ଇଏ ପ୍ରଧାନମନ୍ତ୍ରୀଙ୍କ ସହର ; ଯିଏ ଦେଶକୁ ଦେଇଛି ୭ପ୍ରଧାନମନ୍ତ୍ରୀ, ଏଠାରେ ରାଜନୈତିକ ଇତିହାସ ବେଶ୍ ସମୃଦ୍ଧ
ନୂଆଦିଲ୍ଲୀ 21/04 : ପ୍ରୟାଗରାଜ, ଏମିତି ଏକ ସହର ଯାହାର ରହିଛି ଗୌରବମୟ ଇତିହାସ। ବିକାଶଶୀଳ ବର୍ତ୍ତମାନ ଏବଂ ଅନେକ ଆଶା ସହ ଭବିଷ୍ୟତ। ଧର୍ମ ଏବଂ ମୂଲ୍ୟବୋଧ, ସାହିତ୍ୟ କିମ୍ବା ରାଜନୀତି କ୍ଷେତ୍ରରେ ଏହି ସହର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ପ୍ରୟାଗରାଜ ସହରକୁ ମଧ୍ୟ କୁହାଯାଏ ପ୍ରଧାନମନ୍ତ୍ରୀଙ୍କ ସହର। କୌତୁହଳର ବିଷୟ ହେଉଛି ଏହି ପ୍ରଧାନମନ୍ତ୍ରୀଙ୍କ ମଧ୍ୟରୁ ୭ଜଣଙ୍କର ପ୍ରୟାଗରାଜ ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସଂଯୋଗ ରହିଛି। ଗୁଲଜାରିଲାଲ ନନ୍ଦା, ଚନ୍ଦ୍ରଶେଖର ରାଓ, ଭି.ପି ସିଂ ଏଠାରୁ ଆରମ୍ଭ କରିଥିଲେ ରାଜନୀତି। ଆଉ ଏଟାରେ ଅନେକ ନେହେରୁଙ୍କ ଜନ୍ମ। ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହର ଭାବେ ପରିଚିତ ପ୍ରୟାଗରାଜକୁ ନେଇ ଖାସ୍ ଚର୍ଚ୍ଚା ହୁଏ । ଚଳିତ ଲୋକସଭା ନିର୍ବାଚନରେ ପୁଣି ଥରେ ଏହି ନଗରୀ ଚର୍ଚ୍ଚାକୁ ଆସିଛି। ଉତ୍ତରପ୍ରଦେଶର ସଙ୍ଗମ ନଗରୀ କୁହନ୍ତୁ ଅବା ସମଗ୍ର ପୂର୍ବାଞ୍ଚଳର ଅକ୍ସଫୋର୍ଡ ଭାବେ ପରିଚିତ ଆହ୍ଲାବାଦ। ଆଜିର ପ୍ରୟାଗରାଜର ରାଜନୈତିକ ଇତିହାସ ଅତ୍ୟନ୍ତ ସମୃଦ୍ଧ । ଦେଶକୁ ୭ ପ୍ରଧାନମନ୍ତ୍ରୀ ଦେଇଛି ଏହି ନଗରୀ । ଦେଶର ‘ପ୍ରଧାନମନ୍ତ୍ରୀଙ୍କ ସହର’ ଭାବେ ଏହା ପରିଚିତ । ଏହା ପଛର କାହାଣୀ ବେଶ ରୋଚକ । ଏହି ଜିଲ୍ଲାରେ ମୋଟ୍ ଦୁଇଟି ଲୋକସଭା ଆସନ ରହିଛି । ଗୋଟିଏ ପ୍ରୟାଗରାଜ ଓ ଅନ୍ୟଟି ଫୁଲପୁର । ଦୁଇଟିଯାକ ଆସନରୁ ଲୋକସଭା ନିର୍ବାଚନ ଜିତିଥିବା ମୋଟ୍ ୩ନେତା ଦେଶର ପ
ନୂଆଦିଲ୍ଲୀ 21/04 : ପ୍ରୟାଗରାଜ, ଏମିତି ଏକ ସହର ଯାହାର ରହିଛି ଗୌରବମୟ ଇତିହାସ। ବିକାଶଶୀଳ ବର୍ତ୍ତମାନ ଏବଂ ଅନେକ ଆଶା ସହ ଭବିଷ୍ୟତ। ଧର୍ମ ଏବଂ ମୂଲ୍ୟବୋଧ, ସାହିତ୍ୟ କିମ୍ବା ରାଜନୀତି କ୍ଷେତ୍ରରେ ଏହି ସହର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ପ୍ରୟାଗରାଜ ସହରକୁ ମଧ୍ୟ କୁହାଯାଏ ପ୍ରଧାନମନ୍ତ୍ରୀଙ୍କ ସହର। କୌତୁହଳର ବିଷୟ ହେଉଛି ଏହି ପ୍ରଧାନମନ୍ତ୍ରୀଙ୍କ ମଧ୍ୟରୁ ୭ଜଣଙ୍କର ପ୍ରୟାଗରାଜ ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସଂଯୋଗ ରହିଛି। ଗୁଲଜାରିଲାଲ ନନ୍ଦା, ଚନ୍ଦ୍ରଶେଖର ରାଓ, ଭି.