ଇ- ସାଇକେଲ୍ ଦାମରେ ମିଳିବ OLA ଇଲେକ୍ଟ୍ରିକ ସ୍କୁଟର, ଏତିକିରୁ ଆରମ୍ଭ ପ୍ରାଇସ...
ନୂଆଦିଲ୍ଲୀ: OLA ଇଲେକ୍ଟ୍ରିକ ମଙ୍ଗଳବାର ୨ ନୂଆ ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରିଛି। ବଡ଼ କଥା ହେଲା ପ୍ରଥମ ଥର କମ୍ପାନି ସ୍କୁଟରରେ ପୋର୍ଟେବୁଲ ବ୍ୟାଟେରୀ ଅପ୍ସନ ଦେଇଛି । ଆହୁରି ମଧ୍ୟ ଖାସ୍ କଥା ହେଉଛି ଏହି ସ୍କୁଟରର ଦାମ୍ ଇ-ସାଇକେଲ ଭଳି ହେବ। ବର୍ତ୍ତମାନ ଭାରତୀୟ ବଜାରରେ ଅନେକ କମ୍ପାନିର ଇ- ସାଇକେଲ ଉପଲବ୍ଧ ରହିଥିବାବେଳେ ଓଲାର ଏହି ସ୍କୁଟର ସେମାନଙ୍କୁ ଟକ୍କର ଦେବ। ଏହି ଦୁଇ ମଡେଲ ହେଉଛି OLA S1 Z ଏବଂ OLA Gig ଲଞ୍ଚ। ତେବେ ଆସନ୍ତୁ ଜାଣିବା ଏହାର ଦମଦାର ଫିଚର୍ସ।ପ୍ରକୃତରେ ବର୍ତ୍ତମାନ ମିଳୁଥିବା ଇ- ସାଇକେଲରେ ହାରାହାରି ୨୫ କିମି ପ୍ରତି ଘଣ୍ଟାର ସ୍ପିଡ ଏବଂ ୭୦ରୁ ୮୦ କିମି ରେଞ୍ଜ ରହିଛି। ଏଗୁଡ଼ିକର ଦାମ୍ ୨୫ ହଜାର ଟଙ୍କାରୁ ଆରମ୍ଭ ହୋଇ ୪୦ ହଜାର ପର୍ଯ୍ୟନ୍ତ ରହିଛି। ହେଲେ ଏବେ ଏମାନଙ୍କୁ ଟକ୍କର ଦେବାକୁ ଓଲା ମଧ୍ୟ ଏହି ରେଞ୍ଜରେ ନୂଆ ଇ-ସ୍କୁଟର ଲଞ୍ଚ କରିଛି। ଏହି ନୂଆ ଇଭିକୁ ବିଶେଷ କରି ଜୋମାଟୋ, ସ୍ବିଗୀ, ଜେପ୍ଟୋ, ବିଗ ବାସ୍କେଟ, ଆମାଜନ, ଫ୍ଲିପକାର୍ଟ ଭଳି ଆପ୍ଙ୍କ ପାଇଁ ଡେଲିଭରି ବଏ ଭାବରେ କାମ କରୁଥିବା କର୍ମଚାରୀ ବା ଗିଗ୍ ଓ୍ବାର୍କର୍ସଙ୍କୁ ସୁବିଧାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ନୂଆ ରେଞ୍ଜରେ ୪ ସ୍କୁଟର ଉପଲବ୍ଧ ହେବ। ଏଥିରେ Ola Gig, Ola Gig+, Ola S1 Z ଏବଂ Ola S1 Z+ ରହିଛି। ଏହାର ଦାମ ୩୯, ୯୯୯ ଟଙ୍କାରୁ ଆରମ୍ଭ ହୋଇ ୬୪, ୯୯୯ ଟଙ୍କା ପର୍ଯ୍ୟନ୍ତ ରହିବ। ଗିଗ
