ଆୟ ବଢ଼ୁଥିବାରୁ ବଢ଼ୁଛି ନିମ୍ନମଧ୍ୟବିତ୍ତଙ୍କ ଆତ୍ମବିଶ୍ୱାସ: ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ରୋଜଗାର ବଢ଼ୁଥିବାରୁ ଭାରତୀୟ ନିମ୍ନମଧ୍ୟବିତ୍ତଙ୍କ ଆତ୍ମବିଶ୍ୱାସ ବଢ଼ୁଥିବା ଏକ ସର୍ଭେ ରିପୋର୍ଟରୁ ସାମ୍ନାକୁ ଆସିଛି। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତର ନିମ୍ନ ମଧ୍ୟବିତ୍ତ ପରିବାରଗୁଡ଼ିକ ସେମାନଙ୍କର ପ୍ରମୁଖ ଆର୍ଥିକ ଲକ୍ଷ୍ୟଗୁଡିକୁ ହାସଲ କରିନେବେ ବୋଲି ସେମାନଙ୍କର ବିଶ୍ୱାସ ରହିଛି। ହୋମ୍ କ୍ରେଡିଟ୍ ଇଣ୍ଡିଆର ସର୍ଭେର ତୃତୀୟ ସଂସ୍କରଣ, ଦି ଗ୍ରେଟ୍ ଇଣ୍ଡିଆନ୍ ୱାଲେଟ୍ ୨୦୨୫ରେ ସର୍ଭେ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି। ସର୍ଭେରେ କମ୍ପାନୀର ଫାଇନାନ୍ସ ୱେଲବିଙ୍ଗ ଇଣ୍ଡେକ୍ସରେ ପ୍ରାୟ ୭୩ ପ୍ରତିଶତ ଉତ୍ତରଦାତା ସେମାନଙ୍କର ବର୍ଦ୍ଧିତ ରୋଜାଗର ନେଇ ଆଶାବାଦୀ ଥିବା ଦର୍ଶାଯାଇଛି।ଏହି ସର୍ଭେ ସୂଚକାଙ୍କରେ "ଭବିଷ୍ୟତର ଆଶା" କ୍ୟାଟେଗୋରୀରେ ୫୯ ସ୍କୋର ରହିଛି। ତେଣୁ ଲୋକେ ଭବିଷ୍ୟତର ଉତ୍ତମ ପ୍ରଦର୍ଶନ ନେଇ ଆଶାବାଦୀ ଥିବା ଜଣାପଡିଛି। ମହଙ୍ଗା ବଜାରରେ ବି ଗ୍ରାହକଙ୍କ ବିଶ୍ୱାସ ଭାଙ୍ଗି ନାହିଁ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।   ପରିବାରର ଆୟ ବୃଦ୍ଧି ପାଇବା ହେତୁ ଲୋକମାନେ ଅଧିକ ସକାରାତ୍ମକ ଅନୁଭବ କରୁଛନ୍ତି। ଚଳିତ ବର୍ଷ ୫୭ ପ୍ରତିଶତ ଉତ୍ତରଦାତା କହିଛନ୍ତି ଯେ ସେମାନଙ୍କ ପରିବାର ଅଧିକ ରୋଜଗାର କରିଛନ୍ତି। ୨୦୨୪ ମସିହାରେ ଏହି ସଂଖ୍ୟା ମାତ୍ର ୫୨ ପ୍ରତିଶତ ଥିଲା। ଏନେଇ ହୋମ୍ କ୍ରେଡିଟ୍ ଇଣ୍ଡିଆର ମୁଖ୍ୟ ମାର୍କେଟିଂ ଅଧିକାରୀ ଆଶିଷ ତିୱାରୀ କହିଛନ୍ତି “ଯେତେବେଳେ ଆମେ ୨୦୨୩ରେ 'ଦି ଗ୍ରେଟ୍

