ଆସୁଛି ବନ୍ୟା: ଖରସ୍ରୋତାରେ ବଢୁଛି ଜଳସ୍ତର

ସିଂହପୁର,୨୭।୭(ଅନଙ୍ଗ ଉଦୟ ବେଉରିଆ): ସମ୍ଭବ୍ୟ ବନ୍ୟା ସ୍ଥିତିକୁ ନେଇ ବିଞ୍ଝାରପୁର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଖରସ୍ରୋତା ନଦୀରେ ଜଳସ୍ତର ବୃଦ୍ଧି ଆହୁରି ଚିନ୍ତା ବଢାଇଛି। ବିଞ୍ଝାରପୁର ବ୍ଲକର ୨୯ପଞ୍ଚାୟତ ମଧ୍ୟରୁ ପ୍ରାୟ ୧୫ପଞ୍ଚାୟତ ଖରସ୍ରୋତା ନଦୀ ଅବବାହିକାରେ ଥିବା ବେଳେ ଏହି ସବୁ ଅଞ୍ଚଳକୁ ଏବେ ବନ୍ୟା ଆଶଙ୍କା ଆତଙ୍କିତ କରିଛି। ଖରସ୍ରୋତା ନଦୀର ଜଳସ୍ତର ବିଞ୍ଝାରପୁର ଅଞ୍ଚଳରେ ଯଦିଓ ବିପଦ ସଙ୍କେତ ତଳେ ପ୍ରଭାହିତ ହେଉଛି ତଥାପି କେତେକ ସ୍ଥାନରେ ଦୃର୍ବଳ […] The post ଆସୁଛି ବନ୍ୟା: ଖରସ୍ରୋତାରେ ବଢୁଛି ଜଳସ୍ତର appeared first on Dharitri Odia News.

ଆସୁଛି ବନ୍ୟା: ଖରସ୍ରୋତାରେ ବଢୁଛି ଜଳସ୍ତର

ସିଂହପୁର,୨୭।୭(ଅନଙ୍ଗ ଉଦୟ ବେଉରିଆ): ସମ୍ଭବ୍ୟ ବନ୍ୟା ସ୍ଥିତିକୁ ନେଇ ବିଞ୍ଝାରପୁର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଖରସ୍ରୋତା ନଦୀରେ ଜଳସ୍ତର ବୃଦ୍ଧି ଆହୁରି ଚିନ୍ତା ବଢାଇଛି। ବିଞ୍ଝାରପୁର ବ୍ଲକର ୨୯ପଞ୍ଚାୟତ ମଧ୍ୟରୁ ପ୍ରାୟ ୧୫ପଞ୍ଚାୟତ ଖରସ୍ରୋତା ନଦୀ ଅବବାହିକାରେ ଥିବା ବେଳେ ଏହି ସବୁ ଅଞ୍ଚଳକୁ ଏବେ ବନ୍ୟା ଆଶଙ୍କା ଆତଙ୍କିତ କରିଛି।

ଖରସ୍ରୋତା ନଦୀର ଜଳସ୍ତର ବିଞ୍ଝାରପୁର ଅଞ୍ଚଳରେ ଯଦିଓ ବିପଦ ସଙ୍କେତ ତଳେ ପ୍ରଭାହିତ ହେଉଛି ତଥାପି କେତେକ ସ୍ଥାନରେ ଦୃର୍ବଳ ନଦୀବନ୍ଦ ବନ୍ୟାସ୍ଥିତିକୁ ଆହୁରି ଉଦ୍‌ବେଗ କରୁଛି। ବିଞ୍ଝାରପୁରଠାରେ ଖରସ୍ରୋତା ନଦୀରେ ବିପଦ ସଂକୁଳ ସଂକେତ ୧୦.୩ ମିଟର ରହିଥିବା ବେଳେ ଏଠାରେ ୯.୩୦ମିଟର ଜଳ ପ୍ରବାହିତ ହେଉଛି।

ସେହିପରି ସିଂହପୁରଠାରେ ବିପଦ ସଙ୍କେତ ୬.୭୨ ମିଟର ରହିଥିବା ବେଳେ ୬.୩୬ ମିଟର ଜଳ ପ୍ରବାହିତ ହେଉଛି। ସିଂହପୁର ଓ ତଳିଆ ଅଞ୍ଚଳରେ ଜଳସ୍ତର ବୃଦ୍ଧିକୁ ନେଇ ବିଞ୍ଝାରପୁର ଜଳସମ୍ପଦ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ବିଭାଗ ପ୍ରସ୍ତୁତ ରହିଥିବା ବିଭାଗୀୟ ଅଧିକାରୀ ଏସ୍‌ଡିଓ ଚୈତନ୍ୟ ଚରଣ ଯେନା ପ୍ରକାଶ କରିଛନ୍ତି।

ଏସ୍‌ଡିଓ ଚୈତନ୍ୟ ଚରଣ ଜେନା ଓ କନିଷ୍ଠଯନ୍ତ୍ରୀ ବିପିନ କୁମାର ସେଠୀଙ୍କ ନେତୃତ୍ୱରେ ଜଳସମ୍ପଦ ବିଭାଗର ଟିମ ବିଭିନ୍ନ ବନ୍ଧ ରାସ୍ତା ପରିଦର୍ଶନ କରିବା ସହିତ ସ୍ଥିତି ସମୀକ୍ଷା କରୁଛନ୍ତି। ଅନ୍ୟପକ୍ଷରେ ବିଞ୍ଝାରପୁର ବ୍ଲକ ଜରି, ବାଙ୍ଗରା, ହଳଦିଢିହ ଆଦି ଅଞ୍ଚଳରରେ ବନ୍ୟା ଜଳ ପ୍ରବେଶ କରି ଜନଜୀବଙ୍କୁ ଅସ୍ତବ୍ୟସ୍ତ କରିଛି।

ଯାଜପୁର ଏମ୍‌ପି ରବୀନ୍ଦ୍ର ନାରାୟଣ ବେହେରା, ବିଜେପି ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକ, ଭାଜପା ପ୍ରତିନିଧି ଦଳ ବିଞ୍ଝାରପୁର ବ୍ଲକର ଜରି, ବାଙ୍ଗରା ଆଦି ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ବିପନ୍ନଙ୍କ ସମେତ ଗୃହପାଳିତ ପଶୁମାନଙ୍କ ପାଇଁ ତୁରନ୍ତ ଖାଦ୍ୟ ଯୋଗାଣ ବ୍ୟବସ୍ଥା କରାଯିବା ନେଇ ଅଧିକାରୀଙ୍କ ସହିତ ଏମ୍‌ପି ଆଲୋଚନା କରିଛନ୍ତି।

The post ଆସୁଛି ବନ୍ୟା: ଖରସ୍ରୋତାରେ ବଢୁଛି ଜଳସ୍ତର appeared first on Dharitri Odia News.