପରି ବଲାଙ୍ଗିର, ସୁନ୍ଦରଗଡ଼, କୋରାପୁଟ, ସୁବର୍ଣ୍ଣପୁର, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରେ ଆସନ୍ତା 20 ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ।
ସେପଟେ ମୌସୁମୀ ପ୍ରବେଶ କରିଥିଲେ ବି ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ। ପ୍ରବଳ ଖରା ଏବଂ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ତାତି ଆହୁରି ୩ ଦିନ କଲବଲ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥର ୪ଦିନ ଆଗରୁ ରାଜ୍ୟରେ ମୌସୁମୀ ପ୍ରବେଶ କରିଥିଲା। ଆଶା କରାଯାଉଥିଲା ଏଥର ଆଗୁଆ ମୌସୁମୀ ବର୍ଷା ହେବ। ମାତ୍ର ଦିନ ଗଡ଼ି ଗଡ଼ି ଚାଲିଛି।
୧୯ ତାରିଖ ଯାଏ ଉପକୂଳ ଓଡ଼ିଶାରେ ଗରମ ସାଙ୍ଗକୁ ପ୍ରଚଣ୍ଡ ଗୁଳୁଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ପାଇଁ ୧୧ ଜିଲ୍ଲାକୁ ୱାର୍ଣିଂ ଜାରି କରାଯାଇଛି। ୨୦ ତାରିଖରେ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁରରେ ପ୍ରବଳ ବର୍ଷା ସମ୍ଭାବନାକୁ ଦେଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।