ଇ-ରିକ୍ସା ଚାର୍ଜିଂ ଷ୍ଟେସନରେ ବିସ୍ଫୋରଣ, ନିଆଁ ଲାଗି ୨ ଯୁବକଙ୍କ ମୃତ୍ୟୁ
ଦିଲ୍ଲୀ: ଦିଲ୍ଲୀ ଶାହାଦରା ଅଂଚଳରେ ଅଘଟଣ। ଇ-ରିକ୍ସା ଚାର୍ଜିଂ ଷ୍ଟେସନରେ ବିସ୍ଫୋରଣରୁ ନିଆଁ ଲାଗି ୨ ଯୁବକଙ୍କ ମୃତ୍ୟୁ ଘଟିଛି।... The post ଇ-ରିକ୍ସା ଚାର୍ଜିଂ ଷ୍ଟେସନରେ ବିସ୍ଫୋରଣ, ନିଆଁ ଲାଗି ୨ ଯୁବକଙ୍କ ମୃତ୍ୟୁ appeared first on .
ଦିଲ୍ଲୀ: ଦିଲ୍ଲୀ ଶାହାଦରା ଅଂଚଳରେ ଅଘଟଣ। ଇ-ରିକ୍ସା ଚାର୍ଜିଂ ଷ୍ଟେସନରେ ବିସ୍ଫୋରଣରୁ ନିଆଁ ଲାଗି ୨ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୪ ଗୁରୁତର ହୋଇ ଜିଟିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ଚାର୍ଜିଂ ଷ୍ଟେସନରେ ବିସ୍ଫୋରଣ ପରେ ନିଆଁ ଲାଗି ଯାଇଥିଲା। ସେହି ଘରେ ଶୋଇଥିବାରୁ ଫସିଯାଇଥିଲେ ୨ ଯୁବକ। ଅନ୍ୟ ୪ ଜଣ ପୋଡ଼ିଯାଇ ଗୁରୁତର ହୋଇଛନ୍ତି। ସର୍ଟ ସର୍କିଟରୁ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି। ଶାହାଦରାର ରାମନଗର ଅଚଂଳରେ ରହିଛି ଏହି ଚାର୍ଜି ଷ୍ଟେସନ। ମୃତକ ଦୁଇ ମଧ୍ୟପ୍ରଦେଶର ଟିକାମଗଡ ଜିଲ୍ଲାର ୧୯ ବର୍ଷୀୟ ବ୍ରିଜେଶ ଏବଂ ୧୮ ବର୍ଷୀୟ ମଣିରାମ। ଖବର ପାଇ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମବାହିନୀ। ନିଆଁକୁ ନିୟନ୍ତ୍ରଣ ପରେ ପୋଡ଼ିଯାଇଥିବା ଅବସ୍ଥାରେ ମୃତଦେହ ଭଗ୍ନାବଶେଷରୁ ଉଦ୍ଧାର କରାଯାଇଥିଲା। ଇ-ରିକ୍ସା ଗୋଦାମ ଭାବେ ମଧ୍ୟ ଏହି ଘର କାମ କରୁଥିଲା। ସମସ୍ତେ ଇ-ରିକ୍ସାରେ ଆଖୁରସ ବିକୁଥିଲେ ଏବଂ ସେହି ଘରେ ରହୁଥିଲେ। ଚାର୍ଜିଂ ସମୟରେ ବିଦ୍ୟୁତ୍ ସର୍ଟସର୍କିଟ୍ ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଏଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଳନ କରାଯାଉଥିଲା କି ନାହିଁ ତଦନ୍ତ କରୁଛି ଅଗ୍ନିଶମବାହିନୀ
The post ଇ-ରିକ୍ସା ଚାର୍ଜିଂ ଷ୍ଟେସନରେ ବିସ୍ଫୋରଣ, ନିଆଁ ଲାଗି ୨ ଯୁବକଙ୍କ ମୃତ୍ୟୁ appeared first on .