ପି ସିଂ ଏଠାରୁ ଆରମ୍ଭ କରିଥିଲେ ରାଜନୀତି। ଆଉ ଏଟାରେ ଅନେକ ନେହେରୁଙ୍କ ଜନ୍ମ।

ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହର ଭାବେ ପରିଚିତ ପ୍ରୟାଗରାଜକୁ ନେଇ ଖାସ୍ ଚର୍ଚ୍ଚା ହୁଏ । ଚଳିତ ଲୋକସଭା ନିର୍ବାଚନରେ ପୁଣି ଥରେ ଏହି ନଗରୀ ଚର୍ଚ୍ଚାକୁ ଆସିଛି। ଉତ୍ତରପ୍ରଦେଶର ସଙ୍ଗମ ନଗରୀ କୁହନ୍ତୁ ଅବା ସମଗ୍ର ପୂର୍ବାଞ୍ଚଳର ଅକ୍ସଫୋର୍ଡ ଭାବେ ପରିଚିତ ଆହ୍ଲାବାଦ। ଆଜିର ପ୍ରୟାଗରାଜର ରାଜନୈତିକ ଇତିହାସ ଅତ୍ୟନ୍ତ ସମୃଦ୍ଧ । ଦେଶକୁ ୭ ପ୍ରଧାନମନ୍ତ୍ରୀ ଦେଇଛି ଏହି ନଗରୀ । ଦେଶର ‘ପ୍ରଧାନମନ୍ତ୍ରୀଙ୍କ ସହର’ ଭାବେ ଏହା ପରିଚିତ । ଏହା ପଛର କାହାଣୀ ବେଶ ରୋଚକ ।

ଏହି ଜିଲ୍ଲାରେ ମୋଟ୍ ଦୁଇଟି ଲୋକସଭା ଆସନ ରହିଛି । ଗୋଟିଏ ପ୍ରୟାଗରାଜ ଓ ଅନ୍ୟଟି ଫୁଲପୁର । ଦୁଇଟିଯାକ ଆସନରୁ ଲୋକସଭା ନିର୍ବାଚନ ଜିତିଥିବା ମୋଟ୍ ୩ନେତା ଦେଶର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ । ସର୍ବପ୍ରଥମେ ପଣ୍ଡିତ ଜବାହରଲାଲ ନେହରୁଙ୍କ ନାଁ ଆସେ । ଦେଶର ୨ୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ । ସେ 1957 ଓ 1962ରେ ଆହ୍ଲାବାଦ୍ ରୁ ଲୋକସଭା ନିର୍ବାଚନ ଲଢ଼ି 2ଥର ସାଂସଦ ବି ହୋଇଛନ୍ତି। ୩ୟରେ ବିଶ୍ୱନାଥ ପ୍ରତାପ ସିଂହ । ଗଙ୍ଗା-ଯମୁନା-ସରସ୍ୱତୀର ସଙ୍ଗମ ପାଇଁ ପ୍ରସିଦ୍ଧ ପ୍ରୟାଗରାଜ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଓ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଜନ୍ମସ୍ଥାନ । ରାଜୀବ ଗାନ୍ଧି ମଧ୍ୟ ଏଠାରେ ବଢ଼ିଥିଲେ, ଯଦିଓ ତାଙ୍କୁ ଜନ୍ମ ମୁମ୍ବାଇରେ ହୋଇଥିଲା। ଯିଏକି ପରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ।

