ହାତ ଯୋଡ଼ି ଯୌତୁକ ନେବାକୁ ମନା କରିଦେଲେ, ମାତ୍ର ୧ ଟଙ୍କାରେ ବିବାହ କରି ଉଦାହରଣ ସାଜିଲେ ଏହି…
ଜୟପୁର: ବିବାହ ସମୟରେ ଯୌତୁକ ନେବା ଏକ ସାମାଜିକ ବ୍ୟାଧି। ହେଲେ ବର୍ଷ ବର୍ଷ ଧରି ଚାଲି ଆସିଥିବା ଏଭଳି ପରମ୍ପରା ଲାଗି ଅନେକ ଝିଅ ଏବଂ ଝିଅଙ୍କ ପରିବାର ହଇରାଣ ହେବାର ନଜିର ରହିଛି। ଯୌତୁକ ଲାଗି କେଉଁଠି ବିବାହ ଭାଙ୍ଗିଯାଉଛି ତ କିଏ ଘରୋଇ ହିଂସାର ଶିକାର ହେଉଛି। ପ୍ରାୟତଃ ଏଭଳି ଘଟଣା ଖବର ଶିରୋନାମା ପାଲଟିଆସୁଛି। ହେଲେ ସମାଜରେ ଏଭଳି କିଛି ବ୍ୟକ୍ତି ବିଶେଷ ଅଛନ୍ତି ଯିଏ କି ଯୌତୁକକୁ ନା କହି […] The post ହାତ ଯୋଡ଼ି ଯୌତୁକ ନେବାକୁ ମନା କରିଦେଲେ, ମାତ୍ର ୧ ଟଙ୍କାରେ ବିବାହ କରି ଉଦାହରଣ ସାଜିଲେ ଏହି… appeared first on Dharitri Odia News.
ଜୟପୁର: ବିବାହ ସମୟରେ ଯୌତୁକ ନେବା ଏକ ସାମାଜିକ ବ୍ୟାଧି। ହେଲେ ବର୍ଷ ବର୍ଷ ଧରି ଚାଲି ଆସିଥିବା ଏଭଳି ପରମ୍ପରା ଲାଗି ଅନେକ ଝିଅ ଏବଂ ଝିଅଙ୍କ ପରିବାର ହଇରାଣ ହେବାର ନଜିର ରହିଛି। ଯୌତୁକ ଲାଗି କେଉଁଠି ବିବାହ ଭାଙ୍ଗିଯାଉଛି ତ କିଏ ଘରୋଇ ହିଂସାର ଶିକାର ହେଉଛି। ପ୍ରାୟତଃ ଏଭଳି ଘଟଣା ଖବର ଶିରୋନାମା ପାଲଟିଆସୁଛି। ହେଲେ ସମାଜରେ ଏଭଳି କିଛି ବ୍ୟକ୍ତି ବିଶେଷ ଅଛନ୍ତି ଯିଏ କି ଯୌତୁକକୁ ନା କହି ଉଦାହରଣ ସାଜିଥାନ୍ତି। ସେହିଭଳି ଏକ ଘଟଣାକ୍ରମରେ ଏକ ଦମ୍ପତି ଯୌତୁକ ପ୍ରଥା ସମାପ୍ତ କରିବା ପାଇଁ ଏକ ବଡ଼ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ରାଜସ୍ଥାନର ଦୁଇ ଜଣ IPS ଏବଂ IAS ଯୋଡ଼ି ଯୌତୁକ ପ୍ରଥା ସମାପ୍ତ କରିବା ପାଇଁ ପଦକ୍ଷେପ ନେଇ ଚର୍ଚ୍ଚାକୁ ଆସିଛନ୍ତି। ମାତ୍ର ୧ ଟଙ୍କାରେ ଦୁହିଁଙ୍କ ବିବାହ ଶେଷ ହୋଇଛି। ସେମାନେ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି।
