ଆସ୍ଥା ଭୋଟ ଜିତି ଶକ୍ତି ପ୍ରଦର୍ଶନ କଲେ କେଜ୍ରିଓ୍ବାଲ, କହିଲେ ୨୦୨୯ ନିର୍ବାଚନରେ ଭାଜପାକୁ ମୂଳପୋଛ କରିବ ଏଏପି…
ନୂଆଦିଲ୍ଲୀ,୧୭।୨: ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ। ନିଜ ଆଡୁ ଆସ୍ଥା ଭୋଟ ପ୍ରସ୍ଥାବ ଆଣି ଶନିବାର ସେ ଶକ୍ତି ପ୍ରଦର୍ଶନ କରିଛନ୍ତି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ୬୩ ଆସନ ପାଇଛନ୍ତି। ଏହାପରେ ଭାଜପା ସରକାରଙ୍କ ଉପରେ ମୁଖ୍ୟମନ୍ତ୍ରୀ କେଜ୍ରିିୱାଲ ପ୍ରବଳ ବର୍ଷିଛନ୍ତି। ଆମ୍ ଆଦମୀ ପାର୍ଟୀ(ଏଏପି) ଭାଜପା ଲାଗି ବଡ଼ ଚ୍ୟାଲେଞ୍ଜର, ସେଥିପାଇଁ ଏହାକୁ ସବୁ ଦିଗରୁ ଆକ୍ରମଣ କରାଯାଉଛି ବୋଲି ସେ କହିଛନ୍ତି। କେଜ୍ରିଓ୍ବାଲ କହିଛନ୍ତି ଯେ, ଯଦି […] The post ଆସ୍ଥା ଭୋଟ ଜିତି ଶକ୍ତି ପ୍ରଦର୍ଶନ କଲେ କେଜ୍ରିଓ୍ବାଲ, କହିଲେ ୨୦୨୯ ନିର୍ବାଚନରେ ଭାଜପାକୁ ମୂଳପୋଛ କରିବ ଏଏପି… appeared first on Dharitri Odia News.
ନୂଆଦିଲ୍ଲୀ,୧୭।୨: ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ। ନିଜ ଆଡୁ ଆସ୍ଥା ଭୋଟ ପ୍ରସ୍ଥାବ ଆଣି ଶନିବାର ସେ ଶକ୍ତି ପ୍ରଦର୍ଶନ କରିଛନ୍ତି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ୬୩ ଆସନ ପାଇଛନ୍ତି। ଏହାପରେ ଭାଜପା ସରକାରଙ୍କ ଉପରେ ମୁଖ୍ୟମନ୍ତ୍ରୀ କେଜ୍ରିିୱାଲ ପ୍ରବଳ ବର୍ଷିଛନ୍ତି। ଆମ୍ ଆଦମୀ ପାର୍ଟୀ(ଏଏପି) ଭାଜପା ଲାଗି ବଡ଼ ଚ୍ୟାଲେଞ୍ଜର, ସେଥିପାଇଁ ଏହାକୁ ସବୁ ଦିଗରୁ ଆକ୍ରମଣ କରାଯାଉଛି ବୋଲି ସେ କହିଛନ୍ତି।
କେଜ୍ରିଓ୍ବାଲ କହିଛନ୍ତି ଯେ, ଯଦି ୨୦୨୪ ନିର୍ବାଚନ ଭାଜପାକୁ ଅନ୍ୟ କୌଣସି ଦଳ ପରାଜିତ କରିପାରିଲା ନାହିଁ ତେବେ ଏଏପି ୨୦୨୯ ନିର୍ବାଚନରେ ଦେଶକୁ ଭାଜପାଠାରୁ ମୁକ୍ତ କରିବ। ଦିଲ୍ଲୀ ଏବଂ ପଞ୍ଜାବରେ ଏଏପି ସରକାର ଗଠନ ହେବା ପରେ ବିଜୁଳି ମାଗଣା କରାଯାଇଛି। ଭାଜପା ଗୁଜରାଟ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରୁ କୌଣସି ଗୋଟିଏ ରାଜ୍ୟରେ ମାଗଣା ବିଜୁଳି ଦେଇ ଦେଖାଉ। ଦିଲ୍ଲୀରେ ଏଏପିର ବିଜୟକୁ ହଜମ କରିପାରୁନାହିଁ ଭାଜପା। ଏହି କାରଣରୁ ସେ କାମକୁ ରୋକିବାକୁ ଚାହୁଁଥିବା କେଜ୍ରିଓ୍ବାଲ କହିଛନ୍ତି।
The post ଆସ୍ଥା ଭୋଟ ଜିତି ଶକ୍ତି ପ୍ରଦର୍ଶନ କଲେ କେଜ୍ରିଓ୍ବାଲ, କହିଲେ ୨୦୨୯ ନିର୍ବାଚନରେ ଭାଜପାକୁ ମୂଳପୋଛ କରିବ ଏଏପି… appeared first on Dharitri Odia News.