ଇଂଲଣ୍ଡରେ ସିକ୍ରେଟ୍ ମିଟିଂ କଲେ କୋହଲି, ଅଧିନାୟକ ଗିଲ୍ ଓ ପନ୍ତଙ୍କ ସହ କଲେ ଆଲୋଚନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟର ବିରାଟ କୋହଲି ନିକଟରେ ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇ ସାରିଛନ୍ତି। ଅଶ୍ଵିନ, ରୋହିତ ଶର୍ମା ଓ କୋହଲି ତିନି ବରିଷ୍ଠ କ୍ରିକେଟରଙ୍କୁ ଆଉ ଧଳା ଜର୍ସିରେ ଦେଖିବାକୁ ମିଳିବ ନାହିଁ। ଏହି ତିନି ଖେଳାଳି କ୍ରିକେଟ୍‌ର ଲମ୍ବା ଫର୍ମାଟ୍‌ରୁ ଅବସର ନେଇ ସାରିଛନ୍ତି। ଇଂଲଣ୍ଡ ଗସ୍ତ କରିଥିବା ଯୁବ ଭାରତୀୟ ଦଳର ନେତୃତ୍ଵ ଦାୟିତ୍ଵ ଶୁଭମନ ଗିଲ୍‌ଙ୍କୁ ଦିଆଯାଇଛି। ଗିଲ୍‌ଙ୍କ ପାଖରେ ଅଧିକ ଅନୁଭବ ନାହିଁ, ଯେଉଁ କାରଣରୁ ତାଙ୍କୁ ଇଂଲଣ୍ଡ ବିପକ୍ଷରେ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିପାରେ। ମିଡିଆ ରିପୋର୍ଟ ଅନୁଯାୟୀ, ଟେଷ୍ଟ ସିରିଜ୍ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ବିରାଟ କୋହଲି ଶୁଭମନ ଗିଲ୍ ଓ ଋଷଭ ପନ୍ତଙ୍କୁ ନିଜ ଘରକୁ ଡକାଇଥିଲେ। ଏଠାରେ ଦୁଇ ଖେଳାଳି କୋହଲିଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ। ଶୁଭମନ ଗିଲ୍‌ଙ୍କ ନେତୃତ୍ଵରେ ଭାରତୀୟ ଦଳ ହେଣ୍ଡିଗ୍ଲେରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିବ। ତେବେ ଇଣ୍ଟ୍ରା ସ୍କ୍ଵାଡ୍ ମ୍ୟାଚ୍ ପରେ ସୋମବାର ଖେଳାଳିଙ୍କୁ ବିରତି ମିଳିଥିଲା। ଏହା ପରେ ଗିଲ୍ ଓ ପନ୍ତ କୋହଲିଙ୍କୁ ତାଙ୍କୁ ଘରେ ଭେଟିଥିଲେ। ତେବେ କୋହଲି ଏହି ଦୁଇ ଖେଳାଳିଙ୍କୁ କଣ ଗୁରୁ ମନ୍ତ୍ର ଦେଲେ ତାହା ଜଣା ପଡ଼ିନି। Also read: ବଦଳିବ ଟେଷ୍ଟ କ୍ରିକେଟ୍‌ର ସ୍ଵରୂପ, ୫ ଦିନ ବଦଳରେ ଖେଳାଯିବ ୪ ଦିନ, ବଢିବ ଓଭର ସଂଖ୍ୟାଭାରତୀୟ ଦଳ ମଙ୍ଗଳବାର

