କେବଳ ଲଗେଜ ନୁହେଁ ଯାତ୍ରୀଙ୍କ ଓଜନ ମାପିବ ଏୟାରଲାଇନ, ମୋଟା ହୋଇଥିଲେ…

ଓ୍ବାଶିଂଟନ୍‌,୯।୨: ସାଧାରଣତଃ ଫ୍ଲାଇଟରେ ଟ୍ରାଭେଲ କରିବା ସମୟରେ ଯାତ୍ରୀମାନେ ଲଗେଜକୁ ନେଇ ବିଶେଷ ଧ୍ୟାନ ରଖିଥାନ୍ତି। ଏୟାରପୋର୍ଟରେ ଯାଇ ହଇରାଣ ହେବାଠାରୁ ଆବଶ୍ୟକୀୟ ଜିନିଷ ନେଇ ଟ୍ରାଭେଲ କରିବାକୁ ପସନ୍ଦ କରିଥାନ୍ତି। ସେଠାରେ ପହଞ୍ଚିବା ସମୟରେ ବୋର୍ଡିଂବେଳେ ଲଗେଜର ଓଜନ ମପାଯାଇଥାଏ। ଯେଉଁଠାରେ ବେଶୀ ଜିନିଷ ନେଇ ଯାତ୍ରା କରୁଥିଲେ ସେସବୁକୁ ବାହାର କରାଯାଏ। କିନ୍ତୁ ଏୟାରଲାଇନ୍ସ ଜଦି ଲଗେଜର ଓଜନ ମାପିବା ସହ ଯାତ୍ରୀଙ୍କର ମଧ୍ୟ ଓଜନ ମାପେ। ନିକଟରେ ଏପରି କରିବାକୁ ଏୟାରଲାଇନ୍ସ ଏପରି […] The post କେବଳ ଲଗେଜ ନୁହେଁ ଯାତ୍ରୀଙ୍କ ଓଜନ ମାପିବ ଏୟାରଲାଇନ, ମୋଟା ହୋଇଥିଲେ… appeared first on Dharitri Odia News.

କେବଳ ଲଗେଜ ନୁହେଁ ଯାତ୍ରୀଙ୍କ ଓଜନ ମାପିବ ଏୟାରଲାଇନ, ମୋଟା ହୋଇଥିଲେ…

ଓ୍ବାଶିଂଟନ୍‌,୯।୨: ସାଧାରଣତଃ ଫ୍ଲାଇଟରେ ଟ୍ରାଭେଲ କରିବା ସମୟରେ ଯାତ୍ରୀମାନେ ଲଗେଜକୁ ନେଇ ବିଶେଷ ଧ୍ୟାନ ରଖିଥାନ୍ତି। ଏୟାରପୋର୍ଟରେ ଯାଇ ହଇରାଣ ହେବାଠାରୁ ଆବଶ୍ୟକୀୟ ଜିନିଷ ନେଇ ଟ୍ରାଭେଲ କରିବାକୁ ପସନ୍ଦ କରିଥାନ୍ତି। ସେଠାରେ ପହଞ୍ଚିବା ସମୟରେ ବୋର୍ଡିଂବେଳେ ଲଗେଜର ଓଜନ ମପାଯାଇଥାଏ। ଯେଉଁଠାରେ ବେଶୀ ଜିନିଷ ନେଇ ଯାତ୍ରା କରୁଥିଲେ ସେସବୁକୁ ବାହାର କରାଯାଏ। କିନ୍ତୁ ଏୟାରଲାଇନ୍ସ ଜଦି ଲଗେଜର ଓଜନ ମାପିବା ସହ ଯାତ୍ରୀଙ୍କର ମଧ୍ୟ ଓଜନ ମାପେ। ନିକଟରେ ଏପରି କରିବାକୁ ଏୟାରଲାଇନ୍ସ ଏପରି କ୍ରାଏଟେରିଆ ରଖିଛି।

ୟୁରୋପିଅନ ଏୟାରଲାଇନ୍ସ ଫିଏନୟର ଏବେ ଯାତ୍ରୀଙ୍କ ଓଜନ ମାପିବାକୁ ଘୋଷଣା କରିଛ। ଫ୍ଲାଇଟରେ ଚଢିବା ପୂର୍ବରୁ ଯାତ୍ରୀଙ୍କର ପ୍ରଥମେ ଓଜନ ମପାଯିବ। ଏସମ୍ପର୍କରେ ଏୟାରଲାଇନ କହିଛି, ସୁରକ୍ଷିତ ଯାତ୍ରା ପାଇଁ ବିମାନର ମୋଟ ଓଜନ କାଲକୁଲେଟ କରିବା, ଇନ୍ଧନ ଅଛି କି ନାହିଁ ଦେଖିବା, ଖାଇବା-ପିଇବା ସୁବିଧା ଏବଂ ଗ୍ରାହକଙ୍କ ଓଜନ ମଧ୍ୟ ମାପିବା ଜରୁରୀ ଅଟେ।ତେବେ ଏହାକୁ ନେଇ କିଛି ଯାତ୍ରୀ ଅଭିଯୋଗ କରିବା ସହ ଟିକେଟ୍‌ ମଧ୍ୟ କ୍ୟାନସଲ କରିଥିବା ଜଣାପଡିଛି।

The post କେବଳ ଲଗେଜ ନୁହେଁ ଯାତ୍ରୀଙ୍କ ଓଜନ ମାପିବ ଏୟାରଲାଇନ, ମୋଟା ହୋଇଥିଲେ… appeared first on Dharitri Odia News.