ଆୟୁଷ୍ମାନ ଯୋଜନାକୁ ନେଇ ବଡ଼ ଅପ୍ଡେଟ୍ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ: ଜାଣନ୍ତୁ କ’ଣ ମିଳିବ ଲାଭ
ଭୁବନେଶ୍ୱର,୭।୨:ଆୟୁଷ୍ମାନ ଯୋଜନାକୁ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ସୂଚନା ଦେଇଛନ୍ତି। ସାଢ଼େ ୩ କୋଟି ଲୋକଙ୍କୁ ଯୋଜନାରେ ସାମିଲ କରାଯିବ। ଆୟୁଷ୍ମାନ କାର୍ଡ ଛପା ଚାଲିଛି। ଆୟୁଷ୍ମାନ ଭାରତ ସହ ଆଇଟି ଇଣ୍ଟିଗ୍ରେସନ ପ୍ରକ୍ରିୟା ଚାଲିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ପୂର୍ବ ପ୍ରଚଳିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କଓ୍ବୋଇ)ର ନାମ ପରିବର୍ତ୍ତନ କରାଯାଇ ଗୋପବନ୍ଧୁ ଜନ ଆରୋଗ୍ୟ ନାମରେ ନାମିତ କରାଯାଇଛି। ଆସନ୍ତା ଫେବୃଆରୀରୁ ଓଡ଼ିଶାରେ ବିଏସ୍କଓ୍ବୋଇ ପରିବର୍ତ୍ତେ ଆୟୁଷ୍ମାନ ଭାରତ […] The post ଆୟୁଷ୍ମାନ ଯୋଜନାକୁ ନେଇ ବଡ଼ ଅପ୍ଡେଟ୍ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ: ଜାଣନ୍ତୁ କ’ଣ ମିଳିବ ଲାଭ appeared first on Dharitri Odia News.
ଭୁବନେଶ୍ୱର,୭।୨:ଆୟୁଷ୍ମାନ ଯୋଜନାକୁ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ସୂଚନା ଦେଇଛନ୍ତି। ସାଢ଼େ ୩ କୋଟି ଲୋକଙ୍କୁ ଯୋଜନାରେ ସାମିଲ କରାଯିବ। ଆୟୁଷ୍ମାନ କାର୍ଡ ଛପା ଚାଲିଛି। ଆୟୁଷ୍ମାନ ଭାରତ ସହ ଆଇଟି ଇଣ୍ଟିଗ୍ରେସନ ପ୍ରକ୍ରିୟା ଚାଲିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ପୂର୍ବ ପ୍ରଚଳିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କଓ୍ବୋଇ)ର ନାମ ପରିବର୍ତ୍ତନ କରାଯାଇ ଗୋପବନ୍ଧୁ ଜନ ଆରୋଗ୍ୟ ନାମରେ ନାମିତ କରାଯାଇଛି। ଆସନ୍ତା ଫେବୃଆରୀରୁ ଓଡ଼ିଶାରେ ବିଏସ୍କଓ୍ବୋଇ ପରିବର୍ତ୍ତେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ। ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର(ଏମଓୟୁ) ହୋଇଛି। ଏବେ ତେବେ ବିଏସ୍କଓ୍ବୋଇ ଯୋଜନାରେ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରୁଥିବା ବେଳେ ଆୟୁଷ୍ମାନ ଭାରତ ଯୋଜନାରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବେ।
ଆୟୁଷ୍ମାନ ଭାରତ ଯୋଜନା ମିଳିବ ଏସବୁ ଲାଭ
୧. ଆୟୁଷ୍ମାନ ଭାରତ ଯୋଜନା ୨୦୧୮ ସେପ୍ଟେମ୍ବର ୨୩ରୁ ଆରମ୍ଭ ହୋଇଛି।
୨. ୨୦୧୧ ସାମାଜିକ-ଅର୍ଥନୈତିକ ଜନଗଣନା ଆଧାରରେ ଅନଗ୍ରସର ଗରିବ ପରିବାରଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।
୩. କାଗଜ ବିହୀନ, କ୍ୟାଶଲେସ ସେବା ପ୍ରଦାନ କରୁଛି।
