ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଦିଗନ୍ତ ଆଣିବ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୧(ଅସମାପିକା ସାହୁ): ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବକୁ ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଉଦ୍‌ଘାଟନ କରିଛନ୍ତି। ଏସିଆର ସର୍ବବୃହତ୍‌ ଲୁଣା ହ୍ରଦ ଚିଲିକା ହେଉଛି ଲକ୍ଷାଧିକ ବିଦେଶାଗତ ପକ୍ଷୀଙ୍କ ବିଚରଣସ୍ଥଳୀ। ଏହି ମହୋତ୍ସବ ପକ୍ଷୀପ୍ରେମୀଙ୍କୁ ଅତି ନିକଟରୁ ଚିଲିକା ଓ ବିଦେଶାଗତ ପକ୍ଷୀଙ୍କ ସମ୍ପର୍କରେ ଜାଣିବାର ସୁଯୋଗ ଆଣିଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପର୍ଯ୍ୟଟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଏହି […] The post ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଦିଗନ୍ତ ଆଣିବ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ: ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଦିଗନ୍ତ ଆଣିବ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୧(ଅସମାପିକା ସାହୁ): ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବକୁ ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଉଦ୍‌ଘାଟନ କରିଛନ୍ତି। ଏସିଆର ସର୍ବବୃହତ୍‌ ଲୁଣା ହ୍ରଦ ଚିଲିକା ହେଉଛି ଲକ୍ଷାଧିକ ବିଦେଶାଗତ ପକ୍ଷୀଙ୍କ ବିଚରଣସ୍ଥଳୀ। ଏହି ମହୋତ୍ସବ ପକ୍ଷୀପ୍ରେମୀଙ୍କୁ ଅତି ନିକଟରୁ ଚିଲିକା ଓ ବିଦେଶାଗତ ପକ୍ଷୀଙ୍କ ସମ୍ପର୍କରେ ଜାଣିବାର ସୁଯୋଗ ଆଣିଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପର୍ଯ୍ୟଟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ପର୍ଯ୍ୟଟନ କ୍ଷେତ୍ରରେ ଏହାଏକ ନୂଆ ଦିଗନ୍ତ ଆଣିଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

The post ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଦିଗନ୍ତ ଆଣିବ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ: ମୁଖ୍ୟମନ୍ତ୍ରୀ appeared first on Dharitri Odia News.