ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ୧୮ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୪।୫: ଟିମ ଇଣ୍ଡିଆକୁ ଆସନ୍ତା ମାସରେ ଇଂଲଣ୍ଡ ଗସ୍ତ କରିବ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଖେଳାଯିବ। ଏହି ସିରିଜ ୨୦୨୫୦୨୭ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଚକ୍ରର ଅଂଶ ହେବ। ଏହି ଗସ୍ତ ପାଇଁ ବିସିସିଆଇ ଟିମ ଇଣ୍ଡିଆର ଦଳ ଘୋଷଣା କରିଛି। ରୋହିତ ଶର୍ମା, ବିରାଟ କୋହଲି ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ଭଳି ଅଭିଜ୍ଞ ଖେଳାଳିମାନେ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏହା ଭାରତୀୟ ଦଳ ପାଇଁ […] The post ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ୧୮ ଖେଳାଳିଙ୍କୁ ମିଳିଲା ସ୍ଥାନ appeared first on Dharitri Odia News.

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ୧୮ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୪।୫: ଟିମ ଇଣ୍ଡିଆକୁ ଆସନ୍ତା ମାସରେ ଇଂଲଣ୍ଡ ଗସ୍ତ କରିବ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଖେଳାଯିବ। ଏହି ସିରିଜ ୨୦୨୫୦୨୭ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଚକ୍ରର ଅଂଶ ହେବ। ଏହି ଗସ୍ତ ପାଇଁ ବିସିସିଆଇ ଟିମ ଇଣ୍ଡିଆର ଦଳ ଘୋଷଣା କରିଛି। ରୋହିତ ଶର୍ମା, ବିରାଟ କୋହଲି ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ଭଳି ଅଭିଜ୍ଞ ଖେଳାଳିମାନେ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏହା ଭାରତୀୟ ଦଳ ପାଇଁ ଏକ ନୂତନ ଆରମ୍ଭ। ଏହା ସହିତ, ଭାରତୀୟ ଟେଷ୍ଟ ଦଳକୁ ଜଣେ ନୂତନ ଅଧିନାୟକ ମଧ୍ୟ ମିଳିଛି।

ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ଇଂଲଣ୍ଡ ଗସ୍ତ ପାଇଁ ଏକ ଯୁବ ଟିମ ଇଣ୍ଡିଆକୁ ଚୟନ କରିଛି। ଯଶସ୍ବୀ ଜୟସ୍ବାଲ ଏବଂ ଅଭିମନ୍ୟୁ ଈଶ୍ୱରନ ବ୍ୟାଟିଂ ଓପନିଂ ଦାୟିତ୍ୱ ନେଇପାରିବେ। ସାଇ ସୁଦର୍ଶନ ଏବଂ କରୁଣ ନାୟାରଙ୍କୁ ମଧ୍ୟକ୍ରମରେ ସ୍ଥାନ ଦିଆଯାଇଛି। କୋହଲିଙ୍କ ଅନୁପସ୍ଥିତିରେ ଉଭୟ ନମ୍ବର ୪ ଭୂମିକା ଗ୍ରହଣ କରିପାରିବେ। ରିଷଭ ପନ୍ତଙ୍କୁ ଉପ-ଅଧିନାୟକ କରାଯାଇଛି ଏବଂ ସେ ଉଇକେଟକିପିଂ ସହିତ ମଧ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଧ୍ରୁବ ଜୁରେଲଙ୍କୁ ଦ୍ୱିତୀୟ ଉଇକେଟକିପର ଭାବରେ ମନୋନୀତ କରାଯାଇଛି।

ଇଂଲଣ୍ଡ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ
ଶୁଭମାନ ଗିଲ (ଅଧିନାୟକ), ରିଷଭ ପନ୍ତ (ଉଇକେଟ ରକ୍ଷକ, ଉପ-ଅଧିନାୟକ), ଯଶସ୍ବୀ ଜୟସ୍ବାଲ, କେ.ଏଲ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଇଶ୍ୱରନ୍‌, କରୁଣ ନାୟାର, ନୀତୀଶ ରେଡ୍ଡୀ, ରବିନ୍ଦ୍ର ଜାଡେଜା, ଧ୍ରୁଭ ଜୁରେଲ (ଉଇକେଟ କିପର), ୱାଶିଂଟନ ସୁନ୍ଦରମ, ଶାର୍ଦ୍ଦୁଳ ଠାକୁର, ପ୍ରସିଦ୍ଧ କ୍ରିଷ୍ଣା, ଆକାଶ ଦୀପ, ଅର୍ଶଦୀପ ସିଂ, କୁଲଦୀପ ଯାଦବ।

 

 

The post ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ୧୮ ଖେଳାଳିଙ୍କୁ ମିଳିଲା ସ୍ଥାନ appeared first on Dharitri Odia News.