ଆହତ ପାଇଁ ମଉଳିଗଲା ପଦକ ଆଶା, ରିଙ୍ଗ୍‌ରୁ କାନ୍ଦି କାନ୍ଦି ବିଦାୟ ନେଲେ ଭାରତୀୟ ରେସଲ୍‌ର

ନୂଆଦିଲ୍ଲୀ ୦୬/୦୮: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଆଶା ମଉଳିବାରେ ଲାଗିଛି । ନିଶ୍ଚିତ ବିଜୟକୁ ଆହତ ଛଡ଼ା କରିବାରେ ଲାଗିଛନ୍ତି ଭାରତର ଖେଳାଳି । ଏହି କ୍ଷେତ୍ରରେ ଆଉ ଜଣେ ସାମିଲ ହୋଇଛନ୍ତି, ସେ ହେଲେ ମହିଳା ରେସଲର ନିଶା ଦାହିୟା । ସେ ୬୮ କେଜି ଫ୍ରି ଷ୍ଟାଇଲ ଇଭେଣ୍ଟର କ୍ୱାର୍ଟର ଫାଇନାଲରୁ ଦୁଃଖଦ ବିଦାୟ ନେଇଛନ୍ତି । ତେବେ ତାଙ୍କର ଏହି ବିଦାୟ ଥିଲା ବେଶ ଦୁଃଖଦ । କାରଣ ପରାଜୟ ପରେ କାନ୍ଦି କାନ୍ଦି ରିଙ୍ଗରୁ ବିଦାୟ ନେଇଛନ୍ତି ମହିଳା ରେସ୍‌ଲର । କ୍ୱାର୍ଟର ଫାଇନାଲରେ ନିଶା ୮-୧ରେ ଆଗରେ ରହିଥିଲେ । କିନ୍ତୁ ହଠାତ୍‌ ଉତ୍ତର କୋରିଆର ପାକ୍ ସାଲ ଗମ ବେଶ ଚତୁରତାର ସହ ନିଶାଙ୍କ ଡାହାଣ ହାତକୁ ମୋଡ଼ି ଦେଇଥିଲେ । ନିଶା ବେଶ ଯନ୍ତ୍ରଣା ଅନୁଭବ କରିବା ସହ ଖେଳ କିଛି ସମୟ ଅଟକି ଥିଲା । Heartbreak for Nisha as an injury derails her strong lead ????Keep watching the Olympics LIVE on #Sports18. Stream for FREE on #JioCinema! ????#OlympicsOnJioCinema #OlympicsOnSports18 #JioCinemaSports #Cheer4Bharat #Paris2024 #Wrestling pic.twitter.com/OLYOT3w3Uy— JioCinema (@JioCinema) August 5, 2024ଏହାପରେ ନିଶା ପୁଣି ଲଢ଼ିବା ପାଇଁ ପ୍ରସ୍ତୁତ ହୋଇଥିଲେ। ହେଲେ ସେତେବେଳକୁ ସରିଯାଇଥିଲା ସମୟ । ମାତ୍ର ଦେଢ଼ ମିନିଟ ଡିଫେଣ୍ଡ କରିବାର ଥିଲା। ତେବେ ଆହତ ସମସ୍ୟା ଯୋଗୁ

ଆହତ ପାଇଁ ମଉଳିଗଲା ପଦକ ଆଶା, ରିଙ୍ଗ୍‌ରୁ କାନ୍ଦି କାନ୍ଦି ବିଦାୟ ନେଲେ ଭାରତୀୟ ରେସଲ୍‌ର

ନୂଆଦିଲ୍ଲୀ ୦୬/୦୮: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଆଶା ମଉଳିବାରେ ଲାଗିଛି । ନିଶ୍ଚିତ ବିଜୟକୁ ଆହତ ଛଡ଼ା କରିବାରେ ଲାଗିଛନ୍ତି ଭାରତର ଖେଳାଳି । ଏହି କ୍ଷେତ୍ରରେ ଆଉ ଜଣେ ସାମିଲ ହୋଇଛନ୍ତି, ସେ ହେଲେ ମହିଳା ରେସଲର ନିଶା ଦାହିୟା । ସେ ୬୮ କେଜି ଫ୍ରି ଷ୍ଟାଇଲ ଇଭେଣ୍ଟର କ୍ୱାର୍ଟର ଫାଇନାଲରୁ ଦୁଃଖଦ ବିଦାୟ ନେଇଛନ୍ତି । ତେବେ ତାଙ୍କର ଏହି ବିଦାୟ ଥିଲା ବେଶ ଦୁଃଖଦ । 

