ଆସିଲାନି ଆମ୍ବୁଲାନ୍ସ, ଖଟରେ ବୁହାହେଲେ ଗର୍ଭବତୀ

ତୁମୁଡିବନ୍ଧ(ଦିପକ କୁମାର ପରାସେଠ): ଖଟରେ ୬ କିମି ବୁହାହେଲେ ଗର୍ଭବତୀ ମହିଳ। ଏଭଳିି ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଭଣ୍ଡାରଙ୍ଗି ପଞ୍ଚାୟତର ମାସ୍କା ଗୁଡ଼ା ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଦେଖିବାକୁ ମିଳିଛି। ସ୍ବାମୀ ଓ ତିନିଜଣ ମହିଳା ଖଟରେ ବୋହି ଆଣିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୂଚନା ଅନୁସାରେ ମାସ୍କା ଗୁଡ଼ା ଗ୍ରାମର କୁମାରୀ ମାଝି(୨୨)ଙ୍କୁ ସକାଳ ପ୍ରାୟ ୯ଟା ସମୟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସ୍ବାମୀ ପବିତ୍ର ମାଝୀ ଆଶା ଶାନ୍ତି ପାତ୍ରଙ୍କୁ […] The post ଆସିଲାନି ଆମ୍ବୁଲାନ୍ସ, ଖଟରେ ବୁହାହେଲେ ଗର୍ଭବତୀ appeared first on Dharitri Odia News.

ଆସିଲାନି ଆମ୍ବୁଲାନ୍ସ, ଖଟରେ ବୁହାହେଲେ ଗର୍ଭବତୀ

ତୁମୁଡିବନ୍ଧ(ଦିପକ କୁମାର ପରାସେଠ): ଖଟରେ ୬ କିମି ବୁହାହେଲେ ଗର୍ଭବତୀ ମହିଳ। ଏଭଳିି ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଭଣ୍ଡାରଙ୍ଗି ପଞ୍ଚାୟତର ମାସ୍କା ଗୁଡ଼ା ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଦେଖିବାକୁ ମିଳିଛି। ସ୍ବାମୀ ଓ ତିନିଜଣ ମହିଳା ଖଟରେ ବୋହି ଆଣିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୂଚନା ଅନୁସାରେ ମାସ୍କା ଗୁଡ଼ା ଗ୍ରାମର କୁମାରୀ ମାଝି(୨୨)ଙ୍କୁ ସକାଳ ପ୍ରାୟ ୯ଟା ସମୟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସ୍ବାମୀ ପବିତ୍ର ମାଝୀ ଆଶା ଶାନ୍ତି ପାତ୍ରଙ୍କୁ ଜଣାଇଥିଲେ। ଶାନ୍ତି ପାତ୍ର ସଙ୍ଗେ ସଙ୍ଗେ ୧୦୮ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ଆମ୍ବୁଲାନ୍ସ ସେହି ଗ୍ରାମକୁ ଯାଇ ନ ପରିବାରୁ ସ୍ବାମୀ ଓ ୩ ଜଣ ମହିଳା ଖଟ ଦଉଡ଼ିରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ। ଯାହାକୁ ନେଇ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଗ୍ରାମକୁ ଭଲ ରାସ୍ତା ନାହିଁ । ଏପରିକି ଲଘୁଚାପ ବର୍ଷା ଯୋଗୁ ରାସ୍ତା କାଦୁଅ ହୋଇଯାଇଛି। ଯାହା ଫଳରେ ଆମ୍ବୁଲାନ୍ସ ଯାଇନଥିଲା। ଆଉ ମହିଳାଙ୍କୁ ଖଟ ଦଉଡ଼ିରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ।

The post ଆସିଲାନି ଆମ୍ବୁଲାନ୍ସ, ଖଟରେ ବୁହାହେଲେ ଗର୍ଭବତୀ appeared first on Dharitri Odia News.