ନୂଆଦିଲ୍ଲୀ: OLA ଇଲେକ୍ଟ୍ରିକ ମଙ୍ଗଳବାର ୨ ନୂଆ ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରିଛି। ବଡ଼ କଥା ହେଲା ପ୍ରଥମ ଥର କମ୍ପାନି ସ୍କୁଟରରେ ପୋର୍ଟେବୁଲ ବ୍ୟାଟେରୀ ଅପ୍ସନ ଦେଇଛି । ଆହୁରି ମଧ୍ୟ ଖାସ୍ କଥା ହେଉଛି ଏହି ସ୍କୁଟରର ଦାମ୍ ଇ-ସାଇକେଲ ଭଳି ହେବ। ବର୍ତ୍ତମାନ ଭାରତୀୟ ବଜାରରେ ଅନେକ କମ୍ପାନିର ଇ- ସାଇକେଲ ଉପଲବ୍ଧ ରହିଥିବାବେଳେ ଓଲାର ଏହି ସ୍କୁଟର ସେମାନଙ୍କୁ ଟକ୍କର ଦେବ। ଏହି ଦୁଇ ମଡେଲ ହେଉଛି OLA S1 Z ଏବଂ OLA Gig ଲଞ୍ଚ। ତେବେ ଆସନ୍ତୁ ଜାଣିବା ଏହାର ଦମଦାର ଫିଚର୍ସ।
ପ୍ରକୃତରେ ବର୍ତ୍ତମାନ ମିଳୁଥିବା ଇ- ସାଇକେଲରେ ହାରାହାରି ୨୫ କିମି ପ୍ରତି ଘଣ୍ଟାର ସ୍ପିଡ ଏବଂ ୭୦ରୁ ୮୦ କିମି ରେଞ୍ଜ ରହିଛି। ଏଗୁଡ଼ିକର ଦାମ୍ ୨୫ ହଜାର ଟଙ୍କାରୁ ଆରମ୍ଭ ହୋଇ ୪୦ ହଜାର ପର୍ଯ୍ୟନ୍ତ ରହିଛି। ହେଲେ ଏବେ ଏମାନଙ୍କୁ ଟକ୍କର ଦେବାକୁ ଓଲା ମଧ୍ୟ ଏହି ରେଞ୍ଜରେ ନୂଆ ଇ-ସ୍କୁଟର ଲଞ୍ଚ କରିଛି। ଏହି ନୂଆ ଇଭିକୁ ବିଶେଷ କରି ଜୋମାଟୋ, ସ୍ବିଗୀ, ଜେପ୍ଟୋ, ବିଗ ବାସ୍କେଟ, ଆମାଜନ, ଫ୍ଲିପକାର୍ଟ ଭଳି ଆପ୍ଙ୍କ ପାଇଁ ଡେଲିଭରି ବଏ ଭାବରେ କାମ କରୁଥିବା କର୍ମଚାରୀ ବା ଗିଗ୍ ଓ୍ବାର୍କର୍ସଙ୍କୁ ସୁବିଧାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି।
ନୂଆ ରେଞ୍ଜରେ ୪ ସ୍କୁଟର ଉପଲବ୍ଧ ହେବ। ଏଥିରେ Ola Gig, Ola Gig+, Ola S1 Z ଏବଂ Ola S1 Z+ ରହିଛି। ଏହାର ଦାମ ୩୯, ୯୯୯ ଟଙ୍କାରୁ ଆରମ୍ଭ ହୋଇ ୬୪, ୯୯୯ ଟଙ୍କା ପର୍ଯ୍ୟନ୍ତ ରହିବ। ଗିଗ ଓ୍ବର୍କର୍ସଙ୍କୁ ଧ୍ୟାନରେ ରଖି ଏହି ସ୍କୁଟରରେ ମଜଭୁତ ଫ୍ରେମ ବ୍ୟତୀତ, ହାଇ ଲୋଡ କାପାସିଟି, ଷ୍ଟୋରେଜ ସ୍ପେଶ, ବଡ଼ ଲେଗ ସ୍ପେଶ ଏବଂ କଷ୍ଟମାଇଜେସନ ଅପ୍ସନ ମଧ୍ୟ କମ୍ପାନି ଉପଲବ୍ଧ କରିଛି। କମ୍ପାନି ଏହି ସ୍କୁଟରର ବୁକିଂ ଆରମ୍ଭ କରିଥିବାବେଳେ ଏହାର ଡେଲିଭରି ଗ୍ରାହକଙ୍କୁ ୨୦୨୫ ଏପ୍ରିଲ ଠାରୁ କରାଯିବ। କମ୍ପାନି ଏଥିପାଇଁ ୪୯୯ ଟଙ୍କାର ବୁକିଂ ପ୍ରାଇସ ରଖିଛି।