୪. ୨୯ ହଜାର ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଛି।
୫. ୧୦.୭୪ କୋଟି ପରିବାରର ପ୍ରାୟ ୫୦ କୋଟି ଲୋକଙ୍କୁ ମିଳିୁଛି ଚିକିତ୍ସା ସୁବିଧା।
୬. ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମହିଳା ହିତାଧିକାରୀଙ୍କୁ ବାର୍ଷିକ ୧୦ ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ଯାଏ ଚିକିତ୍ସା ସୁବିଧା।
୭. ଗୋଟିଏ ରାଜ୍ୟର ରୋଗୀ ସବୁ ରାଜ୍ୟରେ ଅନୁବନ୍ଧିତ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇପାରିବେ।
୮. ରାଜ୍ୟଗୁଡ଼ିକ ସ୍ବାଧୀନ ଭାବେ ଏହି ଯୋଜନାର ମୋଡାଲିଟି ପ୍ରସ୍ତୁତ କରିପାରିବେ।
୯. ପରିବାର ଆକାର ପାଇଁ କୌଣସି କଟକଣା ଓ ବୟସ ସୀମା ନାହିଁ।
୧୦.ଏଥିରେ ଝିଅ ଓ ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ଏହି ଯୋଜନାରେ ସ୍ବତନ୍ତ୍ର ସୁବିଧା ମିଳିବ।
୧୧.ଏହି ଯୋଜନା ସମ୍ବନ୍ଧୀୟ କୌଣସି ସମସ୍ୟା ବିଷୟରେ ପବ୍ଲିକ ଗ୍ରୀଭାନ୍ସ ରିଡ୍ରେସାଲ ମେକାନିଜମ ଜରିଆରେ ସମାଧାନ କରାଯାଇପାରିବ।
୧୨. ଜାତୀୟ ସ୍ତରରେ ଏହି ଯୋଜନା ନ୍ୟାଶନାଲ ହେଲ୍ଥ ଅଥରିଟି(ଏନଏଚଏ) ଦ୍ୱାରା କାର୍ଯ୍ୟକାରୀ ହେଉଛି।
୧୩. ଓଡ଼ିଶାରେ ଏହା ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୫ ଜାନୁଆରୀ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
୧୪. ଓଡ଼ିଶାରେ ଉପକୃତ ହେବେ ୩.୫ କୋଟି ଲୋକ।
୧୫. ୭୦ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରିକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିବ।
୧୬. ଡିସ୍ଚାର୍ଜ ହେବା ପରେ ୧୫ ଦିନ ଯାଏ ମିଳିବ ଔଷଧ।
୧୭. ୧୯୪୯ ପ୍ରକାର ଚିକିତ୍ସା ସେବା ମିଳିବ।
୧୮. ଯୋଜନା ପାଇଁ କେନ୍ଦ୍ର ସରକାର ୬୦ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ବହନ କରୁଥିବାବେଳେ ପୂର୍ବ ଭାରତ ରାଜ୍ୟଗୁଡ଼ିକ ମାତ୍ର ୧୦ ପ୍ରତିଶତ ଖର୍ଚ୍ଚ ବହନ କରୁଛନ୍ତି।
୧୯. ଏହି ଚିକିତ୍ସା ପାଇବାକୁ ଆଗୁଆ ଖର୍ଚ୍ଚ ଜମା କରିବାକୁ ପଡ଼େ ନାହିଁ।
୨୦. ପ୍ରତ୍ୟେକ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ପ୍ରଦାନ କରାଯିବ।
୨୧. ଅନ୍ଲାଇନ ଜରିଆରେ ଆବେଦନ କରାଯାଇପାରିବ।
୨୨. ଇ-କଓ୍ବୋଇସି ପାଇଁ ଆଧାର କାର୍ଡ ସଂଯୋଗ ବାଧ୍ୟତାମୂଳକ।
The post ଆୟୁଷ୍ମାନ ଯୋଜନାକୁ ନେଇ ବଡ଼ ଅପ୍ଡେଟ୍ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ: ଜାଣନ୍ତୁ କ’ଣ ମିଳିବ ଲାଭ appeared first on Dharitri Odia News.