୫ ମାସ ହେଲାଣି ଖାଲି ରଙ୍ଗ ବଦଳାଇ ନାଁ ନେବାକୁ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର : ବିଜେଡି
ଭୁବନେଶ୍ବର : ରାଜ୍ୟରେ ନୂଆ ବିଜେପି ସରକାର ଗଠନ ହେବାକୁ ୫ ମାସ ହେଲାଣି। ହେଲେ ଆଜି ଯାଏଁ ମୋହନ ସରକାର ପୂର୍ବ ବିଜେଡିର ନବୀନ ପଟ୍ଟନାୟକଙ୍କ ସରକାର କରିଥିବା ଯୋଜନାକୁ ଅନୁକରଣ କରିବା ସହ ଖାଲି ରଙ୍ଗ ବଦଳାଇ ନାଁ ନେବାକୁ ଉଦ୍ୟମ କରୁଛନ୍ତି। ଯାହାକୁ ନେଇ ଆଜି ସରକାରଙ୍କ ଉପରେ ବର୍ଷିଛି ବିଜେଡି। ବିଜୁ ଜନତା ଦଳର ମୁଖପାତ୍ର ଲେନିନ୍ ମହାନ୍ତି ଆଜି ଶଙ୍ଖ ଭବନରେ ପ୍ରେସମିଟ୍ କରି କହିଛନ୍ତି ମୋହନ ସରକାରକୁ ଆଜିକୁ […]

ଭୁବନେଶ୍ବର : ରାଜ୍ୟରେ ନୂଆ ବିଜେପି ସରକାର ଗଠନ ହେବାକୁ ୫ ମାସ ହେଲାଣି। ହେଲେ ଆଜି ଯାଏଁ ମୋହନ ସରକାର ପୂର୍ବ ବିଜେଡିର ନବୀନ ପଟ୍ଟନାୟକଙ୍କ ସରକାର କରିଥିବା ଯୋଜନାକୁ ଅନୁକରଣ କରିବା ସହ ଖାଲି ରଙ୍ଗ ବଦଳାଇ ନାଁ ନେବାକୁ ଉଦ୍ୟମ କରୁଛନ୍ତି। ଯାହାକୁ ନେଇ ଆଜି ସରକାରଙ୍କ ଉପରେ ବର୍ଷିଛି ବିଜେଡି।
ବିଜୁ ଜନତା ଦଳର ମୁଖପାତ୍ର ଲେନିନ୍ ମହାନ୍ତି ଆଜି ଶଙ୍ଖ ଭବନରେ ପ୍ରେସମିଟ୍ କରି କହିଛନ୍ତି ମୋହନ ସରକାରକୁ ଆଜିକୁ ପ୍ରାୟ ୫ମାସ ପୁରିବାକୁ ବସିଲାଣି । କିନ୍ତୁ ପ୍ରତ୍ୟେର କ୍ଷେତ୍ରରେ ଏ ସରକାର ଖାଲି ଡିଣ୍ଡିମ ପିଟୁଛି । ଖାଲି ରଙ୍ଗ ପରିବର୍ତ୍ତନ କରିଛି ନଚେତ୍ ଯୋଜନାକୁ କପି କରାଯାଉଛି । ବାଃ ବାଃ ନେବା ପାଇଁ ଉଦ୍ୟମ କରାଯାଉଛି । ଏହା ବ୍ୟତିତ ଏ ସରକାରର କିଛି କାମ ନାହିଁ । ଲୋକେ ସୁଯୋଗ ଦେଇଛନ୍ତି । କିଛି ନୂଆ କରିବା କଥା କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଏ ସରକାର ଫେଲ ମାରିଛନ୍ତି । ଆଇନଶୃଙ୍ଖଳା ବିଗିଡିବାକୁ ବସିଲାଣି । ଏହାଉପରେ କୌଣସି ପଦକ୍ଷେପ ନିଆଯାଉନି ।
ଏଥି ସହିତ ଲେଲିନ୍ କହିଛନ୍ତି କିଛି ଦିନ ତଳେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ରୁତୁସ୍ରାବ ପାଇଁ ଅତିରିକ୍ତ ୧୦ ଦିନ ଛୁଟି ମହିଳାଙ୍କୁ ଦିଆଯିବ ବୋଲି ଘୋଷଣା କରିଥିଲେ । କିନ୍ତୁ ବିଜେଡ଼ି ସରକାର ଏ ନିଷ୍ପତ୍ତି ନେଇ ସାରିଥିଲେ । ସେହିପରି ପଦ୍ମ ବିଜେତାଙ୍କୁ ମାସିକ ୩୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ପୂର୍ବ ସରକାର ମାସିକ ୨୫ ହଜାର ଟଙ୍କା ଦେବାକୁ ଘୋଷଣା କରି ସାରିଥିଲେ, ଆଉ ଏ ସରକାର ୫ ହଜାର ବଢାଇ ନାଁ ନେବାକୁ ଚେଷ୍ଟା କରୁଛନ୍ତି ବୋଲି ଲେନିନ୍ ମହାନ୍ତି କହିଛନ୍ତି ।