ଆହୁରି ୫୦୦ ନୂଆ ହୋଟେଲ ଖୋଲିବ OYO, ଏହି ସହରରେ ସବୁଠୁ ଅଧିକ

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଓ ଲଞ୍ଚ କରିବାକୁ ଯାଉଛି ଓୟୋ। ଏଥିପାଇଁ ସଂପୂର୍ଣ୍ଣ ଯୋଜନା ମଧ୍ୟ କରିସାରିଛି କମ୍ପାନି। ହେଲେ ଏହାରି ମଧ୍ୟରେ କମ୍ପାନି ନେଇଛି ଆଉ ଏକ ବଡ଼ ନିଷ୍ପତ୍ତି। ଖୁବଶୀଘ୍ର ଓୟୋ ଦେଶର ବିଭିନ୍ନ ସହରରେ ୫୦୦ ନୂଆ ହୋଟେଲ ଯୋଡ଼ିବାକୁ ଯୋଜନା କରିଛି। ଏହି ନୂଆ ହୋଟେଲ ଦେଶର ପ୍ରମୁଖ ଏବଂ ଧାର୍ମିକ ସ୍ଥଳରେ ଖୋଲାଯିବ। ବିଶେଷକରି କମ୍ପାନି ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନେଇଛି। ଏହାଦ୍ବାରା ଅଧିକରୁ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେବ। ସେମାନଙ୍କ ରହିବାରେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ସୂଚନାଥାଉକି, ପୂର୍ବରୁ ଓୟୋ ମେରଠରେ ଅବିବାହିତ ଯୋଡ଼ିଙ୍କ ପ୍ରବେଶକୁ ବ୍ୟାନ ଲଗାଇସାରିଛି।ଓୟୋ ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ ଅଯୋଧ୍ୟା, ବାରାଣସୀ, ପ୍ରୟାଗରାଜ, ପୁରୀ, ହରିଦ୍ବାର, ମଥୁରା, ବୃନ୍ଦାବନ, ଅମୃତସର, ଉଜ୍ଜୈନ, ଅଜମେର, ନାସିକ ଏବଂ ତିରୁପତି ଭଳି ପର୍ଯ୍ୟଟନସ୍ଥଳୀମାନଙ୍କରେ ୫୦୦ ହୋଟେଲ ଯୋଡ଼ିବାକୁ ଯୋଜନା କରୁଛି। ତେବେ କମ୍ପାନି ଏହି ଘୋଷଣା ଏଭଳି ସମୟରେ କରିଛି ଯେତେବେଳେ ଦେଶରେ ଧାର୍ମିକ ପର୍ଯ୍ୟଟନର ପ୍ରଚାର ପ୍ରସାର ଜୋରଦାର ରହିଛି। ସରକାର ପର୍ଯ୍ୟଟନସ୍ଥଳୀରେ ଆବଶ୍ୟକୀୟ ଭିତ୍ତିଭୂମି ଢାଞ୍ଚାରେ ସୁଧାର ଏବଂ ପର୍ଯ୍ୟଟକ ଆକର୍ଷଣ ବିକଶିତ କରିବା ଦିଗରେ ଅନେକ ପଦକ୍ଷେପ ଉଠାଇଛନ୍ତି।ଆହୁରି କୁହାଯାଇଛି ଅଯୋଧ୍ୟାରେ ୧୫୦ରୁ ଅଧିକ ହୋଟେଲ,

