ଏୟାରଷ୍ଟ୍ରାଇକ୍ ରେ ହେଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲା ନିହତ
ନୂଆଦିଲ୍ଲୀ : ଇସ୍ରାଏଲ-ହେଜବୋଲ୍ଲା ମଧ୍ୟରେ ଯୁଦ୍ଧ ତୀବ୍ର ହେଉଛି । ଲେବାନନର ରାଜଧାନୀ ବେରୁଟ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଜାରି ରହିଛି । ହେଜବୋଲ୍ଲା ଆତଙ୍କବାଦୀ ସଂଗଠନକୁ ନିପାତ କରିବାକୁ ଇସ୍ରାଏଲ ଏୟାରଷ୍ଟ୍ରାଇକ ଜାରି ରଖିଛି । ତେବେ ହେଜବୋଲ୍ଲା ପକ୍ଷରୁ ବି ପାଲଟା ଜବାବ ଦିଆଯାଉଛି । ଗତ ଶୁକ୍ରବାର ଲେବାନନର ରାଜଧାନୀ ବେରୁଟରେ ହେଜ୍ବୁଲ୍ଲାର ମୁଖ୍ୟାଳୟ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିଲା । ହେଜ୍ବୁଲ୍ଲାର ହେଡ ଅଫିସ୍କୁ ଟାର୍ଗେଟ୍ କରି […]

ନୂଆଦିଲ୍ଲୀ : ଇସ୍ରାଏଲ-ହେଜବୋଲ୍ଲା ମଧ୍ୟରେ ଯୁଦ୍ଧ ତୀବ୍ର ହେଉଛି । ଲେବାନନର ରାଜଧାନୀ ବେରୁଟ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଜାରି ରହିଛି । ହେଜବୋଲ୍ଲା ଆତଙ୍କବାଦୀ ସଂଗଠନକୁ ନିପାତ କରିବାକୁ ଇସ୍ରାଏଲ ଏୟାରଷ୍ଟ୍ରାଇକ ଜାରି ରଖିଛି । ତେବେ ହେଜବୋଲ୍ଲା ପକ୍ଷରୁ ବି ପାଲଟା ଜବାବ ଦିଆଯାଉଛି । ଗତ ଶୁକ୍ରବାର ଲେବାନନର ରାଜଧାନୀ ବେରୁଟରେ ହେଜ୍ବୁଲ୍ଲାର ମୁଖ୍ୟାଳୟ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିଲା । ହେଜ୍ବୁଲ୍ଲାର ହେଡ ଅଫିସ୍କୁ ଟାର୍ଗେଟ୍ କରି ଇସ୍ରାଏଲ ଏହି ଆକ୍ରମଣ କରିଥିଲା। ଏଥିରେ ହେଜ୍ବୁଲ୍ଲା ମୁଖ୍ୟ ହାସନ ନାସରଲ୍ଲାହଙ୍କ ସହିତ ହେଜ୍ବୁଲ୍ଲାର ଦକ୍ଷିଣ ଫ୍ରଣ୍ଟ ଅଲି କରାକିଙ୍କ ସହ ଅନ୍ୟ କମାଣ୍ଡୋ ନିହତ ହୋଇଥିବା କୁହାଯାଉଛି । ଏନେଇ ଇସ୍ରାଏଲ ଗୁଇନ୍ଦା ପକ୍ଷରୁ କୁହାଯାଇଛି। UNGC ରେ ନେତାନ୍ୟାହୁଙ୍କ ଭାଷଣ ପରେ ଏହି ଆକ୍ରମଣ ହୋଇଥିଲା। ହେଲେ ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ।
ଇସ୍ରାଏଲ ଯୁଦ୍ଧ ବିମାନଗୁଡ଼ିକ ଦକ୍ଷିଣ ବେରୁଟରେ ଦେହିଦରେ ଥିବା ହେଜବୋଲ୍ଲାର ୬ ଟି କୋଠାକୁ ଟାର୍ଗେଟ କରି ଏୟାରଷ୍ଟ୍ରାଇକ କରାଯାଇଥିଲା । ସେଥି ମଧ୍ୟରୁ ଗୋଟିଏ କୋଠାରେ ହେଜବୋଲ୍ଲା ରହିଥିଲା । ତେବେ ବୋମା ମାଡ଼ରେ କୋଠା ଗୁଡିକ ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି । ତେଣୁ ଉକ୍ତ କୋଠାରେ ହେଜବୋଲ୍ଲା ସମେତ ତା’ର ଅନ୍ୟ କେତେକ ସହଯୋଗୀଙ୍କର ମୃତ୍ୟୁ ଘଟିଥିବା ଇସ୍ରାଏଲ ସେନା ପକ୍ଷରୁ ଦାବି କରାଯାଇଛି । ଶୁକ୍ରବାର ରାତି ସାରା ଇସ୍ରାଏଲ ପକ୍ଷରୁ ବୋମାମାଡ଼ ଫଳରେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ଅନ୍ୟପଟେ ଇସ୍ରାଏଲ ସେନା ଶନିବାର କହିଛି ଯେ, ଦହିୟାର ବେରୁଟ ସହରାଞ୍ଚଳରେ ଆକ୍ରମଣକୁ ଜୋରଦାର କରାଯାଇଛି। ଅଧିକ ସଂଖ୍ୟାରେ ବୋମା ବର୍ଷଣ ହୋଇଛି। କୋଠାଗୁଡ଼ିକ ଭୁଶୁଡ଼ି ପଡ଼ିବା ଆଗରୁ ଲୋକମାନଙ୍କୁ ଘର ଛାଡ଼ି ଚାଲିଯିବାକୁ ନିର୍ଦେଶ ଦିଆଯାଇଛି। ଏହି ଅଞ୍ଚଳରେ ହେଜବୋଲ୍ଲା ସଂଗଠନ ବିଭିନ୍ନ କୋଠାରେ ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ୍ର ଲୁଚାଇ ରଖିଥିବା ଇସ୍ରାଏଲକୁ ସୂଚନା ମିଳିବା ପରେ ଆକ୍ରମଣକୁ ତୀବ୍ରତର କରାଯାଇଛି। ସେପଟେ ଲେବାନନରେ ହେଜବୋଲ୍ଲା ନିପାତ ନ ହେବା ଯାଏ ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ ଜାତିସଂଘ ସାଧାରଣ ସଭା ଜରିଆରେ ସାରା ବିଶ୍ଵକୁ ଅବଗତ କରାଇସାରିଛି।