ଆହୁରି ତିନିଦିନ କଲକବଲ କରିବ ଗୁଳୁଗୁଳି

ଭୁବନେଶ୍ୱର, ୧୬।୬(ଅସମାପିକା ସାହୁ): ରାଜ୍ୟରେ ଏବେ ତାତି ସାଙ୍ଗକୁ ଅସହ୍ୟ ହେଲାଣି ଗୁଳୁଗୁଳି। ପଶ୍ଚିମ ଓଡ଼ିଶାରେ ହିଟ୍‌ଓ୍ବେଭ୍‌ ଜାରି ରହିଥିବା ବେଳେ ଉପକୂଳରେ କଲବଲ କରୁଛି ଗୁଳୁଗୁଳି। ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ଏହିଭଳି ଗୁଳୁଗୁଳି ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋନରମା ମହାନ୍ତି ଶନିବାର ସୂଚନା ଦେଇଛନ୍ତି। ଆସନ୍ତା ତିନିଦିନ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଆଦି […] The post ଆହୁରି ତିନିଦିନ କଲକବଲ କରିବ ଗୁଳୁଗୁଳି appeared first on Dharitri Odia News.

ଆହୁରି ତିନିଦିନ କଲକବଲ କରିବ ଗୁଳୁଗୁଳି

ଭୁବନେଶ୍ୱର, ୧୬।୬(ଅସମାପିକା ସାହୁ): ରାଜ୍ୟରେ ଏବେ ତାତି ସାଙ୍ଗକୁ ଅସହ୍ୟ ହେଲାଣି ଗୁଳୁଗୁଳି। ପଶ୍ଚିମ ଓଡ଼ିଶାରେ ହିଟ୍‌ଓ୍ବେଭ୍‌ ଜାରି ରହିଥିବା ବେଳେ ଉପକୂଳରେ କଲବଲ କରୁଛି ଗୁଳୁଗୁଳି। ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ଏହିଭଳି ଗୁଳୁଗୁଳି ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋନରମା ମହାନ୍ତି ଶନିବାର ସୂଚନା ଦେଇଛନ୍ତି। ଆସନ୍ତା ତିନିଦିନ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଆଦି ୧୧ଜିଲାକୁ ଗୁଳୁଗୁଳି ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

ସେପଟେ ଶନିବାର ବାରିପଦାରେ ସର୍ବାଧିକ ୪୩.୮ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୪୩.୬, ନୂଆପଡ଼ା ୪୩, ସମ୍ବଲପୁର ୪୨.୮, ସୁନ୍ଦରଗଡ଼ ୪୨, ହୀରାକୁଦ ୪୨.୫, ତାଳଚେର ୪୨.୬, ରାଉରଖେଲା ୪୨.୬, ଭବାନିପାଟଣା ୪୧.୬, ବଲାଙ୍ଗୀର ୪୨.୨, ଟିଟିଲାଗଡ଼ ୪୨, ସୋନପୁର ୪୨.୩, ନୟାଗଡ଼ ୪୧, ବୌଦ୍ଧ ୪୧.୮, ପାରାଳଖେମୁଣ୍‌ଡି ୪୦.୬, ଢେଙ୍କାନାଳ ୪୦.୫, ବାଲେଶ୍ୱରରେ ୪୦ଡିଗ୍ରୀ ସେଲସିୟସ ଦିନତାପମାତ୍ରା ରହିଥିଲା। ତେବେ ଶନିବାର ପାରଳାଖେମୁଣ୍ଡିରେ ୩୨ମିମି ବର୍ଷା ରେକର୍ଡ କରାଯାଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

The post ଆହୁରି ତିନିଦିନ କଲକବଲ କରିବ ଗୁଳୁଗୁଳି appeared first on Dharitri Odia News.