ଦେଶର ୮ମ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ଜନ୍ମ ହୋଇଥିଲା ଆହ୍ଲାବାଦରେ। ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ଉପାଧ୍ୟକ୍ଷ ଥିଲେ । ଚନ୍ଦ୍ରଶେଖର ଓ ଗୁଲଜାରି ଲାଲ ନନ୍ଦା ମଧ୍ୟ ଏଠାରେ ଅଧ୍ୟୟନ କରିଥିଲେ । ଦୁହେଁ ଦେଶର ପ୍ରଧାନମନ୍ତ୍ରୀ ପଦ ମଣ୍ଡନ କରିଥିଲେ । ଚନ୍ଦ୍ରଶେଖର ରାଜନୀତିର ପ୍ରଥମ ପାଠ ଏହି ସହରରେ ପଢ଼ିଥିଲେ । ଗୁଲଜାରି ଦୁଇ ଥର ଦେଶର କାର୍ଯ୍ୟବାହକ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ । ପ୍ରୟାଗରାଜ ଲୋକସଭା ଆସନରୁ ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ ପ୍ରଥମ ଥର ନିର୍ବାଚନ ଲଢ଼ି ସାଂସଦ ହୋଇଥିଲେ । ସେହିପରି ସମାଜବାଦୀ ନେତା ଜନେଶ୍ୱର ମିଶ୍ର ଓ ବିଜେପିର ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ ମଧ୍ୟ ଏଠାରୁ ସାଂସଦ ଥିଲେ । ଆହ୍ଲାବାଦ ଲୋକସଭା ଆସନରେ ବିଜେପି ଲଗାତାର ଜିତିଛି । ବର୍ତ୍ତମାନ ଏଠାରେ ସାଂସଦ ଅଛନ୍ତି ରୀତା ବହୁଗୁଣା ଯୋଶୀ ।
ଖାସ୍ କଥା ହେଉଛି ୨୦୧୪ ମସିହା ନିର୍ବାଚନରେ ସମାଜବାଦୀ ପାର୍ଟିର ପୂର୍ବ ସାଂସଦ ଶ୍ୟାମାଚରଣ ଗୁପ୍ତା ବିଜେପିରେ ସାମିଲ ହୋଇ ନିର୍ବାଚନ ଲଢ଼ିଥିଲେ । ସେ ସମାଜବାଦୀ ପାର୍ଟିର କୁଅଁର ରେବତୀ ରମଣ ସିଂହଙ୍କୁ ହରାଇଥିଲେ। ଏହାପରେ ୨୦୧୯ ନିର୍ବାଚନରେ କଂଗ୍ରେସ ନେତା ରୀତା ବହୁଗୁଣା ଯୋଶୀ ବିଜେପିରେ ସାମିଲ ହୋଇ ବିଜେପି ଟିକଟରେ ଏଠାରୁ ଜିତି ଲୋକସଭା ସାଂସଦ ହେଲେ। ଏଥର ଆଇଏନ୍ଡି ଗଠବନ୍ଧନରୁ ଉଜ୍ଜ୍ୱଳ ରମଣ ସିଂହ ମୈଦାନକୁ ଓହ୍ଲାଇଛନ୍ତି । ସେ ସପା ଛାଡ଼ି କଂଗ୍ରେସରେ ମିଶିଛନ୍ତି ଏବଂ କଂଗ୍ରେସ ଟିକଟରେ ନିର୍ବାଚନ ଲଢୁଛନ୍ତି । ପ୍ରୟାଗର ଆହ୍ଲାବାଦ ସଂସଦୀୟ ଆସନରେ ବିଜେପି ପୂର୍ବତନ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ପୁଅ ନୀରଜ ତ୍ରିପାଠୀଙ୍କୁ ଟିକେଟ୍ ଦେଇଛି।
Also Read-
ମୈଦାନରେ ଚଳଚ୍ଚିତ୍ର ତାରକା; କାହାକୁ ମିଳୁଛି ଟିକେଟ୍ କାହାର କଟୁଛି…ଅନୁଭବ ଓ ଅରିନ୍ଦମଙ୍କୁ ମିଳିବ ତ ?