ଆହୁରି ୫୦୦ ନୂଆ ହୋଟେଲ ଖୋଲିବ OYO, ଏହି ସହରରେ ସବୁଠୁ ଅଧିକ

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଓ ଲଞ୍ଚ କରିବାକୁ ଯାଉଛି ଓୟୋ। ଏଥିପାଇଁ ସଂପୂର୍ଣ୍ଣ ଯୋଜନା ମଧ୍ୟ କରିସାରିଛି କମ୍ପାନି। ହେଲେ ଏହାରି ମଧ୍ୟରେ କମ୍ପାନି ନେଇଛି ଆଉ ଏକ ବଡ଼ ନିଷ୍ପତ୍ତି। ଖୁବଶୀଘ୍ର ଓୟୋ ଦେଶର ବିଭିନ୍ନ ସହରରେ ୫୦୦ ନୂଆ ହୋଟେଲ ଯୋଡ଼ିବାକୁ ଯୋଜନା କରିଛି। ଏହି ନୂଆ ହୋଟେଲ ଦେଶର ପ୍ରମୁଖ ଏବଂ ଧାର୍ମିକ ସ୍ଥଳରେ ଖୋଲାଯିବ। ବିଶେଷକରି କମ୍ପାନି ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନେଇଛି। ଏହାଦ୍ବାରା ଅଧିକରୁ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେବ। ସେମାନଙ୍କ ରହିବାରେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ସୂଚନାଥାଉକି, ପୂର୍ବରୁ ଓୟୋ ମେରଠରେ ଅବିବାହିତ ଯୋଡ଼ିଙ୍କ ପ୍ରବେଶକୁ ବ୍ୟାନ ଲଗାଇସାରିଛି।

ଓୟୋ ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ ଅଯୋଧ୍ୟା, ବାରାଣସୀ, ପ୍ରୟାଗରାଜ, ପୁରୀ, ହରିଦ୍ବାର, ମଥୁରା, ବୃନ୍ଦାବନ, ଅମୃତସର, ଉଜ୍ଜୈନ, ଅଜମେର, ନାସିକ ଏବଂ ତିରୁପତି ଭଳି ପର୍ଯ୍ୟଟନସ୍ଥଳୀମାନଙ୍କରେ ୫୦୦ ହୋଟେଲ ଯୋଡ଼ିବାକୁ ଯୋଜନା କରୁଛି। ତେବେ କମ୍ପାନି ଏହି ଘୋଷଣା ଏଭଳି ସମୟରେ କରିଛି ଯେତେବେଳେ ଦେଶରେ ଧାର୍ମିକ ପର୍ଯ୍ୟଟନର ପ୍ରଚାର ପ୍ରସାର ଜୋରଦାର ରହିଛି। ସରକାର ପର୍ଯ୍ୟଟନସ୍ଥଳୀରେ ଆବଶ୍ୟକୀୟ ଭିତ୍ତିଭୂମି ଢାଞ୍ଚାରେ ସୁଧାର ଏବଂ ପର୍ଯ୍ୟଟକ ଆକର୍ଷଣ ବିକଶିତ କରିବା ଦିଗରେ ଅନେକ ପଦକ୍ଷେପ ଉଠାଇଛନ୍ତି।

ଆହୁରି କୁହାଯାଇଛି ଅଯୋଧ୍ୟାରେ ୧୫୦ରୁ ଅଧିକ ହୋଟେଲ, ବାରାଣସୀରେ ୧୦୦ ଏବଂ ପ୍ରୟାଗରାଜ, ହରିଦ୍ବାର ଏବଂ ପୁରୀରେ ୫୦-୫୦ ହୋଟଲ ଯୋଡ଼ିବ। କମ୍ପାନିର ସୂଚନା ଅନୁଯାୟୀ, ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପରଠାରୁ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି। ଏହାକୁ ଦେଖି ଅଯୋଧ୍ୟାରେ ସବୁଠୁ ଅଧିକ ହୋଟେଲ ଯୋଡ଼ିବା ନେଇ ନିଷ୍ପତ୍ତି ହୋଇଛି। 

ଧାର୍ମିକ ପର୍ଯ୍ୟଟନ କାରଣରୁ ୨୦୨୮ ସୁଦ୍ଧା ୫୯ ବିଲିୟନ ଡଲାରର ରାଜସ୍ବ ସୃଷ୍ଟି କରିବା ନେଇ ଅନୁମାନ କରାଯାଉଛି। ଏହାଦ୍ବାରା ୨୦୩୦ ସୁଦ୍ଧା ୧୪ କୋଟି ଅସ୍ଥାୟୀ ଏବଂ ସ୍ଥାୟୀ ରୋଜଗାର ମଧ୍ୟ ସୃଷ୍ଟି ହେବାର ଅନୁମାନ ରହିଛି।