ଇଂଲଣ୍ଡକୁ ଧୂଳି ଚଟେଇ ବିଶ୍ୱକପ୍ ଫାଇନାଲ୍ରେ ଭାରତ
ନୂଆଦିଲ୍ଲୀ,୩୧।୧: ଭାରତ ୨୦୨୫ରେ ଅନୁଷ୍ଠିତ ୧୯ ବର୍ଷରୁ କମ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ସେମିଫାଇନାଲରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଥିଲା। ଭାରତୀୟ ୧୯ ବର୍ଷରୁ କମ ଦଳ ଏହି ମ୍ୟାଚକୁ ୯ ଉଇକେଟ୍ରେ ଜିତିଥିଲା। ଟିମ ଇଣ୍ଡିଆ ପାଇଁ ଜି କମଲିନୀ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଏକ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୦ ବଲ୍ରେ ୫୬ ରନ୍ର ଏକ ଇନିଂସ ଖେଳିଥିଲେ। କମଳିନୀଙ୍କ ଇନିଂସରେ ୮ଟି […] The post ଇଂଲଣ୍ଡକୁ ଧୂଳି ଚଟେଇ ବିଶ୍ୱକପ୍ ଫାଇନାଲ୍ରେ ଭାରତ appeared first on Dharitri Odia News.
ନୂଆଦିଲ୍ଲୀ,୩୧।୧: ଭାରତ ୨୦୨୫ରେ ଅନୁଷ୍ଠିତ ୧୯ ବର୍ଷରୁ କମ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ସେମିଫାଇନାଲରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଥିଲା। ଭାରତୀୟ ୧୯ ବର୍ଷରୁ କମ ଦଳ ଏହି ମ୍ୟାଚକୁ ୯ ଉଇକେଟ୍ରେ ଜିତିଥିଲା। ଟିମ ଇଣ୍ଡିଆ ପାଇଁ ଜି କମଲିନୀ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଏକ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୦ ବଲ୍ରେ ୫୬ ରନ୍ର ଏକ ଇନିଂସ ଖେଳିଥିଲେ। କମଳିନୀଙ୍କ ଇନିଂସରେ ୮ଟି ଚୌକା ସାମିଲ ଥିଲା।
ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୮ ଉଇକେଟ ହରାଇ ୧୧୩ ରନ କରିଥିଲା। ଏହି ସମୟରେ ଓପନର ଡାଭିନା ପେରିନ ୪୫ ରନର ଇନିଂସ ଖେଳିଥିଲେ। ସେ ୪୦ଟି ବଲର ସମ୍ମୁଖୀନ ହୋଇଥିଲେ ଏବଂ ୬ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ଟ୍ରୋଡି ଜନସନ ୨୫ ବଲ ସାମ୍ନା କରି ୩୦ ରନ କରିଥିଲେ। ସେ ୩ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ଏହି ସମୟରେ ଭାରତ ପାଇଁ ଆୟୁଷୀ ଶୁକ୍ଳା ୨ଟି ଉଇକେଟ ନେଇଥିଲେ। ସେ ୪ ଓଭରରେ ୨୧ ରନ ଦେଇଥିଲେ। ପାରିନିକା ଏବଂ ବୈଷ୍ଣବୀ ଶର୍ମା ୩ଟି ଲେଖାଏ ଉଇକେଟ ନେଇଥିଲେ।
ଇଂଲଣ୍ଡ ଦେଇଥିବା ଟାର୍ଗେଟକୁ ପିଛା କରୁଥିବା ଟିମ ଇଣ୍ଡିଆ ମାତ୍ର ୧୫ ଓଭରରେ ମ୍ୟାଚ ଜିତି ନେଇଥିଲା। ଭାରତ ପାଇଁ ଜି କମଲିନି ଏବଂ ଜି ତ୍ରିଶା ଓପନିଂ କରିବାକୁ ଆସିଥିଲେ। ଏହି ସମୟରେ ତ୍ରିଶା ୨୯ ବଲର ସାମ୍ନା କରି ୩୫ ରନ କରିଥିଲେ। ସେ ୫ଟି ଚୌକା ମାରିଥିଲେ। କମଲିନୀ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୦ ବଲ୍ରେ ଅପରାଜିତ ୫୬ ରନ କରିଥିଲେ। କମଳିନୀଙ୍କ ଇନିଂସରେ ୮ଟି ଚୌକା ସାମିଲ ଥିଲା। ସାନିକା ଚଲକେ ୧୧ ରନ କରି ଅପରାଜିତ ରହିଥିଲେ। ସେ ଗୋଟିଏ ଚୌକା ମାରିଥିଲେ।
୨୦୨୫ ମସିହାରେ ଅନୁଷ୍ଠିତ ୧୯ ବର୍ଷରୁ କମ ମହିଳା ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ହାରିନାହିଁ। ଭାରତ ୱେଷ୍ଟଇଣ୍ଡିଜ, ମାଲେସିଆ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ସ୍କଟଲାଣ୍ଡକୁ ପରାସ୍ତ କରିଥିଲା। ସେମିଫାଇନାଲରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଛି।
???????????????? ???????????? ????????????????????!
![]()
![]()
The unbeaten run in the #U19WorldCup continues for #TeamIndia!
![]()
![]()
India march into the Final after beating England by 9⃣ wickets and will now take on South Africa in the summit clash!
![]()
![]()
Scorecard
https://t.co/rk4eoCA1B0 #INDvENG pic.twitter.com/n3uIoO1H1Q
— BCCI Women (@BCCIWomen) January 31, 2025
The post ଇଂଲଣ୍ଡକୁ ଧୂଳି ଚଟେଇ ବିଶ୍ୱକପ୍ ଫାଇନାଲ୍ରେ ଭାରତ appeared first on Dharitri Odia News.