ଆସୁଛି ବଡ଼ ବର୍ଷା: ଉପକୂଳ ଜିଲାରେ ବଜ୍ରପାତ ସହ ଝଡ଼ବର୍ଷା ଆଲର୍ଟ! ଆଜି ରାତିରେ…
ଭୁବନେଶ୍ୱର,୩୦।୫: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଓଡ଼ିଶାର କିଛି ଜଲାରେ ବଜ୍ରପାତ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ଆଲର୍ଟ ଅନୁସାରେ, ନିମ୍ନଲିଖିତ ଜିଲାମାନଙ୍କରେ ବିଶେଷ ସତର୍କତା ଜାରି କରାଯାଇଛି: ଆଜି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଦେଓଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ଜାଜପୁର, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ […] The post ଆସୁଛି ବଡ଼ ବର୍ଷା: ଉପକୂଳ ଜିଲାରେ ବଜ୍ରପାତ ସହ ଝଡ଼ବର୍ଷା ଆଲର୍ଟ! ଆଜି ରାତିରେ… appeared first on Dharitri Odia News.
ଭୁବନେଶ୍ୱର,୩୦।୫: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଓଡ଼ିଶାର କିଛି ଜଲାରେ ବଜ୍ରପାତ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ଆଲର୍ଟ ଅନୁସାରେ, ନିମ୍ନଲିଖିତ ଜିଲାମାନଙ୍କରେ ବିଶେଷ ସତର୍କତା ଜାରି କରାଯାଇଛି:
ଆଜି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଦେଓଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ଜାଜପୁର, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ।
ସେହିପରି ଆସନ୍ତାକାଲି ଓଡ଼ିଶାର ଅନେକ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ଜୁନ ୧ରେ ଉପକୂଳ ଓଡ଼ିଶା, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ଜୁନ ୨ରେ କୋରାପୁଟ, ମାଲକାନଗିରି, ରାୟଗଡ଼ା ଏବଂ ଗଜପତି ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ବା ବଜ୍ରପାତ ହେବାର ସମ୍ଭାବନା ରହିଛି।
The post ଆସୁଛି ବଡ଼ ବର୍ଷା: ଉପକୂଳ ଜିଲାରେ ବଜ୍ରପାତ ସହ ଝଡ଼ବର୍ଷା ଆଲର୍ଟ! ଆଜି ରାତିରେ… appeared first on Dharitri Odia News.