ଆହୁରି ଜୋରଦାର ହେବ ରୁଷ-ୟୁକ୍ରେନ ଲଢେଇ, ପାଟ୍ରିୟଟ୍ ମିସାଇଲ୍ ସିଷ୍ଟମ ଦେବାକୁ ଘୋଷଣା କଲା ଆମେରିକା
ନୂଆଦିଲ୍ଲୀ: ଆମେରିକା ଦ୍ୱାରା ୟୁକ୍ରେନକୁ ସବୁଠୁ ବଡ଼ ସୈନ୍ୟ ସହଯୋଗ ପ୍ରଦାନ ନେଇ ଘୋଷଣା କରାଯାଇଛି । ଏହା ଅନୁସାରେ ଆମେରିକା, ୟୁକ୍ରେନକୁ ୬ ବିଲିୟନ ଡଲାରର ସୈନ୍ୟ ସହଯୋଗ ଦେବ, ଯେଉଁଥିରେ ୟୁକ୍ରେନର ହତିଆର କିଣିବା, ପାଟ୍ରିୟଟ ଇଣ୍ଟରସେପ୍ଟର୍ସ ଏବଂ NASAMS ବାୟୁ ରକ୍ଷା ପ୍ରଣାଳୀ ସାମିଲ ଅଛି । ଏହା ବଳରେ ରୁଷର ଆକାଶ ମାର୍ଗ ଆକ୍ରମଣକୁ ୟୁକ୍ରେନ ମୁକାବିଲା କରିପାରିବ । ଉଲ୍ଲେଖଯୋଗ୍ୟ ଯେ ୟୁକ୍ରେନ ଦୀର୍ଘ ଦିନରୁ ପାଟ୍ରିୟଟ ମିସାଇଲ୍ ସିଷ୍ଟମ ଦେବା ପାଇଁ ଦାବି କରି ଆସୁଥିଲା ।ଆମେରିକାର ରକ୍ଷା ମନ୍ତ୍ରୀ ଲୟଡ୍ ଅଷ୍ଟିନ ଶନିବାର ୟୁକ୍ରେନକୁ ସୈନ୍ୟ ସହଯୋଗ ନେଇ ଘୋଷଣା କରିଛନ୍ତି । ଏହି ସହଯୋଗ ୟୁକ୍ରେନ ସିକ୍ୟୁରିଟି ଅସିଷ୍ଟାନ୍ସ ଇନିସିଏଟିଭ (USAI) ଅଧିନରେ ଦିଆଯାଇଛି, ଯାହା ସାହାଯ୍ୟରେ ୟୁକ୍ରେନ ଆମେରିକୀୟ କମ୍ପାନିଙ୍କଠାରୁ ନୂଆ ହତିଆର କିଣିବ । ପେଣ୍ଟାଗନରେ ଏକ ସାମ୍ୱାଦିକ ସମ୍ମିଳନୀକୁ ସମ୍ୱୋଧିତ କରି ଅଷ୍ଟିନ୍ କହିଛନ୍ତି ଯେ ଏହା ଆଜି ଯାଏର ସବୁଠୁ ବଡ଼ ସୈନ୍ୟ ସହଯୋଗ ଅଟେ ଏବଂ ୟୁକ୍ରେନକୁ ହତିଆର ଯୋଗାଣ ଶୀଘ୍ର କରାଯିବ । ଏହି ସୈନ୍ୟ ସହଯୋଗ ଅଧିନରେ ୟୁକ୍ରେନକୁ ଆମେରିକାରୁ ଡ୍ରୋନ ମୁକାବିଲା ସିଷ୍ଟମ, ଆଧୁନିକ ହତିଆର୍ ଏବଂ ଆକାଶରୁ ଭୂମିକୁ ଟାର୍ଗେଟ୍ କରାଯାଉଥିବା ହତିଆର ମିଳିବ ।ଆମେରିକା ଦ୍ୱାରା ୟୁକ୍ରେନକୁ ୬୦ ବିଲିୟନ ଡଲାର ସହଯୋଗ ପ୍ୟାକେଜ ଘୋଷଣା କରାଯାଇଥିଲା । ଏହି ୬ ବିଲିୟନ ଡଲାର ସେହି ପ୍ୟାକେ
