କୋଟାର ହଷ୍ଟେଲ୍‌ରେ ବିସ୍ଫୋରଣ, ୭ ଜଣ ଗୁରୁତର

ନୂଆଦିଲ୍ଲୀ ୧୪।୦୪: ରବିବାର ସକାଳ ପ୍ରାୟ ୬ଟା ସମୟରେ ରାଜସ୍ଥାନର କୋଟାସ୍ଥିତ ଏକ ହଷ୍ଟେଲରେ ଟ୍ରାନ୍ସଫର୍ମର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଘଟିବା ମାତ୍ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଯେଉଁଥିରେ ୭ ଜଣ ପିଲା ଗୁରୁତର ଆହତ ହୋଇଥିଲେ। ଅନେକ ପିଲା ନିଜ ଜୀବନ ବଞ୍ଚାଇବା ପାଇଁ ଝରକାରୁ ଡେଇଁପଡିଥିଲେ। ହଷ୍ଟେଲର କର୍ମଚାରୀ ଏବଂ ଲୋକମାନେ ଉଦ୍ଧାର କାର୍ଯ୍ୟ କରି ହଷ୍ଟେଲରେ ଫସି ରହିଥିବା ପିଲାମାନଙ୍କୁ ଉଦ୍ଧାର କରିଥିଲେ।ବର୍ତ୍ତମାନ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି। ନିଜ ଜୀବନ ବଞ୍ଚାଇବା ପାଇଁ ଝରକାରୁ ଡେଇଁପଡିଥିବା ଛାତ୍ରମାନଙ୍କର ଫ୍ୟାକଚର ହୋଇଯାଇଛି। କୁହାଯାଉଛି ଯେ ହଷ୍ଟେଲରେ ପ୍ରାୟ ୭୦ ଜଣ ଛାତ୍ର ରହୁଥିଲେ, ଯେଉଁମାନେ ଇଞ୍ଜିନିୟରିଂ ଏବଂ ମେଡିକାଲ ପାଇଁ ପ୍ରସ୍ତୁତ ହେବା ପାଇଁ କୋଟାକୁ ଆସିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ପ୍ରାୟ ୨ଘଣ୍ଟା ଚେଷ୍ଟା ପରେ ନିଆଁ ଲିଭା ଯାଇଥିଲା।ବିଦ୍ୟୁତ୍ ବିଭାଗ ସହିତ ପୋଲିସ ଷ୍ଟେସନ ଏବଂ ଅଗ୍ନିଶମ ବିଭାଗ ଟିମ୍ ଟ୍ରାନ୍ସଫର୍ମରରେ ହୋଇଥିବା ବିସ୍ଫୋରଣର ତଦନ୍ତ କରୁଛନ୍ତି। ହଷ୍ଟେଲ ଭିତରେ ସ୍ଥାପିତ ଟ୍ରାନ୍ସଫର୍ମର ପାଇଁ ଅନୁମତି ଏବଂ NOC ନିଆଯାଇଛି କି ନାହିଁ ତାହା ଅନୁସନ୍ଧାନ କରାଯାଉଛି। ସମସ୍ତ ପିଲା ନିରାପଦରେ ଅଛନ୍ତି। କୌଣସି ଜୀବନ

କୋଟାର ହଷ୍ଟେଲ୍‌ରେ ବିସ୍ଫୋରଣ, ୭ ଜଣ ଗୁରୁତର

ନୂଆଦିଲ୍ଲୀ ୧୪।୦୪: ରବିବାର ସକାଳ ପ୍ରାୟ ୬ଟା ସମୟରେ ରାଜସ୍ଥାନର କୋଟାସ୍ଥିତ ଏକ ହଷ୍ଟେଲରେ ଟ୍ରାନ୍ସଫର୍ମର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଘଟିବା ମାତ୍ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଯେଉଁଥିରେ ୭ ଜଣ ପିଲା ଗୁରୁତର ଆହତ ହୋଇଥିଲେ। ଅନେକ ପିଲା ନିଜ ଜୀବନ ବଞ୍ଚାଇବା ପାଇଁ ଝରକାରୁ ଡେଇଁପଡିଥିଲେ। ହଷ୍ଟେଲର କର୍ମଚାରୀ ଏବଂ ଲୋକମାନେ ଉଦ୍ଧାର କାର୍ଯ୍ୟ କରି ହଷ୍ଟେଲରେ ଫସି ରହିଥିବା ପିଲାମାନଙ୍କୁ ଉଦ୍ଧାର କରିଥିଲେ।

ବର୍ତ୍ତମାନ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି। ନିଜ ଜୀବନ ବଞ୍ଚାଇବା ପାଇଁ ଝରକାରୁ ଡେଇଁପଡିଥିବା ଛାତ୍ରମାନଙ୍କର ଫ୍ୟାକଚର ହୋଇଯାଇଛି। କୁହାଯାଉଛି ଯେ ହଷ୍ଟେଲରେ ପ୍ରାୟ ୭୦ ଜଣ ଛାତ୍ର ରହୁଥିଲେ, ଯେଉଁମାନେ ଇଞ୍ଜିନିୟରିଂ ଏବଂ ମେଡିକାଲ ପାଇଁ ପ୍ରସ୍ତୁତ ହେବା ପାଇଁ କୋଟାକୁ ଆସିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ପ୍ରାୟ ୨ଘଣ୍ଟା ଚେଷ୍ଟା ପରେ ନିଆଁ ଲିଭା ଯାଇଥିଲା।

ବିଦ୍ୟୁତ୍ ବିଭାଗ ସହିତ ପୋଲିସ ଷ୍ଟେସନ ଏବଂ ଅଗ୍ନିଶମ ବିଭାଗ ଟିମ୍ ଟ୍ରାନ୍ସଫର୍ମରରେ ହୋଇଥିବା ବିସ୍ଫୋରଣର ତଦନ୍ତ କରୁଛନ୍ତି। ହଷ୍ଟେଲ ଭିତରେ ସ୍ଥାପିତ ଟ୍ରାନ୍ସଫର୍ମର ପାଇଁ ଅନୁମତି ଏବଂ NOC ନିଆଯାଇଛି କି ନାହିଁ ତାହା ଅନୁସନ୍ଧାନ କରାଯାଉଛି। ସମସ୍ତ ପିଲା ନିରାପଦରେ ଅଛନ୍ତି। କୌଣସି ଜୀବନ ହାନି ହୋଇନାହିଁ, କିନ୍ତୁ ବହୁ ଆର୍ଥିକ କ୍ଷତି ହୋଇଛି ।