ଇଂଲଣ୍ଡ ୪୬୫ ରନରେ ଅଲଆଉଟ୍, ବୁମରାଙ୍କୁ ୫ ଓ୍ଵିକେଟ୍, ୬ ରନରେ ଅଗ୍ରଣୀ ଭାରତ
ଲିଡ୍ସ: ଲିଡ୍ସରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ଇନିଂସରେ ୪୬୫ ରନରେ ଅଲଆଉଟ୍ ହୋଇଛି। ଯଶପ୍ରୀତ ବୁମରା ପୁଣି ଥରେ ଦମଦାର ବୋଲିଂ କରି ୫ ଓ୍ଵିକେଟ୍ ନେଇ ଇଂଲଣ୍ଡକୁ ଭାରତଠୁ ଅଗ୍ରଣୀ ହେବାକୁ ଦେଇ ନାହାନ୍ତି। ତୃତୀୟ ଦିନରେ ହ୍ୟାରି ବ୍ରୁକ ୯୯ ରନ କରି ଏକ ରନ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି। ଜେମି ସ୍ମିଥ ୪୦ ରନ ଓ କ୍ରିସ ଓ୍ଵକ୍ସ ୩୮ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଭାରତ ୬ ରନରେ ଅଗ୍ରଣୀ ହାସଲ କରିଛି। ପ୍ରସିଦ୍ଧ କୃଷ୍ଣ ୩ଟି ଓ୍ଵିକେଟ୍ ଓ ମହମ୍ମଦ ସିରାଜ ୨ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୪୭୧ ରନ କରିଥିଲା। ଦ୍ଵିତୀୟ ଦିନର ଅସମାପ୍ତ ଖେଳ ୨୦୯/୩ରୁ ବ୍ୟାଟିଂ ଆରମ୍ଭ କରିଥିଲା ଇଂଲଣ୍ଡ। କ୍ରିଜରେ ଥିଲେ ଓଲି ଏବଂ ହ୍ୟାରି ବ୍ରୁକ। ଶତକ ହାସଲ କରି କ୍ରିଜରେ ଜମିଥିବା ଓଲି ପପଙ୍କୁ ପ୍ରସିଦ୍ଧ କୃଷ୍ଣା ଆଉଟ୍ କରିଥିଲେ। ପପ ୧୩୭ ବଲରୁ ୧୪ ଚୌକା ସହ ୧୦୬ ରନ କରିଥିଲେ। ଏହା ପରେ ହ୍ୟାରି ଓ ଅଧିନାୟକ ବେନ ଷ୍ଟୋକ୍ସ ପଞ୍ଚମ ଓ୍ଵିକେଟ୍ ପାଇଁ ୫୧ ରନ ଯୋଡ଼ି ଦଳର ସ୍କୋରକୁ ୨୭୬ ରନରେ ପହଞ୍ଚାଇଥିଲେ। ବେନ ଷ୍ଟୋକ୍ସ(୨୦)ଙ୍କୁ ମହମ୍ମଦ ସିରାଜ ପାଭିଲିୟନର ରାସ୍ତା ଦେଖାଇଥିଲେ। ବ୍ରୁକ ଓ ଜେମି ସ୍ମିଥ ୭୩ ରନ ଯୋଡ଼ିଥିଲେ। ସ୍ମିଥ ୪୦ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ତେବେ କ୍ରିଜରେ ଜମି ରହି ହ୍ୟାରି ବ୍ରୁକ ଦଳର ଇନିଂସକୁ ୪୦୦ ନିକଟତର ପହଞ୍ଚାଇଥିଲେ। ଶତକ
ଲିଡ୍ସ: ଲିଡ୍ସରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ଇନିଂସରେ ୪୬୫ ରନରେ ଅଲଆଉଟ୍ ହୋଇଛି। ଯଶପ୍ରୀତ ବୁମରା ପୁଣି ଥରେ ଦମଦାର ବୋଲିଂ କରି ୫ ଓ୍ଵିକେଟ୍ ନେଇ ଇଂଲଣ୍ଡକୁ ଭାରତଠୁ ଅଗ୍ରଣୀ ହେବାକୁ ଦେଇ ନାହାନ୍ତି। ତୃତୀୟ ଦିନରେ ହ୍ୟାରି ବ୍ରୁକ ୯୯ ରନ କରି ଏକ ରନ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି। ଜେମି