ଇଅନ ମୋର୍ଗାନ କହିଲେ କିଏ ସବୁଠୁ ଷ୍ଟ୍ରଙ୍ଗ ଟିମ୍, ଯିଏ ଟି-୨୦ ବିଶ୍ୱକପ୍ ଜିତିବାର ରହିଛି ବହୁତ୍ ଚାନ୍ସ...
ମୁମ୍ବାଇ ୨୮।୦୫ : ଆଉ ଦିନ କେଇଟା ପରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍ । ଏଥିପାଇଁ ସବୁ ଟିମ୍ ଏବେ ଓ୍ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ପହଞ୍ଚିବାକୁ ଲାଗିଲେଣି । ହେଲେ ଏସବୁ ଭିତରେ ଇଂଲଣ୍ଡ ବିଶ୍ୱକପ୍ ବିଜୟୀ କ୍ୟାପଟେନ୍ ଟିମ୍ ଇଣ୍ଡିଆକୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛନ୍ତି । ତେବେ ଖେଳାଯିବାକୁ ଥିବା ଟି-୨୦ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ସବୁଠୁ ମଜବୁତ୍ ଲାଗୁଛି । ଯେଉଁ ଟିମ୍ ପାଖରେ ବିଶ୍ୱସ୍ତରୀୟ ଖେଳାଳି ରହିଛନ୍ତି । ସେ କୌଣସି ବି ପରିସ୍ଥିତିରେ ବିରୋଧୀ ଟିମ୍କୁ ଚକ୍ମା ଦେଇପାରନ୍ତି । ଦଳ ପାଖରେ ବିରାଟ କୋହଲି, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବଙ୍କ ଦୁର୍ଦ୍ଦଶ ବ୍ୟାଟର ଥିବା ବୋଲି ବୋଲିଂ ବିଭାଗରେ ବୁମ୍ରାହ, ସିରାଜ, ଅର୍ଶଦୀପ ପରି ଅଭିଜ୍ଞ ବୋଲର ରହିଛନ୍ତି । ବାକି ଚହଲ ଏବଂ କୁଲଦୀପ ପରି ଶ୍ରେଷ୍ଠ ସ୍ପିନର ରହିଛନ୍ତି । ତେଣୁ ଅନ୍ୟ ଟିମ୍ ପାଇଁ ଘାତକ ସାଜିପାରନ୍ତି ଏହି ସବୁ ଖେଳାଳି । ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ-ରୋହିତ ଶର୍ମା ( ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା ( ଉପ-ଅଧିନାୟକ), ଯଶସୀ ଜୈସଓ୍ୱାଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ଥ, ସଞ୍ଜୁ ସାମ୍ସନ୍, ଶିବମ୍ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, କୂଳଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ମହମ୍ମଦ ସି
ମୁମ୍ବାଇ ୨୮।୦୫ : ଆଉ ଦିନ କେଇଟା ପରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍ । ଏଥିପାଇଁ ସବୁ ଟିମ୍ ଏବେ ଓ୍ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ପହଞ୍ଚିବାକୁ ଲାଗିଲେଣି । ହେଲେ ଏସବୁ ଭିତରେ ଇଂଲଣ୍ଡ ବିଶ୍ୱକପ୍ ବିଜୟୀ କ୍ୟାପଟେନ୍ ଟିମ୍ ଇଣ୍ଡିଆକୁ ନେଇ ବଡ଼ ବୟାନ ଦେଇଛନ୍ତି ।
ସେ କହିଛନ୍ତି ଯେ, ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛନ୍ତି । ତେବେ ଖେଳାଯିବାକୁ ଥିବା ଟି-୨୦ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ସବୁଠୁ ମଜବୁତ୍ ଲାଗୁଛି । ଯେଉଁ ଟିମ୍ ପାଖରେ ବିଶ୍ୱସ୍ତରୀୟ ଖେଳାଳି ରହିଛନ୍ତି । ସେ କୌଣସି ବି ପରିସ୍ଥିତିରେ ବିରୋଧୀ ଟିମ୍କୁ ଚକ୍ମା ଦେଇପାରନ୍ତି । ଦଳ ପାଖରେ ବିରାଟ କୋହଲି, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବଙ୍କ ଦୁର୍ଦ୍ଦଶ ବ୍ୟାଟର ଥିବା ବୋଲି ବୋଲିଂ ବିଭାଗରେ ବୁମ୍ରାହ, ସିରାଜ, ଅର୍ଶଦୀପ ପରି ଅଭିଜ୍ଞ ବୋଲର ରହିଛନ୍ତି । ବାକି ଚହଲ ଏବଂ କୁଲଦୀପ ପରି ଶ୍ରେଷ୍ଠ ସ୍ପିନର ରହିଛନ୍ତି । ତେଣୁ ଅନ୍ୟ ଟିମ୍ ପାଇଁ ଘାତକ ସାଜିପାରନ୍ତି ଏହି ସବୁ ଖେଳାଳି ।
ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ-
ରୋହିତ ଶର୍ମା ( ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା ( ଉପ-ଅଧିନାୟକ), ଯଶସୀ ଜୈସଓ୍ୱାଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ଥ, ସଞ୍ଜୁ ସାମ୍ସନ୍, ଶିବମ୍ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, କୂଳଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ଜଶପ୍ରୀତ ବୁମ୍ରାହ ।
ରିଜର୍ଭ ଖେଳାଳି- ଶୁଭମନ୍ ଗିଲ୍, ରିଙ୍କୁ ସିଂହ, ଖଲିଲ ଅହମ୍ମଦ, ଆଭେସ ଖାନ୍
ସୂଚନାଯୋଗ୍ୟ ଯେ, ୨୦୨୪ ଜୁନ୍ ୧ ରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍ । ଚଳିତ ଥର ଆମେରିକା ଏବଂ ଓ୍ୱେଷ୍ଟଇଣ୍ଡିଜ୍ରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ଟି ଟିମ୍ କ୍ୱାଲିଫାଏ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଟି ଟିମ୍ ଟି-୨୦ ବିଶ୍ୱକପ୍ରେ ଏଣ୍ଟ୍ରି କରିବେ । ସେହିଠାରୁ ହିଁ ଆରମ୍ଭ ହେବ ସୁପର ୮ ଷ୍ଟେଜ୍ ମୁକାବିଲା । ଶେଷରେ ଜୁନ୍ ୨୯ରେ ଟି-୨୦ ବିଶ୍ୱକପ୍ ୨୦୨୪ର ଫାଇନାଲ ମୁକାବିଲା ଖେଳାଯିବ ।