ପ୍ରଥମ ଥର ଭୋଟ ଦେଖିବ ସିଂହଭୂମ: ମାଓବାଦୀପ୍ରବଣ ଅଞ୍ଚଳକୁ ହେଲିକପ୍ଟରରେ ଯିବେ ପୋଲିଂ ଟିମ୍
ରାଞ୍ଚତ୍,୭ା୪:ଝାଡ଼ଖଣ୍ଡର ମାଓବାଦୀ ଅଧ୍ୟୁଷିତ ସିଂହଭୂମ ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳ ଦୀର୍ଘ ୨ ଦଶନ୍ଧି ପରେ ପ୍ରଥମ ଥର ପାଇଁ ମତଦାନ ଦେଖିବାକୁ ଯାଉଛି। ସେଠାରେ ମେ’ ୧୩ରେ ନିର୍ବାଚନ ହେବାକୁ ଥିବାବେଳେ ପୋଲିଂ କର୍ମଚାରୀ ଏବଂ ଅନ୍ୟାନ୍ୟ ଉପକରଣ ହେଲିକପ୍ଟରରେ ଯାଇ ସେଠାରେ ଏୟାରଡ୍ରପ୍ କରାଯିବ। କେତେକ ବୁଥ୍କୁ ଯିବା ପାଇଁ ପୋଲିସ ଅଫିସରଙ୍କୁ ୪ରୁ ୫ କିଲୋମିଟର ଚାଲିବାକୁ ପଡ଼ିବ। ଫଳରେ ଏସିଆର ସବୁଠୁ ଘଞ୍ଚ ଶାଳ ଜଙ୍ଗଲ ସରଣ୍ଡାରେ ରହୁଥିବା ଲୋକମାନେ ସେମାନଙ୍କ ମତଦାନ […] The post ପ୍ରଥମ ଥର ଭୋଟ ଦେଖିବ ସିଂହଭୂମ: ମାଓବାଦୀପ୍ରବଣ ଅଞ୍ଚଳକୁ ହେଲିକପ୍ଟରରେ ଯିବେ ପୋଲିଂ ଟିମ୍ appeared first on Dharitri Odia News.
ରାଞ୍ଚତ୍,୭ା୪:ଝାଡ଼ଖଣ୍ଡର ମାଓବାଦୀ ଅଧ୍ୟୁଷିତ ସିଂହଭୂମ ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳ ଦୀର୍ଘ ୨ ଦଶନ୍ଧି ପରେ ପ୍ରଥମ ଥର ପାଇଁ ମତଦାନ ଦେଖିବାକୁ ଯାଉଛି। ସେଠାରେ ମେ’ ୧୩ରେ ନିର୍ବାଚନ ହେବାକୁ ଥିବାବେଳେ ପୋଲିଂ କର୍ମଚାରୀ ଏବଂ ଅନ୍ୟାନ୍ୟ ଉପକରଣ ହେଲିକପ୍ଟରରେ ଯାଇ ସେଠାରେ ଏୟାରଡ୍ରପ୍ କରାଯିବ। କେତେକ ବୁଥ୍କୁ ଯିବା ପାଇଁ ପୋଲିସ ଅଫିସରଙ୍କୁ ୪ରୁ ୫ କିଲୋମିଟର ଚାଲିବାକୁ ପଡ଼ିବ। ଫଳରେ ଏସିଆର ସବୁଠୁ ଘଞ୍ଚ ଶାଳ ଜଙ୍ଗଲ ସରଣ୍ଡାରେ ରହୁଥିବା ଲୋକମାନେ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିପାରିବେ। ସେହିସବୁ ଆଭ୍ୟନ୍ତରୀଣ ଅଞ୍ଚଳରେ ୧୧୮ଟି ବୁଥ୍ ସ୍ଥାପନ କରାଯିବ। ହେଲିକପ୍ଟର ବ୍ୟତୀତ କେତେକ ପୋଲିଂ ଟିମ୍ ଟ୍ରେନ୍ରେ ଯିବେ। ସେମାନଙ୍କ ଯାତାୟାତ ପାଇଁ ପୂର୍ବାଭ୍ୟାସ କରାଯିବ। କେତେକ ଟିମ୍ ଚାଲି ଚାଲି ଯାଇ କ୍ଲଷ୍ଟର ପଏଣ୍ଟରେ ରହିବେ ଏବଂ ସେଠାରୁ ମତଦାନ ଦିନ ସକାଳ ୫ଟା ୩୦ରେ ବୁଥ୍ରେ ପହଞ୍ଚତ୍ବେ। ଜଣେ ହେଲେ ଭୋଟର ଯେପରି ମତଦାନରୁ ବଞ୍ଚତ୍ତ ନ ହୁଅନ୍ତି, ସେଥିପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ପଶ୍ଚିମ ସିଂହଭୂମ୍ର ଡେପୁଟି କମିଶନର ତଥା ଜିଲା ନିର୍ବାଚନ ଅଫିସର କୁଲଦୀପ୍ ଚୌଧରୀ କହିଛନ୍ତି। ପଶ୍ଚିମ ସିଂହଭୂମ ସ୍ଥିିତିରେ ଉନ୍ନତି ଘଟିଥିବା ସତ୍ତ୍ୱେ ଏହା ସବାଧିକ ମାଓବାଦୀ ପ୍ରବଣ ଜିଲା ଭାବେ ରହିଆସିଛି। ଗତବର୍ଷ ସେଠାରେ ୪୬ଟି ମାଓବାଦୀ ଆକ୍ରମଣ ଘଟି ୨୨ ଜଣଙ୍କ ଜୀବନ ଯାଇଥିଲା। ସେଠାରେ ସୁରକ୍ଷା ବଳ ୧୫ଟି ନୂଆ କ୍ୟାମ୍ପ୍ ପକାଇଥିବାବେଳେ ତଲାସି ଅଭିଯାନକୁ ଜୋର୍ଦାର କରାଯାଇଛି।
The post ପ୍ରଥମ ଥର ଭୋଟ ଦେଖିବ ସିଂହଭୂମ: ମାଓବାଦୀପ୍ରବଣ ଅଞ୍ଚଳକୁ ହେଲିକପ୍ଟରରେ ଯିବେ ପୋଲିଂ ଟିମ୍ appeared first on Dharitri Odia News.