ଇସ୍କନ ରେସ୍ତୋରାଁରେ ଚିକେନ୍ ଖାଇଲେ ଯୁବକ

ଲଣ୍ଡନ: ଆନ୍ତର୍ଜାତିକ କୃଷ୍ଣ ସଚେତନତା ସମାଜ (ଇସ୍କନ) ପକ୍ଷରୁ ଲଣ୍ଡନରେ ପରିଚାଳିତ ଗୋବିନ୍ଦ ରୋସ୍ତୋରାଁରେ ଜଣେ ଯୁବକ ଚିକେନ ଖାଇବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସମ୍ପୂର୍ଣ୍ଣ ନିରାମିଷ ଭୋଜନ ନିମନ୍ତେ ଉଦ୍ଦିଷ୍ଟ ଏହି ରୋସ୍ତୋରାଁକୁ ଜଣେ ଆଫ୍ରିକୀୟ-ବ୍ରିଟିସ ଯୁବକ ଆସି ମାଂସ ମାଗିଥିଲେ। ରୋସ୍ତୋରାଁ କର୍ମଚାରୀ ତାଙ୍କୁ ଏହା ନିରାମିଷ ହୋଟେଲ ବୋଲି କହିବାରୁ ସେ ନିଜ ସାଥୀରେ ଆଣିଥିବା କେଏଫସିର ଚିକେନ୍‌ ଡବା ଖୋଲି ସେଠାରେ ଖାଇଥିଲେ। ପରେ ସୁରକ୍ଷାକର୍ମୀ ଆସି ଯୁବକ ଜଣଙ୍କୁ […]

ଇସ୍କନ ରେସ୍ତୋରାଁରେ ଚିକେନ୍ ଖାଇଲେ ଯୁବକ

ଲଣ୍ଡନ: ଆନ୍ତର୍ଜାତିକ କୃଷ୍ଣ ସଚେତନତା ସମାଜ (ଇସ୍କନ) ପକ୍ଷରୁ ଲଣ୍ଡନରେ ପରିଚାଳିତ ଗୋବିନ୍ଦ ରୋସ୍ତୋରାଁରେ ଜଣେ ଯୁବକ ଚିକେନ ଖାଇବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସମ୍ପୂର୍ଣ୍ଣ ନିରାମିଷ ଭୋଜନ ନିମନ୍ତେ ଉଦ୍ଦିଷ୍ଟ ଏହି ରୋସ୍ତୋରାଁକୁ ଜଣେ ଆଫ୍ରିକୀୟ-ବ୍ରିଟିସ ଯୁବକ ଆସି ମାଂସ ମାଗିଥିଲେ। ରୋସ୍ତୋରାଁ କର୍ମଚାରୀ ତାଙ୍କୁ ଏହା ନିରାମିଷ ହୋଟେଲ ବୋଲି କହିବାରୁ ସେ ନିଜ ସାଥୀରେ ଆଣିଥିବା କେଏଫସିର ଚିକେନ୍‌ ଡବା ଖୋଲି ସେଠାରେ ଖାଇଥିଲେ। ପରେ ସୁରକ୍ଷାକର୍ମୀ ଆସି ଯୁବକ ଜଣଙ୍କୁ ହୋଟେଲ ପରିସରରୁ ବାହାର କରିଦେଇଥିଲେ।