ଆହୁରି ୩ଦିନ ବର୍ଷା, କୁହୁଡ଼ି ୨୬ରୁ ପାଗ ବଦଳିପାରେ

ଭୁବନେଶ୍ୱର,୨୨।୧(ଅନୁରାଧା ମହାରଣା): ରାଜ୍ୟରେ ଗତକିଛି ଦିନ ଧରି ସ୍ଥାନେ ସ୍ଥାନେ ବର୍ଷା ହେବା ସହ ପାଗ କୋହଲା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆସନ୍ତା ୨୫ ତାରିଖ ଯାଏ କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଗୁରୁଚାପ ବଳୟର ସକ୍ରିୟତା ବୃଦ୍ଧି ହେତୁ ୨୩ ଓ ୨୪ ତାରିଖରେ ମଧ୍ୟ ବୃଷ୍ଟିପାତର ପ୍ରଭାବ ବୃଦ୍ଧି ହୋଇପାରେ। ସେହିପରି ୨୫ ତାରିଖ ମଧ୍ୟାହ୍ନ ଯାଏ କିଛି ଜିଲାରେ କୋହଲା […] The post ଆହୁରି ୩ଦିନ ବର୍ଷା, କୁହୁଡ଼ି ୨୬ରୁ ପାଗ ବଦଳିପାରେ appeared first on Dharitri Odia News.

ଆହୁରି ୩ଦିନ ବର୍ଷା, କୁହୁଡ଼ି ୨୬ରୁ ପାଗ ବଦଳିପାରେ

ଭୁବନେଶ୍ୱର,୨୨।୧(ଅନୁରାଧା ମହାରଣା): ରାଜ୍ୟରେ ଗତକିଛି ଦିନ ଧରି ସ୍ଥାନେ ସ୍ଥାନେ ବର୍ଷା ହେବା ସହ ପାଗ କୋହଲା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆସନ୍ତା ୨୫ ତାରିଖ ଯାଏ କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଗୁରୁଚାପ ବଳୟର ସକ୍ରିୟତା ବୃଦ୍ଧି ହେତୁ ୨୩ ଓ ୨୪ ତାରିଖରେ ମଧ୍ୟ ବୃଷ୍ଟିପାତର ପ୍ରଭାବ ବୃଦ୍ଧି ହୋଇପାରେ। ସେହିପରି ୨୫ ତାରିଖ ମଧ୍ୟାହ୍ନ ଯାଏ କିଛି ଜିଲାରେ କୋହଲା ପାଗ ରହିବ। ୨୬ରୁ ପାଗ ବଦଳିପାରେ, ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି।

The post ଆହୁରି ୩ଦିନ ବର୍ଷା, କୁହୁଡ଼ି ୨୬ରୁ ପାଗ ବଦଳିପାରେ appeared first on Dharitri Odia News.