ରାଜସ୍ଥାନରେ ଯୌତୁକ ବିରୋଧରେ ବାର୍ତ୍ତା ଦେଉଥିବା ବର ଏବଂ କନ୍ୟା ଆଉ କେହି ନୁହନ୍ତି ବରଂ ଜଣେ IPS ଏବଂ IAS ଅଧିକାରୀ। ସୁରତପୁରର ବାସିନ୍ଦା ଆଇପିଏସ୍ ରାଜକୁମାର ମୀନାଙ୍କ ବିବାହ ଭରତପୁର ଜିଲାର ବାସିନ୍ଦା ଆଇଏଏସ୍ ଭାରତୀ ମୀନାଙ୍କ ସହ ହୋଇଛି। ପେସାରେ ଜଣେ ଉଚ୍ଚପଦସ୍ଥ ଅଧିକାରୀ ସତ୍ତ୍ୱେ ଆଇପିଏସ୍ଜଣଙ୍କ ବିବାହ ପାଇଁ ଯୌତୁକ ନେବାକୁ ମନା କରିଦେଇଥିଲେ। ଉଭୟ ପରିବାର ବରଙ୍କ ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଗ୍ରହଣ କରିଥିଲେ। ଏହି ବିବାହ ପାଇଁ ଆଇପିଏସ୍ଙ୍କ ବାପା ଝିଅଙ୍କ ଘରୁ ଶୁଭ ଭାବେ ୧ ଟଙ୍କା ଏବଂ ଗୋଟିଏ ନଡ଼ିଆ ଦାନ ନେଇ ବିବାହ ସମ୍ପନ୍ନ କରାଇଥିଲେ ଏବଂ ଯୌତୁକମୁକ୍ତ ବିବାହକୁ ପ୍ରୋତ୍ସାହିତ କରିଥିଲେ।
ଆଇପିଏସ୍ ରାଜକୁମାର ମୀନାଙ୍କ ଦାଦା ଆଦିବାସୀ ମୀନା ସମ୍ପ୍ରଦାୟର ଜିଲା ଉପାଧ୍ୟକ୍ଷ। ତାଙ୍କ ନାମ କାଞ୍ଜି ମୀନା। କାଞ୍ଜି ମୀନା ତାଙ୍କ ପୁତୁରା ଆଇପିଏସ୍ଙ୍କ ବିବାହ ବିଷୟରେ କହିଥିଲେ ଯେ ବିବାହରେ ଯୌତୁକ ନ ନେବାର ପ୍ରୟାସରେ କେବଳ ଗୋଟିଏ ଟଙ୍କା ନିଆଯାଇଥିଲା। ସେ କହିଥିଲେ ଯେ ଏହି ପଦକ୍ଷେପ ସହିତ ଯୌତୁକ ପ୍ରଥା ଭଳି ସାମାଜିକ କୁପ୍ରଥାର ମୂଳୋତ୍ପାଟନ ଆରମ୍ଭ କରାଯାଇଛି। କାଞ୍ଜି ମୀନା କହିଛନ୍ତି ଯେ ଯେତେବେଳେ ଆଦିବାସୀ ସମାଜ ବୈଠକରେ ଯୌତୁକ ପ୍ରଥା ଉପରେ ଆଲୋଚନା ହେଉଥିଲା, ପ୍ରାୟତଃ କୁହାଯାଉଥିଲା ଯେ ପ୍ରଥମେ ବୟସ୍କମାନେ ଏହାକୁ ଉଚ୍ଛେଦ କରିବା ଉଚିତ। କେବଳ ସେତେବେଳେ ମଧ୍ୟବିତ୍ତ କିମ୍ବା ଗରିବ ଲୋକଙ୍କ ଉପରେ ନିୟମ ପାଳନ କରିବାର ଚାପ ପଡ଼ିବ। ଏହାକୁ ବୁଝି ଯେତେବେଳେ IPS ଏବଂ IAS ଅଧିକାରୀମାନେ ମାତ୍ର ଗୋଟିଏ ଟଙ୍କାରେ ଯୌତୁକମୁକ୍ତ ବିବାହ ଆୟୋଜନ କଲେ, ସମାଜ ଏଥିରୁ ଏକ ଭଲ ବାର୍ତ୍ତା ପାଇଛି। କାରଣ ଏବେ ଯୌତୁକ ମୁକ୍ତ ବିବାହ ଆରମ୍ଭ ହୋଇଛି, ଏବେ ଧୀରେ ଧୀରେ ସମାଜରୁ ଯୌତୁକ ପ୍ରଥା ମଧ୍ୟ ଶେଷ ହେବ।
The post ହାତ ଯୋଡ଼ି ଯୌତୁକ ନେବାକୁ ମନା କରିଦେଲେ, ମାତ୍ର ୧ ଟଙ୍କାରେ ବିବାହ କରି ଉଦାହରଣ ସାଜିଲେ ଏହି… appeared first on Dharitri Odia News.