ବିଜେଡି ଶାସନରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ନଷ୍ଟ ହୋଇଛି: ଭାଜପା

ଭୁବନେଶ୍ୱର, ୧୭।୪(ସୁନିତ୍‌ ମିଶ୍ର):ବିଜେଡି ଶାସନରେ ଓଡ଼ିଶାର ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି। ସ୍ବାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ନବ ଦାସ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏୟାର ଆମ୍ବୁଲାନ୍ସରେ ଅଣାଯାଇ ଭୁବନେଶ୍ୱରଠାରେ ଚିକିତ୍ସିତ କରାଯାଇଥିଲା। ସେହିପରି ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦାମୋଦର ରାଉତଙ୍କୁ ଚିକିତ୍ସା ଅବହେଳା କାରଣରୁ କ୍ୟାପିଟାଲ ହସ୍ପିଟାଲରୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ତାଙ୍କ ପୁଅ ଅଭିଯୋଗ କରିଥିଲେ। ଯଦି ବଡ଼ ଲୋକଙ୍କ ଅବସ୍ଥା ସରକାରୀ ମେଡିକାଲରେ ଏମିତି, ତା’ହେଲେ ସାଧାରଣ ଲୋକଙ୍କ […] The post ବିଜେଡି ଶାସନରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ନଷ୍ଟ ହୋଇଛି: ଭାଜପା appeared first on Dharitri Odia News.

ବିଜେଡି ଶାସନରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ନଷ୍ଟ ହୋଇଛି: ଭାଜପା

ଭୁବନେଶ୍ୱର, ୧୭।୪(ସୁନିତ୍‌ ମିଶ୍ର):ବିଜେଡି ଶାସନରେ ଓଡ଼ିଶାର ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି। ସ୍ବାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ନବ ଦାସ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏୟାର ଆମ୍ବୁଲାନ୍ସରେ ଅଣାଯାଇ ଭୁବନେଶ୍ୱରଠାରେ ଚିକିତ୍ସିତ କରାଯାଇଥିଲା। ସେହିପରି ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦାମୋଦର ରାଉତଙ୍କୁ ଚିକିତ୍ସା ଅବହେଳା କାରଣରୁ କ୍ୟାପିଟାଲ ହସ୍ପିଟାଲରୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ତାଙ୍କ ପୁଅ ଅଭିଯୋଗ କରିଥିଲେ। ଯଦି ବଡ଼ ଲୋକଙ୍କ ଅବସ୍ଥା ସରକାରୀ ମେଡିକାଲରେ ଏମିତି, ତା’ହେଲେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ତାହା ସ୍ପଷ୍ଟ ଅନୁମେୟ ବୋଲି ଭାଜପା ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସଜ୍ଜନ କହିଛନ୍ତି, ବିପଯର୍‌ୟସ୍ତ ସ୍ବାସ୍ଥ୍ୟସେବାର ଏହାଠୁ ବଡ଼ ଉଦାହରଣ ଆଉ କିଛି ନାହିଁ।

The post ବିଜେଡି ଶାସନରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ନଷ୍ଟ ହୋଇଛି: ଭାଜପା appeared first on Dharitri Odia News.