ଇଂଲଣ୍ଡରୁ ଆସିଥିବା ଅତିଥି ରାହୁଲ ଦ୍ରାବିଡଙ୍କୁ ଦେଲେ ଖାସ୍‌ ଉପହାର, ଜିତିଲେ କୋଚ୍‌ଙ୍କ ହୃଦୟ

ନୂଆଦିଲ୍ଲୀ,୭।୩: ଭାରତ ବନାମ ଇଂଲଣ୍ଡ ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ ଧର୍ମଶାଳାରେ ଖେଳାଯାଉଛି। ଏହି ସିରିଜ ସମୟରେ ବ୍ରିଟିଶ ଚିତ୍ରକାର ଆଣ୍ଡି ବ୍ରାଉନ ଚର୍ଚ୍ଚାରେ ଅଛନ୍ତି। କାରଣ ନିକଟରେ ତାଙ୍କୁ ପଡ଼ିଆରେ ଖେଳୁଥିବା ଖେଳାଳିଙ୍କ ସୁନ୍ଦର ଫଟୋ ତିଆରି କରୁଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ଭାରତୀୟ କ୍ରିକେଟ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ସହ ଠିଆ ହୋଇଥିବା ନଜର ଆସିଛନ୍ତି। ବ୍ରିଟିଶ ଚିତ୍ରକାର ଆଣ୍ଡି […] The post ଇଂଲଣ୍ଡରୁ ଆସିଥିବା ଅତିଥି ରାହୁଲ ଦ୍ରାବିଡଙ୍କୁ ଦେଲେ ଖାସ୍‌ ଉପହାର, ଜିତିଲେ କୋଚ୍‌ଙ୍କ ହୃଦୟ appeared first on Dharitri Odia News.

ଇଂଲଣ୍ଡରୁ ଆସିଥିବା ଅତିଥି ରାହୁଲ ଦ୍ରାବିଡଙ୍କୁ ଦେଲେ ଖାସ୍‌ ଉପହାର, ଜିତିଲେ କୋଚ୍‌ଙ୍କ ହୃଦୟ

ନୂଆଦିଲ୍ଲୀ,୭।୩: ଭାରତ ବନାମ ଇଂଲଣ୍ଡ ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ ଧର୍ମଶାଳାରେ ଖେଳାଯାଉଛି। ଏହି ସିରିଜ ସମୟରେ ବ୍ରିଟିଶ ଚିତ୍ରକାର ଆଣ୍ଡି ବ୍ରାଉନ ଚର୍ଚ୍ଚାରେ ଅଛନ୍ତି। କାରଣ ନିକଟରେ ତାଙ୍କୁ ପଡ଼ିଆରେ ଖେଳୁଥିବା ଖେଳାଳିଙ୍କ ସୁନ୍ଦର ଫଟୋ ତିଆରି କରୁଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ଭାରତୀୟ କ୍ରିକେଟ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ସହ ଠିଆ ହୋଇଥିବା ନଜର ଆସିଛନ୍ତି।

ବ୍ରିଟିଶ ଚିତ୍ରକାର ଆଣ୍ଡି ବ୍ରାଉନ ରାହୁଲ ଦ୍ରାବିଡଙ୍କ ସହ ଏକ୍ସରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ରାହୁଲଙ୍କ ହାତରେ ଏକ ଚିତ୍ର ଅଛି ଯାହା ଆଣ୍ଡି ବ୍ରାଉନ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହି ଆକର୍ଷଣୀୟ ଚିତ୍ରରେ ରାହୁଲ ଦ୍ରାବିଡ କମଳା ରଙ୍ଗର ହୁଡିରେ ନଜର ଆସିଛନ୍ତି। ଏହି ଫଟୋ ଶେୟାର କରି ଚିତ୍ରକାର ଆଣ୍ଡି ବ୍ରାଉନ ଲେଖିଛନ୍ତି, “ଗତକାଲି ମୁଁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ସହ ଥିଲି। ସେ ମୋର କାର୍ଯ୍ୟକୁ ବହୁତ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ତାଙ୍କ ଦଳ ମୋର ଏଠାରେ ରହିବାକୁ ପସନ୍ଦ କରନ୍ତି। ଖେଳାଳିଙ୍କ ଠାରୁ ଆରମ୍ଭ କରି କୋଚ, କର୍ମଚାରୀମାନେ ମଧ୍ୟ ବହୁତ ଆଦର ସମ୍ମାନ ଦେଇଛନ୍ତି। ସମସ୍ତଙ୍କୁ ଧନ୍ୟବାଦ। “

The post ଇଂଲଣ୍ଡରୁ ଆସିଥିବା ଅତିଥି ରାହୁଲ ଦ୍ରାବିଡଙ୍କୁ ଦେଲେ ଖାସ୍‌ ଉପହାର, ଜିତିଲେ କୋଚ୍‌ଙ୍କ ହୃଦୟ appeared first on Dharitri Odia News.