ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ଖୁସି ଖବର, ୧୦ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା

ନୂଆଦିଲ୍ଲୀ,୭।୭: ‘ଆୟୁଷ୍ମାନ କାର୍ଡ’ ଥିବା ଲୋକଙ୍କ ପାଇଁ ବଡ଼ ଖବର । ଯଦି ଆପଣଙ୍କର ଏହି କାର୍ଡ ଅଛି, ଆପଣଙ୍କ ଘରେ କେହି ଅସୁସ୍ଥ ହୋଇପଡନ୍ତି, ତେବେ ଆପଣ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ। ଆପଣଙ୍କୁ କେବଳ ଏହି କାର୍ଡ ଦେଖାଇବାକୁ ପଡିବ। ଆୟୁଷ୍ମାନ ଭାରତ କାର୍ଡରେ କଭରେଜ ପରିମାଣକୁ ୫ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରିବାକୁ ସରକାର ଗୁରୁତର ସହ ବିଚାର କରୁଛନ୍ତି। ଯଦି ଏହା ଅନୁମୋଦିତ ହୁଏ, ତେବେ ପ୍ରାୟ ୧୨କୋଟି […] The post ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ଖୁସି ଖବର, ୧୦ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା appeared first on Dharitri Odia News.

ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ଖୁସି ଖବର, ୧୦ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା

ନୂଆଦିଲ୍ଲୀ,୭।୭: ‘ଆୟୁଷ୍ମାନ କାର୍ଡ’ ଥିବା ଲୋକଙ୍କ ପାଇଁ ବଡ଼ ଖବର । ଯଦି ଆପଣଙ୍କର ଏହି କାର୍ଡ ଅଛି, ଆପଣଙ୍କ ଘରେ କେହି ଅସୁସ୍ଥ ହୋଇପଡନ୍ତି, ତେବେ ଆପଣ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ। ଆପଣଙ୍କୁ କେବଳ ଏହି କାର୍ଡ ଦେଖାଇବାକୁ ପଡିବ। ଆୟୁଷ୍ମାନ ଭାରତ କାର୍ଡରେ କଭରେଜ ପରିମାଣକୁ ୫ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରିବାକୁ ସରକାର ଗୁରୁତର ସହ ବିଚାର କରୁଛନ୍ତି। ଯଦି ଏହା ଅନୁମୋଦିତ ହୁଏ, ତେବେ ପ୍ରାୟ ୧୨କୋଟି ପରିବାର ଏହି ଯୋଜନାର ପ୍ରତ୍ୟକ୍ଷ ଲାଭ ପାଇବେ। କେବଳ ଏତିକି ନୁହେଁ, ୭୦ ବର୍ଷରୁ ଅଧିକ ବୟସ ଲୋକଙ୍କୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି।

କେନ୍ଦ୍ର ସରକାରଙ୍କ ସରକାରୀ ସୂତ୍ର ଅନୁଯାୟୀ ଆସନ୍ତା ତିନି ବର୍ଷ ମଧ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେ) ହିତାଧିକାରୀଙ୍କ ସଂଖ୍ୟା ଦ୍ୱିଗୁଣିତ କରିବାକୁ ସରକାର ବିଚାର କରୁଛନ୍ତି। ଯଦି ଏହା ଘଟେ, ତେବେ ଦେଶର ଦୁଇ ତୃତୀୟାଂଶରୁ ଅଧିକ ଲୋକ ଏହି ଯୋଜନାର ଲାଭ ପାଇବା ଆରମ୍ଭ କରିବେ। ପ୍ରାରମ୍ଭରେ ୭୦ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ଏହାର ଆଭିମୁଖ୍ୟରେ ଅଣାଯିବ। ବଜେଟ ଅଧିବେଶନରେ ଏହି ଘୋଷଣାଗୁଡିକ ମଧ୍ୟରୁ କେତେକ ଘୋଷଣା କରାଯାଇପାରେ ବୋଲି ଅନୁମାନ କରାଯାଉଛି।

The post ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ଖୁସି ଖବର, ୧୦ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା appeared first on Dharitri Odia News.