ଏବେ ନ ବୁଝିଲେ ଆମକୁ ବି ଭଲଭାବେ ବୁଝାଇ ଆସେ, କାହିଁକି ହିଜବୁଲ୍ଲାକୁ ଏମିତି କହିଲେ ନେତାନ୍ୟାହୁ
ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଯୁଦ୍ଧ ଆରମ୍ଭ ହୋଇଥିବାରୁ ଏହାକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତାର ପରିବେଶ ରହିଛି। ନିକଟରେ, ୩୦୦୦ ପେଜର୍ ଏବଂ ଡଜନେ ୱାକି-ଟକି ଏକ ସମୟରେ ଲେବାନନରେ ବିସ୍ଫୋରଣ ହେବା ପରେ ହିଜବୁଲ ମୁଖ୍ୟ ଇସ୍ରାଏଲ ଉପରେ ରକେଟ ଆକ୍ରମଣ ଦାବି କରିଥିଲେ। ଏହି ସମୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହିଜବୁଲ୍ଲାକୁ ରବିବାର ଚେତାବନୀ ଦେଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ତେଲ ଆଭିଭ (ଇସ୍ରାଏଲର ଏକ ସହର) ଗତ […] The post ଏବେ ନ ବୁଝିଲେ ଆମକୁ ବି ଭଲଭାବେ ବୁଝାଇ ଆସେ, କାହିଁକି ହିଜବୁଲ୍ଲାକୁ ଏମିତି କହିଲେ ନେତାନ୍ୟାହୁ appeared first on Dharitri Odia News.
ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଯୁଦ୍ଧ ଆରମ୍ଭ ହୋଇଥିବାରୁ ଏହାକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତାର ପରିବେଶ ରହିଛି। ନିକଟରେ, ୩୦୦୦ ପେଜର୍ ଏବଂ ଡଜନେ ୱାକି-ଟକି ଏକ ସମୟରେ ଲେବାନନରେ ବିସ୍ଫୋରଣ ହେବା ପରେ ହିଜବୁଲ ମୁଖ୍ୟ ଇସ୍ରାଏଲ ଉପରେ ରକେଟ ଆକ୍ରମଣ ଦାବି କରିଥିଲେ। ଏହି ସମୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହିଜବୁଲ୍ଲାକୁ ରବିବାର ଚେତାବନୀ ଦେଇଛନ୍ତି।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ତେଲ ଆଭିଭ (ଇସ୍ରାଏଲର ଏକ ସହର) ଗତ କିଛି ଦିନ ହେବ ଲେବାନନରେ ସଶସ୍ତ୍ର ଗୋଷ୍ଠୀ ହିଜବୁଲ ଉପରେ ଏପରି ଆକ୍ରମଣ କରିଛି ଯାହା କଳ୍ପନା ମଧ୍ୟ କରାଯାଇପାରିବ ନାହିଁ। ରଏଟର୍ସ ରିପୋର୍ଟ ଅନୁଯାୟୀ, ନେତାନ୍ୟାହୁ କହିଛନ୍ତି ଯେ ଯଦି ହିଜବୁଲ ଏହି ବାର୍ତ୍ତା ବୁଝି ନାହାଁନ୍ତି, ତେବେ ମୁଁ ଆପଣଙ୍କୁ ପ୍ରତିଶୃତି ଦେଉଛି ଯେ ସେ ଏହି ବାର୍ତ୍ତା ବୁଝିଯିବେ।
ମଧ୍ୟ ପୂର୍ବ ବା ମିଡଲ ଇଷ୍ଟରେ ଚାଲିଥିବା ତିକ୍ତତା ମଧ୍ୟରେ ଇସ୍ରାଏଲ ସେନା କହିଛି ଯେ ତାଙ୍କ ଦ୍ୱାରା ଶନିବାର ପ୍ରାୟ ୨୯୦ ଟାର୍ଗେଟ ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ହଜାରେ ହିଜବୁଲ ରକେଟ ଲଞ୍ଚ ବ୍ୟାରେଲ ଅନ୍ତର୍ଭୁକ୍ତ ଥିଲା। ଇରାନ ସମର୍ଥିତ ଆନ୍ଦୋଳନର ଟାର୍ଗେଟରେ ଏହା ଜାରି ରହିବ ବୋଲି ଆଇଡିଏଫ କହିଛି।
The post ଏବେ ନ ବୁଝିଲେ ଆମକୁ ବି ଭଲଭାବେ ବୁଝାଇ ଆସେ, କାହିଁକି ହିଜବୁଲ୍ଲାକୁ ଏମିତି କହିଲେ ନେତାନ୍ୟାହୁ appeared first on Dharitri Odia News.