ସ୍ମିଥ ୪୦ ରନ ଓ କ୍ରିସ ଓ୍ଵକ୍ସ ୩୮ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଭାରତ ୬ ରନରେ ଅଗ୍ରଣୀ ହାସଲ କରିଛି। ପ୍ରସିଦ୍ଧ କୃଷ୍ଣ ୩ଟି ଓ୍ଵିକେଟ୍ ଓ ମହମ୍ମଦ ସିରାଜ ୨ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୪୭୧ ରନ କରିଥିଲା।
ଦ୍ଵିତୀୟ ଦିନର ଅସମାପ୍ତ ଖେଳ ୨୦୯/୩ରୁ ବ୍ୟାଟିଂ ଆରମ୍ଭ କରିଥିଲା ଇଂଲଣ୍ଡ। କ୍ରିଜରେ ଥିଲେ ଓଲି ଏବଂ ହ୍ୟାରି ବ୍ରୁକ। ଶତକ ହାସଲ କରି କ୍ରିଜରେ ଜମିଥିବା ଓଲି ପପଙ୍କୁ ପ୍ରସିଦ୍ଧ କୃଷ୍ଣା ଆଉଟ୍ କରିଥିଲେ। ପପ ୧୩୭ ବଲରୁ ୧୪ ଚୌକା ସହ ୧୦୬ ରନ କରିଥିଲେ। ଏହା ପରେ ହ୍ୟାରି ଓ ଅଧିନାୟକ ବେନ ଷ୍ଟୋକ୍ସ ପଞ୍ଚମ ଓ୍ଵିକେଟ୍ ପାଇଁ ୫୧ ରନ ଯୋଡ଼ି ଦଳର ସ୍କୋରକୁ ୨୭୬ ରନରେ ପହଞ୍ଚାଇଥିଲେ। ବେନ ଷ୍ଟୋକ୍ସ(୨୦)ଙ୍କୁ ମହମ୍ମଦ ସିରାଜ ପାଭିଲିୟନର ରାସ୍ତା ଦେଖାଇଥିଲେ। ବ୍ରୁକ ଓ ଜେମି ସ୍ମିଥ ୭୩ ରନ ଯୋଡ଼ିଥିଲେ। ସ୍ମିଥ ୪୦ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ତେବେ କ୍ରିଜରେ ଜମି ରହି ହ୍ୟାରି ବ୍ରୁକ ଦଳର ଇନିଂସକୁ ୪୦୦ ନିକଟତର ପହଞ୍ଚାଇଥିଲେ।

ଶତକର ନିକଟତର ହୋଇଥିବା ହ୍ୟାରି ବ୍ରୁକ ୧୧୨ ବଲରୁ ୧୧ ଚୌକା ଓ ୨ ଛକା ସହ ୯୯ ରନରେ ପାଭିଲିୟନ ଫେରିଥିଲେ। ପ୍ରସିଦ୍ଧ କୃଷ୍ଣା ବ୍ରୁକଙ୍କୁ ଆଉଟ୍ କରି ତୃତୀୟ ସଫଳତା ହାସଲ କରିଛନ୍ତି। ତେବେ ନିମ୍ନ କ୍ରମରେ କ୍ରିସ ଓ୍ଵକ୍ସ ଓ ବ୍ରିଡନ କର୍ସ ୫୫ ରନ ଯୋଡ଼ି ଭାରତକୁ ବଡ଼ ଅଗ୍ରଣୀ ହେବାକୁ ଦେଇ ନ ଥିଲେ। କର୍ସ(୨୨)ଙ୍କୁ ମହମ୍ମଦ ସିରାଜ ବୋଲ୍ଡ କରିଥିଲେ। କ୍ରିସ୍ ଓ୍ଵକ୍ସ ଓ ଜୋଶ ଟଙ୍ଗ ଉଭୟଙ୍କୁ କ୍ଲିନ ବୋଲ୍ଡ କରିଥିଲେ ବୁମରା। କ୍ରିସ ଓ୍ଵକ୍ସ ୩୮ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଇଂଲଣ୍ଡ ୪୬୫ ରନରେ ଅଲଆଉଟ୍ ହୋଇଛି। ବୋଲିଂରେ ବୁମରା ୮୩ ରନ ଦେଇ ୫ଟି ଓ୍ଵିକେଟ୍ ନେଇଛନ୍ତି। ପ୍ରସିଦ୍ଧ କୃଷ୍ଣା ୧୨୮ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ହେଁ ୩ଟି ଏନଂ ସିରାଜ ୨ଟି ଓ୍ଵିକେଟ୍ ନେଇଛନ୍ତି।