ନୂଆଦିଲ୍ଲୀ: ଆମେରିକା ଦ୍ୱାରା ୟୁକ୍ରେନକୁ ସବୁଠୁ ବଡ଼ ସୈନ୍ୟ ସହଯୋଗ ପ୍ରଦାନ ନେଇ ଘୋଷଣା କରାଯାଇଛି । ଏହା ଅନୁସାରେ ଆମେରିକା, ୟୁକ୍ରେନକୁ ୬ ବିଲିୟନ ଡଲାରର ସୈନ୍ୟ ସହଯୋଗ ଦେବ, ଯେଉଁଥିରେ ୟୁକ୍ରେନର ହତିଆର କିଣିବା, ପାଟ୍ରିୟଟ ଇଣ୍ଟରସେପ୍ଟର୍ସ ଏବଂ NASAMS ବାୟୁ ରକ୍ଷା ପ୍ରଣାଳୀ ସାମିଲ ଅଛି । ଏହା ବଳରେ ରୁଷର ଆକାଶ ମାର୍ଗ ଆକ୍ରମଣକୁ ୟୁକ୍ରେନ ମୁକାବିଲା କରିପାରିବ । ଉଲ୍ଲେଖଯୋଗ୍ୟ ଯେ ୟୁକ୍ରେନ ଦୀର୍ଘ ଦିନରୁ ପାଟ୍ରିୟଟ ମିସାଇଲ୍ ସିଷ୍ଟମ ଦେବା ପାଇଁ ଦାବି କରି ଆସୁଥିଲା ।
ଆମେରିକାର ରକ୍ଷା ମନ୍ତ୍ରୀ ଲୟଡ୍ ଅଷ୍ଟିନ ଶନିବାର ୟୁକ୍ରେନକୁ ସୈନ୍ୟ ସହଯୋଗ ନେଇ ଘୋଷଣା କରିଛନ୍ତି । ଏହି ସହଯୋଗ ୟୁକ୍ରେନ ସିକ୍ୟୁରିଟି ଅସିଷ୍ଟାନ୍ସ ଇନିସିଏଟିଭ (USAI) ଅଧିନରେ ଦିଆଯାଇଛି, ଯାହା ସାହାଯ୍ୟରେ ୟୁକ୍ରେନ ଆମେରିକୀୟ କମ୍ପାନିଙ୍କଠାରୁ ନୂଆ ହତିଆର କିଣିବ । ପେଣ୍ଟାଗନରେ ଏକ ସାମ୍ୱାଦିକ ସମ୍ମିଳନୀକୁ ସମ୍ୱୋଧିତ କରି ଅଷ୍ଟିନ୍ କହିଛନ୍ତି ଯେ ଏହା ଆଜି ଯାଏର ସବୁଠୁ ବଡ଼ ସୈନ୍ୟ ସହଯୋଗ ଅଟେ ଏବଂ ୟୁକ୍ରେନକୁ ହତିଆର ଯୋଗାଣ ଶୀଘ୍ର କରାଯିବ । ଏହି ସୈନ୍ୟ ସହଯୋଗ ଅଧିନରେ ୟୁକ୍ରେନକୁ ଆମେରିକାରୁ ଡ୍ରୋନ ମୁକାବିଲା ସିଷ୍ଟମ, ଆଧୁନିକ ହତିଆର୍ ଏବଂ ଆକାଶରୁ ଭୂମିକୁ ଟାର୍ଗେଟ୍ କରାଯାଉଥିବା ହତିଆର ମିଳିବ ।
ଆମେରିକା ଦ୍ୱାରା ୟୁକ୍ରେନକୁ ୬୦ ବିଲିୟନ ଡଲାର ସହଯୋଗ ପ୍ୟାକେଜ ଘୋଷଣା କରାଯାଇଥିଲା । ଏହି ୬ ବିଲିୟନ ଡଲାର ସେହି ପ୍ୟାକେଜର ଅଂଶ ଅଟେ । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକା ସୈନ୍ୟ ସହଯୋଗ ପାଇଁ ଖୁସି ବ୍ୟକ୍ତ କରିଛନ୍ତି । ଏହାସହ ସେ କହିଛନ୍ତି ଯେ ରୁଷର ମୁକାବିଲା ପାଇଁ ଏବେ ତାଙ୍କୁ ଆହୁରି ଅଧିକ ଏୟାର ଡିଫେନ୍ସ ସିଷ୍ଟମର ଆବଶ୍ୟକତା ଅଛି ।