‘ଜନଗଣନା ୨୦୨୯କୁ ଘୁଞ୍ଚାଇବାକୁ ଯୋଜନା’
ଭୁବନେଶ୍ବର : ୨୦୨୭ ମାର୍ଚ୍ଚ ପରେ ଜନଗଣନା କରିବା ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ନେଇ ପ୍ରଶ୍ନ ଉଠାଛନ୍ତି ବରିଷ୍ଠ... The post ‘ଜନଗଣନା ୨୦୨୯କୁ ଘୁଞ୍ଚାଇବାକୁ ଯୋଜନା’ appeared first on .
ଭୁବନେଶ୍ବର : ୨୦୨୭ ମାର୍ଚ୍ଚ ପରେ ଜନଗଣନା କରିବା ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ନେଇ ପ୍ରଶ୍ନ ଉଠାଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁl ଜାତିଭିତ୍ତିକ ଜନଗଣନାକୁ ୨୦୨୯ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ କେନ୍ଦ୍ର ସରକାର ଅତି ଚତୁରତାର ସହ ଜନଗଣନାକୁ ୨୦୨୭ ପରେ କରିବାକୁ ନିଷ୍ପତି ନେଇଥିବା ସେ କରିଛନ୍ତିl୨୦୨୭ରେ ଉତ୍ତର ପ୍ରଦେଶ ନିର୍ବାଚନ ଥିବାରୁ କାଳେ ଜାତିଭିତିକ ଜନଗଣନା କରାଗଲେ SC,ST ଓ OBCଙ୍କ ଉନ୍ନତି ହୋଇନାହିଁ ବୋଲି ଜଣାପଡ଼ିଯିବ। ସେଥିପାଇଁ କେନ୍ଦ୍ର ସରକାର ଯୁଦ୍ଧ ପରିସ୍ଥିତି ସମୟରେ ଜାତିଭିତ୍ତିକ ଜନଗଣନା କରିବାକୁ ଘୋଷଣା କଲେ। ଏହା ପରେବି କେଉଁ କାରଣରୁ ୨୦୨୭ ମାର୍ଚ୍ଚ ପରେ କରିବେ ବୋଲି କହିଛନ୍ତି ତାହାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ସନ୍ଦେହ ପ୍ରକାଶ କରିଛନ୍ତି। ମହିଳା ବିଲକୁ ଯେମିତି ପାସ କରି ୨୦୨୯ରେ ଲାଗୁ କରିବା ନିଷ୍ପତି ନେଇଛନ୍ତି ଠିକ୍ ସେହିପରି ଜନଗଣନା ମଧ୍ୟ ସମାନ ଢାଞ୍ଚାରେ ବିଜେପି ସରକାର ପକାଇଛନ୍ତି ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତିl
The post ‘ଜନଗଣନା ୨୦୨୯କୁ ଘୁଞ୍ଚାଇବାକୁ ଯୋଜନା’ appeared first on .