ଇଂଲଣ୍ଡରେ ସିକ୍ରେଟ୍ ମିଟିଂ କଲେ କୋହଲି, ଅଧିନାୟକ ଗିଲ୍ ଓ ପନ୍ତଙ୍କ ସହ କଲେ ଆଲୋଚନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟର ବିରାଟ କୋହଲି ନିକଟରେ ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇ ସାରିଛନ୍ତି। ଅଶ୍ଵିନ, ରୋହିତ ଶର୍ମା ଓ କୋହଲି ତିନି ବରିଷ୍ଠ କ୍ରିକେଟରଙ୍କୁ ଆଉ ଧଳା ଜର୍ସିରେ ଦେଖିବାକୁ ମିଳିବ ନାହିଁ। ଏହି ତିନି ଖେଳାଳି କ୍ରିକେଟ୍‌ର ଲମ୍ବା ଫର୍ମାଟ୍‌ରୁ ଅବସର ନେଇ ସାରିଛନ୍ତି। ଇଂଲଣ୍ଡ ଗସ୍ତ କରିଥିବା ଯୁବ ଭାରତୀୟ ଦଳର ନେତୃତ୍ଵ ଦାୟିତ୍ଵ ଶୁଭମନ ଗିଲ୍‌ଙ୍କୁ ଦିଆଯାଇଛି। ଗିଲ୍‌ଙ୍କ ପାଖରେ ଅଧିକ ଅନୁଭବ ନାହିଁ, ଯେଉଁ କାରଣରୁ ତାଙ୍କୁ ଇଂଲଣ୍ଡ ବିପକ୍ଷରେ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିପାରେ। 

ମିଡିଆ ରିପୋର୍ଟ ଅନୁଯାୟୀ, ଟେଷ୍ଟ ସିରିଜ୍ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ବିରାଟ କୋହଲି ଶୁଭମନ ଗିଲ୍ ଓ ଋଷଭ ପନ୍ତଙ୍କୁ ନିଜ ଘରକୁ ଡକାଇଥିଲେ। ଏଠାରେ ଦୁଇ ଖେଳାଳି କୋହଲିଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ। ଶୁଭମନ ଗିଲ୍‌ଙ୍କ ନେତୃତ୍ଵରେ ଭାରତୀୟ ଦଳ ହେଣ୍ଡିଗ୍ଲେରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିବ। ତେବେ ଇଣ୍ଟ୍ରା ସ୍କ୍ଵାଡ୍ ମ୍ୟାଚ୍ ପରେ ସୋମବାର ଖେଳାଳିଙ୍କୁ ବିରତି ମିଳିଥିଲା। ଏହା ପରେ ଗିଲ୍ ଓ ପନ୍ତ କୋହଲିଙ୍କୁ ତାଙ୍କୁ ଘରେ ଭେଟିଥିଲେ। ତେବେ କୋହଲି ଏହି ଦୁଇ ଖେଳାଳିଙ୍କୁ କଣ ଗୁରୁ ମନ୍ତ୍ର ଦେଲେ ତାହା ଜଣା ପଡ଼ିନି। 

Also read: ବଦଳିବ ଟେଷ୍ଟ କ୍ରିକେଟ୍‌ର ସ୍ଵରୂପ, ୫ ଦିନ ବଦଳରେ ଖେଳାଯିବ ୪ ଦିନ, ବଢିବ ଓଭର ସଂଖ୍ୟା

ଭାରତୀୟ ଦଳ ମଙ୍ଗଳବାର ଲିଡ୍ସ ପହଞ୍ଚି ପାରନ୍ତି। ଏଠାରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଭାରତୀୟ ଦଳ ସହ ଯୋଗ ଦେବେ। ପୂର୍ବତନ ଭାରତୀୟ କ୍ରିକେଟ୍‌ର ପାରିବାରିକ କାରଣରୁ ଇଂଲଣ୍ଡ ଛାଡ଼ି ସ୍ଵଦେଶ ଫେରିଥିଲେ। ତାଙ୍କ ଅନୁପସ୍ଥିତିରେ ସହାୟକ କୋଚ୍ ରେୟାନ ଟେନ ଡୋଏଶେ, ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକ ଓ ବୋଲିଂ କୋଚ୍ ମୋର୍ନେ ମୋର୍କେଲ୍ ଖେଳାଳିଙ୍କ ପ୍ରଦର୍ଶନ ଏବଂ ଦଳର ପ୍ରସ୍ତୁତି ଉପରେ ନଜର ରଖିଥିଲେ।  ଶୁଭମନ ଗିଲ୍‌ଙ୍କ ନେତୃତ୍ଵରେ ଭାରତୀୟ ଦଳ ୨୦୦୭ରେ ପ୍ରଥମ ଥର ଇଂଲଣ୍ଡରେ ନିଜର ପ୍ରଥମ ଟେଷ୍ଟ ସିରିଜ୍ ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ।