ଆସିଲା ବିଜେପିର ସଂକଳ୍ପ ପତ୍ର; ମୋଦି କହିଲେ- ଆସନ୍ତା ୫ ବର୍ଷ ଯାଏଁ ମିଳିବ ମାଗଣା ରାସନ

'ମୋଦି କୀ ଗ୍ୟାରେଣ୍ଟି ୨୦୨୪' ନାଁରେ ବିଜେପି ପକ୍ଷରୁ ସଂକଳ୍ପ ପତ୍ର ଜାରି ହୋଇଥିବା ବେଳେ ଏଥର ଫୋକସରେ ରହିଛନ୍ତି ଗରିବ, ଯୁବକ, ନାରୀ ଓ ଅନ୍ନଦାତା ।

ଆସିଲା ବିଜେପିର ସଂକଳ୍ପ ପତ୍ର; ମୋଦି କହିଲେ- ଆସନ୍ତା ୫ ବର୍ଷ ଯାଏଁ ମିଳିବ ମାଗଣା ରାସନ

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହା ପୂର୍ବରୁ ଆଜି ଜାରି ହୋଇଛି ବିଜେପିର ସଂକଳ୍ପ ପତ୍ର । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 'ମୋଦି କୀ ଗ୍ୟାରେଣ୍ଟି ୨୦୨୪' ନାଁରେ ବିଜେପି ପକ୍ଷରୁ ସଂକଳ୍ପ ପତ୍ର ଜାରି ହୋଇଥିବା ବେଳେ ଏଥର ଫୋକସରେ ରହିଛନ୍ତି ଗରିବ, ଯୁବକ, ନାରୀ ଓ ଅନ୍ନଦାତା ।

ଦିଲ୍ଲୀ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନୀ ଇସ୍ତାହାର କମିଟିର ମୁଖ୍ୟ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏହି ସଂକଳ୍ପ ପତ୍ର ଜାରି କରାଯାଇଛି । ନିଜ ସକଂଳ୍ପ ପତ୍ରରେ ବିଜେପି ମୋଦିଙ୍କ ଗ୍ୟାରେଣ୍ଟି ଆଧାରାରେ ଦେଶର ସବୁ ବର୍ଗଙ୍କୁ ପ୍ରାଧାନ୍ୟ ଦେଇଛି ।

ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ଅନେକ ରାଜ୍ୟରେ ଆଜି ନବ ବର୍ଷ ପାଳନ ହେଉଛି। ଏଭଳି ଶୁଭ ଦିନରେ ବିଜେପି ନିଜ ସଂକଳ୍ପ ପତ୍ର ଜାରି କରିଛି । ଯୁବ ଭାରତର ଯୁବ ଆକାକ୍ଷା ଆମ ସଂକଳ୍ପ ପତ୍ରରେ ପ୍ରତିଫଳିତ । ‘ଡିଗ୍‌ନିଟି ଅଫ୍‌ ଲାଇଫ୍ ଓ କ୍ୱାଲିଟି ଅଫ୍ ଲାଇଫ୍’ ଆମର ଫୋକସ ବୋଲି ନିଜ ଭାଷଣରେ କହିଛନ୍ତି ମୋଦି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି 

-ଆସନ୍ତା ୫ ବର୍ଷ ଯାଏଁ ମାଗଣା ରାସନ ଜାରି ରହିବ

-ଦେଶରେ ଜନ ଔଷଧି କେନ୍ଦ୍ରର ବିସ୍ତାର ହେବ

-୭୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯିବ

-ଗରିବ କିମ୍ବା ମଧ୍ୟମ ବର୍ଗର ବ୍ୟକ୍ତି ସମସ୍ତେ ଉପକୃତ ହେବେ

-ପାଇପ ଯୋଗେ ଘରେ ଘରେ ଶସ୍ତାରେ ଗ୍ୟାସ ପହଞ୍ଚାଯିବ

-ମୁଦ୍ରା ଯୋଜନାରେ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ ବୃଦ୍ଧି କରାଯିବ

-ଗରିବଙ୍କ ପାଇଁ ଆହୁରି ୩ କୋଟି ଆବାସ ନିର୍ମାଣ ହେବ