ଆୟ ବଢ଼ୁଥିବାରୁ ବଢ଼ୁଛି ନିମ୍ନମଧ୍ୟବିତ୍ତଙ୍କ ଆତ୍ମବିଶ୍ୱାସ: ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ରୋଜଗାର ବଢ଼ୁଥିବାରୁ ଭାରତୀୟ ନିମ୍ନମଧ୍ୟବିତ୍ତଙ୍କ ଆତ୍ମବିଶ୍ୱାସ ବଢ଼ୁଥିବା ଏକ ସର୍ଭେ ରିପୋର୍ଟରୁ ସାମ୍ନାକୁ ଆସିଛି। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତର ନିମ୍ନ ମଧ୍ୟବିତ୍ତ ପରିବାରଗୁଡ଼ିକ ସେମାନଙ୍କର ପ୍ରମୁଖ ଆର୍ଥିକ ଲକ୍ଷ୍ୟଗୁଡିକୁ ହାସଲ କରିନେବେ ବୋଲି ସେମାନଙ୍କର ବିଶ୍ୱାସ ରହିଛି। ହୋମ୍ କ୍ରେଡିଟ୍ ଇଣ୍ଡିଆର ସର୍ଭେର ତୃତୀୟ ସଂସ୍କରଣ, ଦି ଗ୍ରେଟ୍ ଇଣ୍ଡିଆନ୍ ୱାଲେଟ୍ ୨୦୨୫ରେ ସର୍ଭେ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି। ସର୍ଭେରେ କମ୍ପାନୀର ଫାଇନାନ୍ସ ୱେଲବିଙ୍ଗ ଇଣ୍ଡେକ୍ସରେ ପ୍ରାୟ ୭୩ ପ୍ରତିଶତ ଉତ୍ତରଦାତା ସେମାନଙ୍କର ବର୍ଦ୍ଧିତ ରୋଜାଗର ନେଇ ଆଶାବାଦୀ ଥିବା ଦର୍ଶାଯାଇଛି।
ଏହି ସର୍ଭେ ସୂଚକାଙ୍କରେ "ଭବିଷ୍ୟତର ଆଶା" କ୍ୟାଟେଗୋରୀରେ ୫୯ ସ୍କୋର ରହିଛି। ତେଣୁ ଲୋକେ ଭବିଷ୍ୟତର ଉତ୍ତମ ପ୍ରଦର୍ଶନ ନେଇ ଆଶାବାଦୀ ଥିବା ଜଣାପଡିଛି। ମହଙ୍ଗା ବଜାରରେ ବି ଗ୍ରାହକଙ୍କ ବିଶ୍ୱାସ ଭାଙ୍ଗି ନାହିଁ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।   ପରିବାରର ଆୟ ବୃଦ୍ଧି ପାଇବା ହେତୁ ଲୋକମାନେ ଅଧିକ ସକାରାତ୍ମକ ଅନୁଭବ କରୁଛନ୍ତି। ଚଳିତ ବର୍ଷ ୫୭ ପ୍ରତିଶତ ଉତ୍ତରଦାତା କହିଛନ୍ତି ଯେ ସେମାନଙ୍କ ପରିବାର ଅଧିକ ରୋଜଗାର କରିଛନ୍ତି। ୨୦୨୪ ମସିହାରେ ଏହି ସଂଖ୍ୟା ମାତ୍ର ୫୨ ପ୍ରତିଶତ ଥିଲା। 

ଏନେଇ ହୋମ୍ କ୍ରେଡିଟ୍ ଇଣ୍ଡିଆର ମୁଖ୍ୟ ମାର୍କେଟିଂ ଅଧିକାରୀ ଆଶିଷ ତିୱାରୀ କହିଛନ୍ତି “ଯେତେବେଳେ ଆମେ ୨୦୨୩ରେ 'ଦି ଗ୍ରେଟ୍ ଇଣ୍ଡିଆନ୍ ୱାଲେଟ୍ ଷ୍ଟଡି' ଆରମ୍ଭ କରିଥିଲୁ, ଆମେ ଭାରତର ଆର୍ଥିକ ସ୍ପନ୍ଦନକୁ ବୁଝିବାକୁ ଚେଷ୍ଟା କରିଥିଲୁ। ଆମେ ଯାହା ପାଇଲୁ ତାହା ହେଲା ଏହି ଦେଶ ହେଉଛି ଏକ ନୀରବ ବିପ୍ଳବୀଙ୍କ ଦେଶ। କାରଣ ଏଠି ଲକ୍ଷ ଲକ୍ଷ ପରିବାର ପ୍ରତିବନ୍ଧକକୁ ପଦକ୍ଷେପରେ ଓ ଆହ୍ୱାନକୁ ସୁଯୋଗରେ ପରିଣତ କରୁଛନ୍ତି।”

