ଇକ୍ୟୁଏଡରେ ୬୦ ଦିନ ଏମର୍ଜେନ୍ସି ଘୋଷଣା, ହିଂସା ରୋକିବାକୁ ରାଷ୍ଟ୍ରପତିଙ୍କ ବଡ଼ ପଦକ୍ଷେପ
ନୂଆଦିଲ୍ଲୀ: ଇକ୍ୟୁଏଡର ସାତୋଟି ପ୍ରଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡାନିଏଲ ନୋବୋଆ। ରାଷ୍ଟ୍ରପତି ନୋବୋଆଙ୍କ ଅନୁଯାୟୀ, ୬୦ ଦିନ ପାଇଁ ଏମର୍ଜେନ୍ସି ଜାରି କରାଯାଇଛି। ଗୁଆଆସ୍, ଏଲ୍ ଓରୋ, ସାଣ୍ଟା ଏଲିନା, ମାନାବୀ, ସୁକମ୍ବିଓସ୍, ଓରେଲାନା ଏବଂ ଲସ୍ ରିଓସ୍ ପ୍ରଦେଶରେ ଲାଗୁ କରାଯାଇଛି। ସରକାର କହିଛନ୍ତି ଯେ ଏହି ନିଷ୍ପତ୍ତି କୋର୍ଟରେ ଦାଖଲ ହେବ। ଏହି ଜରୁରୀକାଳୀନ ପରିସ୍ଥିତିରେ ବିନା ଅନୁମତିରେ ସୁରକ୍ଷା ବାହିନୀ ଘରେ ଯେକୌଣସି ସ୍ଥାନରେ ପ୍ରବେଶ କରିପାରିବେ ବୋଲି ନୋବୋଆ କହିଛନ୍ତି।କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜୋସେ ଆଡଲଫୋ ମାକିଆସ୍ ଆଲିଆସ୍ "ଫିଟୋ" ପାଇଁ ଜାନୁଆରୀରେ ରାଷ୍ଟ୍ରପତି ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିଥିଲେ। ଏହି ଜରୁରୀକାଳୀନ ପରିସ୍ଥିତି ଏପ୍ରିଲରେ ଶେଷ ହୋଇଥିଲା।ଇକ୍ୟୁଏଡର୍ ଦେଇ କଲମ୍ବିଆ ଓ ପେରୁରୁ ଡ୍ରଗ୍ସ ଚାଲାଣ ଯୋଗୁଁ ହିଂସା ଘଟିଥିବା କହିଛନ୍ତି ନୋବୋଆ। ପୂର୍ବରୁ ଜାରି ହୋଇଥିବା ଏମର୍ଜେନ୍ସିରେ ୫ ହଜାରରୁ ଉର୍ଦ୍ଧ୍ୱ ଅପରାଧୀଙ୍କୁ ଗିରଫ କରାଯାଇଛି।
ନୂଆଦିଲ୍ଲୀ: ଇକ୍ୟୁଏଡର ସାତୋଟି ପ୍ରଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡାନିଏଲ ନୋବୋଆ। ରାଷ୍ଟ୍ରପତି ନୋବୋଆଙ୍କ ଅନୁଯାୟୀ, ୬୦ ଦିନ ପାଇଁ ଏମର୍ଜେନ୍ସି ଜାରି କରାଯାଇଛି। ଗୁଆଆସ୍, ଏଲ୍ ଓରୋ, ସାଣ୍ଟା ଏଲିନା, ମାନାବୀ, ସୁକମ୍ବିଓସ୍, ଓରେଲାନା ଏବଂ ଲସ୍ ରିଓସ୍ ପ୍ରଦେଶରେ ଲାଗୁ କରାଯାଇଛି।
ସରକାର କହିଛନ୍ତି ଯେ ଏହି ନିଷ୍ପତ୍ତି କୋର୍ଟରେ ଦାଖଲ ହେବ। ଏହି ଜରୁରୀକାଳୀନ ପରିସ୍ଥିତିରେ ବିନା ଅନୁମତିରେ ସୁରକ୍ଷା ବାହିନୀ ଘରେ ଯେକୌଣସି ସ୍ଥାନରେ ପ୍ରବେଶ କରିପାରିବେ ବୋଲି ନୋବୋଆ କହିଛନ୍ତି।
କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜୋସେ ଆଡଲଫୋ ମାକିଆସ୍ ଆଲିଆସ୍ "ଫିଟୋ" ପାଇଁ ଜାନୁଆରୀରେ ରାଷ୍ଟ୍ରପତି ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିଥିଲେ। ଏହି ଜରୁରୀକାଳୀନ ପରିସ୍ଥିତି ଏପ୍ରିଲରେ ଶେଷ ହୋଇଥିଲା।
ଇକ୍ୟୁଏଡର୍ ଦେଇ କଲମ୍ବିଆ ଓ ପେରୁରୁ ଡ୍ରଗ୍ସ ଚାଲାଣ ଯୋଗୁଁ ହିଂସା ଘଟିଥିବା କହିଛନ୍ତି ନୋବୋଆ। ପୂର୍ବରୁ ଜାରି ହୋଇଥିବା ଏମର୍ଜେନ୍ସିରେ ୫ ହଜାରରୁ ଉର୍ଦ୍ଧ୍ୱ ଅପରାଧୀଙ୍କୁ ଗିରଫ କରାଯାଇଛି।