ଏମିତି ରହିଛି ଫିଚର୍ସ
ଓଲା ଗିଗରେ ଗୋଟିଏ ୧.୫ kWhର ରିମୁଭେବୁଲ ବ୍ୟାଟେରୀ ରହିବ, ଯାହା ସିଙ୍ଗଲ ଚାର୍ଜରେ ୧୧୨ କିମିର ରେଞ୍ଜ ଦେବ। ଏହାର ଟପ୍ ସ୍ପିଡ ୨୫ କିମି ପ୍ରତି ଘଣ୍ଟା ରହିବ। ସେହିଭଳି ଗିଗ୍+ରେ ଦୁଇଟ ୧.୫ kWhର ରିମୁଭେବୁଲ ବ୍ୟାଟେରୀ ପ୍ୟାକ୍ ଅପ୍ସନ ରହିବ। ସିଙ୍ଗିଲ ବ୍ୟାଟେରୀରେ ଏହାର ରେଞ୍ଜ ୮୧ କିମି ଏବଂ ଡବଲ ବ୍ୟାଟେରୀରେ ୧୫୭ କିମି ରହିବ। ସେହିଭଳି ଏହାର ଟପ୍ ସ୍ପିଡ୍ ୪୫ କିମି ପ୍ରତି ଘଣ୍ଟା ରହିବ।ଗିଗ ଓ୍ବର୍କର୍ସଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଥିବା ଓଲା ଗିଗର ଦାମ୍ ୩୯,୯୯୯ ଟଙ୍କା ରହିଥିବାବେଳେ ଓଲା ଗିଗ+ର ଏକ୍ସ ଶୋରୁମ ମୂଲ୍ୟ ୪୯,୯୯୯ ଟଙ୍କା ରହିଛି।
Ola S1 Zର ଫିଚର୍ସ
ସେହିଭଳି କମ୍ପାନି Ola S1 Z ଏବଂ Ola S1 Z+କୁ ପର୍ସନାଲ ସ୍କୁଟର ରେଞ୍ଜରେ ଲଞ୍ଚ କରିଛି। ଅବଶ୍ୟ Ola S1 Z+କୁ ଲାଇଟ କମର୍ସିଆଲ ଯାନ ଭାବରେ ବ୍ୟବହାର କରିହେବ। ଏହି ଦୁଇ ସ୍କୁଟରରେ ୧.୫ kWhର ବ୍ୟାଟେରୀ ପ୍ୟାକ ରହିବ। ଯାହା ୭୦ କିମି ପ୍ରତି ଘଣ୍ଟା ପର୍ଯ୍ୟନ୍ତ ଟପ୍ ସ୍ପିଡ ଏବଂ ସିଙ୍ଗିଲ ଚାର୍ଜରେ ୭୫ କିମି ପର୍ଯ୍ୟନ୍ତ ରେଞ୍ଜ ଦେବ।
OLA S1 Z
‘ଓଲା ପାଓ୍ବାର ପ୍ୟାଡ୍’ରେ ହୋଇପାରିବ ଚାର୍ଜ
ତେବେ କମ୍ପାନି ରିମୁଭେବୁଲ ବ୍ୟାଟରୀ ଚାର୍ଜ କରିବା ପାଇଁ ନୂଆ ‘ଓଲା ପାଓ୍ବାର ପ୍ୟାଡ୍’ ମଧ୍ୟ ଆଣିଛି। ଏହି ଚାର୍ଜିଂ ସିଷ୍ଟମରେ କେବଳ ବ୍ୟାଟେରୀ ଚାର୍ଜ ହେବ ତାହା ନୁହେଁ। ଏହା ଘର ପାଇଁ ଇନଭର୍ଟର ଭଳି ମଧ୍ୟ କାମ କରିବ। ଏହାର ଦାମ୍ ୯,୯୯୯ ଟଙ୍କା ରହିବ।