କାରଣ ପରାଜୟ ପରେ କାନ୍ଦି କାନ୍ଦି ରିଙ୍ଗରୁ ବିଦାୟ ନେଇଛନ୍ତି ମହିଳା ରେସ୍‌ଲର । କ୍ୱାର୍ଟର ଫାଇନାଲରେ ନିଶା ୮-୧ରେ ଆଗରେ ରହିଥିଲେ । କିନ୍ତୁ ହଠାତ୍‌ ଉତ୍ତର କୋରିଆର ପାକ୍ ସାଲ ଗମ ବେଶ ଚତୁରତାର ସହ ନିଶାଙ୍କ ଡାହାଣ ହାତକୁ ମୋଡ଼ି ଦେଇଥିଲେ । ନିଶା ବେଶ ଯନ୍ତ୍ରଣା ଅନୁଭବ କରିବା ସହ ଖେଳ କିଛି ସମୟ ଅଟକି ଥିଲା । 


ଏହାପରେ ନିଶା ପୁଣି ଲଢ଼ିବା ପାଇଁ ପ୍ରସ୍ତୁତ ହୋଇଥିଲେ। ହେଲେ ସେତେବେଳକୁ ସରିଯାଇଥିଲା ସମୟ । ମାତ୍ର ଦେଢ଼ ମିନିଟ ଡିଫେଣ୍ଡ କରିବାର ଥିଲା। ତେବେ ଆହତ ସମସ୍ୟା ଯୋଗୁ ଗ୍ରିପ କରି ପାରି ନଥିଲେ । ତାଙ୍କର ପ୍ରତିନ୍ଦ୍ୱନ୍ଦ୍ୱୀ ଏହାର ବେଶ୍ ଫାଇଦା ଉଠାଇଥିଲେ । ଫଳରେ ହାରିବା ପରେ ସେ ବହୁତ୍ କାନ୍ଦିଥିଲେ । ସେଠାରେ ଉପସ୍ଥିତ ଅଫିସିଆଲମାନେ ଆସି ତାଙ୍କର ଚିକିତ୍ସା କରିଥିଲେ । ଲୁହ ଭିଜା ଆଖିରେ ସେ ଶେଷ ମୁର୍ହୂତ୍ତରେ ଲଢ଼େଇ କରିଥିଲେ । 

ହେଲେ ସେ କୋରିଆନ ପ୍ରତିଯୋଗୀଙ୍କୁ ଅଟକାଇ ପାରି ନଥିଲେ। ୧-୮ରେ  ପଛରେ ଥିବା ପାକ୍‌ ମ୍ୟାଚ୍‌କୁ  ୧୦-୮ରେ ଜିତି ନେଇଥିଲେ । ଏଥିସହ ନିଶାଙ୍କ ସେମି ଫାଇନାଲ ଖେଳିବା ସ୍ୱପ୍ନକୁ ଧୂଳିସାତ କରି ଦେଇଥିଲେ । ଆହତ ନିଶା କାନ୍ଦି କାନ୍ଦି ଶେଷରେ ମ୍ୟାଟରୁ ଦୁଃଖଦ ବିଦାୟ ନେଇଥିଲେ । ନିଶା ସେମି ଫାଇନାଲରେ ପ୍ରବେଶ କରିଥିଲେ ଭାରତ ସମ୍ଭବତଃ ରେସଲିଂରୁ ପଦକ ଜିତିବାରେ ହୋଇଥାଆନ୍ତା ସକ୍ଷମ ।