ଆହୁରି ସଠିକ ହେବ ପ୍ରାକୃତିକ ବିପର୍ଯ୍ୟୟ ଆକଳନ, ରାଜ୍ୟରେ ବସିବ ୩ ନୂଆ ଡପଲାର ରାଡାର୍…
ଭୁବନେଶ୍ୱର: ଆହୁରି ସଠିକ ହେବ ପ୍ରାକୃତିକ ବିପର୍ଯ୍ୟୟ ଆକଳନ। ରାଜ୍ୟରେ ବସିବ ୩ ନୂଆ ଡପଲାର ରାଡାର୍। ସମ୍ବଲପୁର, ବାଲେଶ୍ଵର ଓ ଭୁବନେଶ୍ୱରରେ ବସିବ ରାଡାର । ଭୁବନେଶ୍ୱର ପାଇଁ ସ୍ଵତନ୍ତ୍ର ରାଡାର ଯାହା କୃତ୍ରିମ ବନ୍ୟା ବା ସହରୀ ବନ୍ୟା ପାଇଁ ସଠିକ୍ ତଥ୍ୟ ଯୋଗାଇବ। ଏହାସହ ଏୟାର କ୍ୱାଲିଟି ନେଇ ସଠିକ୍ ତଥ୍ୟ ଯୋଗାଇଦେବ। ସାରା ଦେଶରେ ୨୦୨୬ ପହିଲା ସୁଦ୍ଧା ୧୨୬ ଟି ରାଡାର ଲାଗିବ। ବର୍ତ୍ତମାନ ୭୩ ଟି ରାଡାର କାମ […]

ଭୁବନେଶ୍ୱର: ଆହୁରି ସଠିକ ହେବ ପ୍ରାକୃତିକ ବିପର୍ଯ୍ୟୟ ଆକଳନ। ରାଜ୍ୟରେ ବସିବ ୩ ନୂଆ ଡପଲାର ରାଡାର୍। ସମ୍ବଲପୁର, ବାଲେଶ୍ଵର ଓ ଭୁବନେଶ୍ୱରରେ ବସିବ ରାଡାର । ଭୁବନେଶ୍ୱର ପାଇଁ ସ୍ଵତନ୍ତ୍ର ରାଡାର ଯାହା କୃତ୍ରିମ ବନ୍ୟା ବା ସହରୀ ବନ୍ୟା ପାଇଁ ସଠିକ୍ ତଥ୍ୟ ଯୋଗାଇବ। ଏହାସହ ଏୟାର କ୍ୱାଲିଟି ନେଇ ସଠିକ୍ ତଥ୍ୟ ଯୋଗାଇଦେବ। ସାରା ଦେଶରେ ୨୦୨୬ ପହିଲା ସୁଦ୍ଧା ୧୨୬ ଟି ରାଡାର ଲାଗିବ। ବର୍ତ୍ତମାନ ୭୩ ଟି ରାଡାର କାମ କରୁଥିବାବେଳେ ନୂଆ ୫୩ଟି ରାଡାର ଲାଗିବ । ସେପଟେ ଅଦିନିଆ ବର୍ଷାକୁ ନେଇ ସତର୍କ କଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଆସନ୍ତାକାଲିଠୁ ରାଜ୍ୟରେ ପୁଣି ହେବ ବର୍ଷା । ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ୨୪ ଓ ୨୫ରେ ବର୍ଷା ହେବ । ଆବଶ୍ୟକୀୟ ପଦକ୍ଷେପ ନେବା ଲାଗି ଚାଷୀଙ୍କୁ ସତର୍କ କରାଇଛି ପାଣିପାଗ ବିଭାଗ।
ତେବେ ଭାରତୀୟ ପାଣିପାଗ ବିଭାଗକୁ ପୂରିବାକୁ ଯାଉଛି ୧୫୦ ବର୍ଷ । ଏହି ଅବସରରେ ଲୋକସେବା ଭବନରେ ଆୟୋଜିତ ସ୍ବତନ୍ତ୍ର ସଭାରେ ଯୋଗ ଦେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟ ତଥା ଦେଶରେ ଆଇଏମଡି ଏବଂ ଆଞ୍ଚଳିକ ପାଣିପାଗ ବିଭାଗ ଦ୍ବାରା ବିଭିନ୍ନ ବିପର୍ଯ୍ୟୟର ପୂର୍ବାନୁମାନ କରାଯାଇ ସଫଳ ମୁକାବିଲା କରାଯାଉଛି । ଏବେ ଓଡିଶାରେ ଦୁଇଟି ଡପଲର ରାଡାର ରହିଛି । ପାରାଦୀପ, ଗୋପାଳପୁରରେ ଡପଲର ରାଡାର ଲାଗିଥିବା ଖୁବ୍ ଶୀଘ୍ର ଭୁବନେଶ୍ବର, ବାଲେଶ୍ବର, ସମ୍ବଲପୁରରେ ଲାଗିବ । ଏହା ଦ୍ବାରା ପ୍ରାକୃତିକ ବିପର୍ଯ୍ୟୟ ଆକଳନ ଆହୁରି ସଠିକ ହେବ । ଏବେ ଦେଶରେ ୭୩ଟି ରାଡାର ରହିଛି । ୨୦୨୬ ସୁଦ୍ଧା ଏହାକୁ ୧୨୬ କରିବାକୁ ଲକ୍ଷ୍ୟ ରାଖାଯାଇଛି।