ଆଶିଷ ଆହୁରି କହିଛନ୍ତି “ଏହି ବର୍ଷର ଫଳାଫଳ କିଛି ଅସାଧାରଣ ପ୍ରକାଶ କରୁଛି: ଆର୍ଥିକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ, ଭାରତର ନିମ୍ନ ମଧ୍ୟବିତ୍ତ ବର୍ଗ ପୂର୍ବ ଅପେକ୍ଷା ଅଧିକ ଆଶାବାଦୀ, ଅଧିକ ଡିଜିଟାଲ୍ ଏବଂ ଅଧିକ ଦୃଢ଼।”

ଗ୍ରେଟ୍ ଇଣ୍ଡିଆନ୍ ୱାଲେଟ୍ ୨୦୨୫’ ଫେବୃଆରୀ ଏବଂ ଏପ୍ରିଲ ୨୦୨୫ ମଧ୍ୟରେ ୧୭ ଟି ସ୍ଥାନରେ କରାଯାଇଥିଲା। ଏଥିରେ - ଦିଲ୍ଲୀ ଏନସିଆର, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଜୟପୁର, ପୁଣେ ଏବଂ ୯ଟି ଟାୟାର-୨ ସହରରେ ସର୍ଭେ ହୋଇଥିଲା। ୧୮ ରୁ ୫୫ ବର୍ଷ ବୟସର ୩,୦୦୦ ଲୋକ ସର୍ଭେରେ ଭାଗ ନେଇଥିଲେ। ଏମାନଙ୍କର ମାସିକ ଦରମା ୨୫ରୁ ୪୫ ହଜାର ମଧ୍ୟରେ ରହିଥିଲା। ଆୟ ବ୍ୟାଣ୍ଡ ଅନୁସାରେ ଏହି ଭାଗ ଭାରତର ଦୁଇ ତୃତୀୟାଂଶ ହେବ। 

ଆୟ ଓ ବ୍ୟୟ ସନ୍ତୁଳନ କାଏମ ରଖିବା କଷ୍ଟକର ବ୍ୟାପାର

ଏହି ବର୍ଗର ପରିବାରଗୁଡ଼ିକ ମାସକୁ ପ୍ରାୟ ₹୩୩,୦୦୦ ରୋଜଗାର କରନ୍ତି ଏବଂ ଅତ୍ୟାବଶ୍ୟକୀୟ ଜିନିଷପତ୍ର ପାଇଁ ₹୨୦,୦୦୦ ଖର୍ଚ୍ଚ କରନ୍ତି। ତଥାପି ଏମାନଙ୍କ ପାଇଁ ସଞ୍ଚୟ କରିବା କଷ୍ଟକର ହୋଇପଡ଼ୁଛି। ଉତ୍ତରଦାତାମାନଙ୍କ ମଧ୍ୟରୁ କେବଳ ଅଧା ଲୋକ ସଞ୍ଚୟ କରିପାରୁଥିବା କହିଛନ୍ତି। ଯାହା ଗତ ବର୍ଷ ୬୦ ପ୍ରତିଶତ ଥିଲା। ତେବେ ୧୨ ପ୍ରତିଶତ ଲୋକ ଏମିତି ଅଛନ୍ତି ଯେଉଁମାନେ ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ଋଣ ନେଉଥିଲେ ବୋଲି କହିଛନ୍ତି। ତେବେ କିନ୍ତୁ ଆଞ୍ଚଳିକ ବୈଷମ୍ୟତା ଏବେ ବି ରହିଛି। 

ମେଟ୍ରୋପଲିଟାନ ବାସିନ୍ଦାମାନେ ଅଧିକ ଦରମା ପ୍ୟାକେଜ୍ (₹୩୬,୦୦୦) ପାଉଛନ୍ତି। କିନ୍ତୁ ଅଧିକ ଖର୍ଚ୍ଚ (₹୨୩,୦୦୦) ହେଉଛି।ସେହିପରି ଟାୟାର-୨ରେ ରହୁଥିବା ପରିବାରଗୁଡ଼ିକ ₹୩୦,୦୦୦ ଆୟ ଏବଂ ₹୧୭,୦୦୦ ଖର୍ଚ୍ଚ କରୁଛନ୍ତି।  ତେବେ ପରିବାର ମଧ୍ୟରେ ଆର୍ଥିକ ଦାୟିତ୍ୱ ବୃଦ୍ଧି ପାଉଛି, ପୁରୁଷମାନେ ବର୍ତ୍ତମାନ ପରିବାର ଖର୍ଚ୍ଚର ୭୪ ପ୍ରତିଶତ ଏବଂ GenZ ସଦସ୍ୟମାନେ ୬୧ ପ୍ରତିଶତ ଯୋଗଦାନ ଦେଉଛନ୍ତି।

