ଆସିଲା ମିର୍ଜାପୁର-୩ର ଟିଜର, ଏହି ତାରିଖରେ ହେବ ମୁକ୍ତିଲାଭ

ନୂଆଦିଲ୍ଲୀ : ବହୁ ପ୍ରତିକ୍ଷୀତ ମିର୍ଜାପୁର-୩ର ଟିଜର ସାମ୍ନାକୁ ଆସିଛି । ନିର୍ମାତା ଆଜି ଏହାର ପ୍ରଥମ ଝଲକ ମଧ୍ୟ ଦେଖାଇଛନ୍ତି । ଏହା ସହିତ ମୁକ୍ତିଲାଭ ତାରିଖ ମଧ୍ୟ ଘୋଷଣା କରିଦେଇଛନ୍ତି । ମିର୍ଜାପୁରର ତୃତୀୟ ସିଜନ ୫ ଜୁଲାଇରେ ଭାରତ ସହିତ ବିଶ୍ବର ୨୪୦ ଦେଶରେ ଆମାଜନ ପ୍ରାଇମରେ ମୁକ୍ତିଲାଭ କରିବ ।   View this post on Instagram   A post shared by prime video IN (@primevideoin) […]

ଆସିଲା ମିର୍ଜାପୁର-୩ର ଟିଜର, ଏହି ତାରିଖରେ ହେବ ମୁକ୍ତିଲାଭ

ନୂଆଦିଲ୍ଲୀ : ବହୁ ପ୍ରତିକ୍ଷୀତ ମିର୍ଜାପୁର-୩ର ଟିଜର ସାମ୍ନାକୁ ଆସିଛି । ନିର୍ମାତା ଆଜି ଏହାର ପ୍ରଥମ ଝଲକ ମଧ୍ୟ ଦେଖାଇଛନ୍ତି । ଏହା ସହିତ ମୁକ୍ତିଲାଭ ତାରିଖ ମଧ୍ୟ ଘୋଷଣା କରିଦେଇଛନ୍ତି । ମିର୍ଜାପୁରର ତୃତୀୟ ସିଜନ ୫ ଜୁଲାଇରେ ଭାରତ ସହିତ ବିଶ୍ବର ୨୪୦ ଦେଶରେ ଆମାଜନ ପ୍ରାଇମରେ ମୁକ୍ତିଲାଭ କରିବ ।

 

View this post on Instagram

 

A post shared by prime video IN (@primevideoin)

ସିଜନ ୩ରେ ୧୦ ଏପିସୋଡ୍ସ ରହିବ । ନିର୍ମାତା ଏହାର ତାରିଖ ମଧ୍ୟ ଭିନ୍ନ ଢଙ୍ଗରେ ଘୋଷଣା କରିଛନ୍ତି । କହିରଖୁଛୁ ମିର୍ଜାପୁରର ପ୍ରଥମ ୨ ପାର୍ଟ ବହୁତ ଭଲ ଆୟ କରିବା ସହିତ ଦର୍ଶକଙ୍କ ମନ ଜିଣିପାରିଥିଲା । ସିଜନ ୨ରେ ଗୁଡ୍ଡୁ ଭେୟା ଓ ଗୋଲୁ ଗୁପ୍ତା ନିଜ ପ୍ରତିଶୋଧ ନେଉଥିବା ନଜର ଆସିଥିଲେ । ତେବେ ଆଗାମୀ କାହାଣୀ ଅତି ରୋଚକ ହେବ । ମୁକ୍ତିଲାଭ ପରେ ଆଗକୁ କ’ଣ ହେବ ତାହା ଜଣାପଡିବ ।