ଆହାର ଖାଦ୍ୟ ନିମ୍ନମାନର, ବିଧାୟକଙ୍କ ଉଦ୍‌ବେଗ

ଛତ୍ରପୁର,୧୦।୭ ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଅଚାନକ ଛତ୍ରପୁର ହସ୍ପିଟାଲ ସମ୍ମୁଖରେ ଥିବା ଆହାର କେନ୍ଦ୍ର ପରିଦର୍ଶନ କରି ଲୋକଙ୍କ ସହ ଆହାର ଖାଇଥିଲେ । ଏହାସହ ପାଞ୍ଚ ଟଙ୍କାରେ ଦିଆଯାଉଥିବା ଆହାର ଖାଦ୍ୟ କିଭଳି ସୁସ୍ବାଦ ଅଛି ସେ ସମ୍ପର୍କରେ ପଚାରି ବୁଝିଥିଲେ। ଗ୍ରାମାଞ୍ଚଳରୁ ସାଧାରଣ ଗରିବ ଲୋକଟିଏ ବିଭିନ୍ନ ସମୟରେ ସହରକୁ କୌଣସି ସରକାରୀ କାର୍ଯ୍ୟ କିମ୍ବା ମେଡିକାଲ କାମରେ ଆସିଥିବା ବେଳେ କମ ମୂଲ୍ୟରେ କିଭଳି ଲୋକଙ୍କୁ ପେଟପୁରା […] The post ଆହାର ଖାଦ୍ୟ ନିମ୍ନମାନର, ବିଧାୟକଙ୍କ ଉଦ୍‌ବେଗ appeared first on Dharitri Odia News.

ଆହାର ଖାଦ୍ୟ ନିମ୍ନମାନର, ବିଧାୟକଙ୍କ ଉଦ୍‌ବେଗ

ଛତ୍ରପୁର,୧୦।୭ ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଅଚାନକ ଛତ୍ରପୁର ହସ୍ପିଟାଲ ସମ୍ମୁଖରେ ଥିବା ଆହାର କେନ୍ଦ୍ର ପରିଦର୍ଶନ କରି ଲୋକଙ୍କ ସହ ଆହାର ଖାଇଥିଲେ । ଏହାସହ ପାଞ୍ଚ ଟଙ୍କାରେ ଦିଆଯାଉଥିବା ଆହାର ଖାଦ୍ୟ କିଭଳି ସୁସ୍ବାଦ ଅଛି ସେ ସମ୍ପର୍କରେ ପଚାରି ବୁଝିଥିଲେ। ଗ୍ରାମାଞ୍ଚଳରୁ ସାଧାରଣ ଗରିବ ଲୋକଟିଏ ବିଭିନ୍ନ ସମୟରେ ସହରକୁ କୌଣସି ସରକାରୀ କାର୍ଯ୍ୟ କିମ୍ବା ମେଡିକାଲ କାମରେ ଆସିଥିବା ବେଳେ କମ ମୂଲ୍ୟରେ କିଭଳି ଲୋକଙ୍କୁ ପେଟପୁରା ଖାଦ୍ୟ ଯୋଗାଇଦେବା ନିମନ୍ତେ ଆହାର କେନ୍ଦ୍ର ମାନ ଖୋଲାଯାଇଛି । ତେବେ ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଲୋକମାନେ ନବନିର୍ବାଚିତ ବିଧାୟକଙ୍କୁ ଅଭିଯୋଗ କରିଛନ୍ତି। ନିମ୍ନମାନର ଚାଉଳରେ ଭାତ ହେଉଥିବା ବେଳେ ଡାଲି ମଧ୍ୟ ଅତି ନିମ୍ନମାନର ବୋଲି ଲୋକମାନେ ଅଭିଯୋଗ କରିଥିଲେ। ସରକାର ଆହାର କେନ୍ଦ୍ର ପାଇଁ ଜଣଙ୍କ ପିଛା ୩୨ ଟଙ୍କା ଦେଉଥିବା ବେଳେ ଲୋକମାନଙ୍କଠାରୁ ମାତ୍ର ପାଞ୍ଚ ଟଙ୍କା ନେଇ ଆହାର ଯୋଗାଇ ଦିଆଯାଉଛି। କିନ୍ତୁ ଖାଦ୍ୟ ଏତେ ନିମ୍ନମାନର କାହିଁକି ହେଉଛି ବୋଲି ପଚାରିବା ସହ ଏଭଳି ଅସୁବିଧାକୁ ପ୍ରଶାସନ କାହିଁକି ତଦାରଖ କରୁନାହିଁ ବୋଲି ବିଧାୟକ ନାୟକ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିଥିଲେ। ଯେଭଳି ଭାବେ ଲୋକଙ୍କୁ ଉତ୍ତମମାନର ଖାଦ୍ୟ ଦିଆଯିବ ତାହା ପ୍ରତି ଗୁରୁତ୍ୱ ଦେବାକୁ ବିଧାୟକ କହିଥିଲେ ।

The post ଆହାର ଖାଦ୍ୟ ନିମ୍ନମାନର, ବିଧାୟକଙ୍କ ଉଦ୍‌ବେଗ appeared first on Dharitri Odia News.