ଏବେ ବି ତେଜରାତି ସଉଦାରେ ଅଧିକ ଖର୍ଚ୍ଚ, ବଢିଛି ଶିକ୍ଷା 
ନିମ୍ନ ମଧ୍ୟବିତ୍ତ ପରିବାରରେ ଏବେ ବି ତେଜରାତି ସଉଦା କିଣିବାରେ ସବୁଠାରୁ ଅଧିକ ଖର୍ଚ୍ଚ ହେଉଛି। ଏଥିରେ ମାସିକ ଖର୍ଚ୍ଚର ୨୯ ପ୍ରତିଶତ ଚାଲିଯାଉଛି। ଗତବର୍ଷ ଠାରୁ ୧୨ ପ୍ରତିଶତ ଅଧିକ। ତେବେ ଲୋକ ଏବେ ଶିକ୍ଷାକୁ ମଧ୍ୟ ବହୁଳମାତ୍ରାରେ ପ୍ରାଥମିକତା ଦେଉଛନ୍ତି। ସ୍କୁଲ ଶିକ୍ଷା ଉପରେ ଖର୍ଚ୍ଚ ୩୪ ପ୍ରତିଶତ ବୃଦ୍ଧି ପାଇ ବର୍ତ୍ତମାନ ଏଥିରେ ୧୯ ପ୍ରତିଶତ ଖର୍ଚ୍ଚ କରାଯାଉଛି। ଜେନ୍ ଏକ୍ସ(୧୯୬୫ରୁ ୧୯୮୦ ମଧ୍ୟରେ ଜନ୍ମିତ) ବର୍ଗର ଲୋକମାନେ ଶିକ୍ଷା ପାଇଁ ସର୍ବାଧିକ ଖର୍ଚ୍ଚ କରନ୍ତି। ସେମାନଙ୍କର ମାସିକ ଖର୍ଚ୍ଚର ୨୨ ପ୍ରତିଶତ ଶିକ୍ଷାରେ ଖର୍ଚ୍ଚ ହେଉଛି।

ଜୀବନ ଶୈଳୀରେ ପରିବର୍ତ୍ତନ

ସର୍ଭେରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ଲୋକମାନଙ୍କର ଖର୍ଚ୍ଚର ଦିଗ ମଧ୍ୟ ପରିବର୍ତ୍ତନ ହୋଇଛି। ସେମାନେ ଅଧିକ ବିଳାଶବେଶନ ଦିଗରେ ଖର୍ଚ୍ଚ ନ କରି ଆବଶ୍ୟକୀୟ ସ୍ଥାନରେ ଖର୍ଚ୍ଚ କରୁଛନ୍ତି। ତେବେ ଡିଜିଟାଲ୍ ଉପକରଣଗୁଡ଼ିକ ମଧ୍ୟ ଅପରିହାର୍ଯ୍ୟ ହୋଇପଡୁଛି। ପ୍ରାୟ ୬୩ ପ୍ରତିଶତ ଉତ୍ତରଦାତା କହିଛନ୍ତି ଯେ ଆପ୍ସ ଏବଂ ଅନଲାଇନ୍ ପ୍ଲାଟଫର୍ମ ଆର୍ଥିକ ଲକ୍ଷ୍ୟ ହାସଲ କରିବା ସହଜ କରୁଛି। ଖୁଚୁରା ବ୍ୟବସାୟରେ ୫୧ ପ୍ରତିଶତ କ୍ରୟ ଅନ୍‌ଲାଇନ୍‌ରେ ହେଉଛି। ଏହା ବର୍ଷକୁ ୯ ପଏଣ୍ଟ ବୃଦ୍ଧି ପାଇଛି, ୟୁପିଆଇ ଯୋଗୁ ଏସବୁ ବୃଦ୍ଧି ପାଉଛି।