ଶେୟାର ବଜାରରେ ହାହାକାର: ଗୋଟିଏ ମିନିଟ୍ରେ ୧୦ ଲକ୍ଷ କୋଟି ହରାଇଲେ ନିବେଶକ
ନୂଆଦିଲ୍ଲୀ,୫।୮: ଭାରତୀୟ ଶେୟାର ବଜାରରେ ସୋମବାର ହାହାକାର ଦେଖାଯାଇଛି। ସପ୍ତାହର ପ୍ରଥମ କାରବାର ଦିନରେ ସେନସେକ୍ସ ୧,୬୦୦ ପଏଣ୍ଟରୁ ଖସି ଆସିଛି। ଅନ୍ୟ ପଟେ, ନିଫ୍ଟି ଦୁର୍ବଳ ହୋଇ ୨୪୨୦୦ ତଳେ ପହଞ୍ଚିଥିଲା। ପରିସ୍ଥିତି ଏପରି ହୋଇଛି ଯେ,ନିବେଶକ ଗୋଟିଏ ମିନିଟ୍ରେ ୧୦ ଲକ୍ଷ କୋଟି ହରାଇଛନ୍ତି। ପ୍ରାରମ୍ଭିକ କାରବାର ସମୟରେ ଟାଇଟାନ ଶେୟାର ୯% ହ୍ରାସ ପାଇଛି। ଏହି ସମୟରେ, ବିଏସଏଫରେ ସମସ୍ତ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜିକରଣ ୧୦.୨୪ ଲକ୍ଷ କୋଟି ହ୍ରାସ ପାଇ […] The post ଶେୟାର ବଜାରରେ ହାହାକାର: ଗୋଟିଏ ମିନିଟ୍ରେ ୧୦ ଲକ୍ଷ କୋଟି ହରାଇଲେ ନିବେଶକ appeared first on Dharitri Odia News.
ନୂଆଦିଲ୍ଲୀ,୫।୮: ଭାରତୀୟ ଶେୟାର ବଜାରରେ ସୋମବାର ହାହାକାର ଦେଖାଯାଇଛି। ସପ୍ତାହର ପ୍ରଥମ କାରବାର ଦିନରେ ସେନସେକ୍ସ ୧,୬୦୦ ପଏଣ୍ଟରୁ ଖସି ଆସିଛି। ଅନ୍ୟ ପଟେ, ନିଫ୍ଟି ଦୁର୍ବଳ ହୋଇ ୨୪୨୦୦ ତଳେ ପହଞ୍ଚିଥିଲା। ପରିସ୍ଥିତି ଏପରି ହୋଇଛି ଯେ,ନିବେଶକ ଗୋଟିଏ ମିନିଟ୍ରେ ୧୦ ଲକ୍ଷ କୋଟି ହରାଇଛନ୍ତି। ପ୍ରାରମ୍ଭିକ କାରବାର ସମୟରେ ଟାଇଟାନ ଶେୟାର ୯% ହ୍ରାସ ପାଇଛି।
ଏହି ସମୟରେ, ବିଏସଏଫରେ ସମସ୍ତ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜିକରଣ ୧୦.୨୪ ଲକ୍ଷ କୋଟି ହ୍ରାସ ପାଇ ୪୪୬.୯୨ ଲକ୍ଷ କୋଟିରେ ପହଞ୍ଚିଛି। ସୋମବାର ଟଙ୍କା ସର୍ବକାଳୀନ ସର୍ବନିମ୍ନ ୮୩.୭୫୨୫ରେ ପହଞ୍ଚିଛି।
ବିଶ୍ୱର ଶେୟାର ବଜାରରେ ତୀବ୍ର ହ୍ରାସର ମୁଖ୍ୟ କାରଣ ଆମେରିକାର ଅର୍ଥନୀତିରେ ମନ୍ଥରତା ଭୟରେ ରହିଛି। ଜୁଲାଇରେ ଆମେରିକାରେ ନିଯୁକ୍ତି ସୃଷ୍ଟିରେ ହ୍ରାସ ଘଟିଛି। ବେକାରୀ ହାରରେ ୪.୩% ବୃଦ୍ଧି ଘଟିଛି। ମଧ୍ୟ ପୂର୍ବର ଭୌଗୋଳିକ ତିକ୍ତତା ମଧ୍ୟ ବଜାର ହ୍ରାସର ଏକ ପ୍ରମୁଖ କାରଣ।
The post ଶେୟାର ବଜାରରେ ହାହାକାର: ଗୋଟିଏ ମିନିଟ୍ରେ ୧୦ ଲକ୍ଷ କୋଟି ହରାଇଲେ ନିବେଶକ appeared first on Dharitri Odia News.