MGNREGA ରେ ପ୍ରଥମ ଥର ମଜୁରିରେ ମିଳିବ ଚାଉଳ! ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା

ନୂଆଦିଲ୍ଲୀ ୨୮।୬: ଖୁବ୍ ଶୀଘ୍ର ଆସିବ କେନ୍ଦ୍ର ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ୍। ତେବେ ଏହା ପୂର୍ବରୁ ବିଭିନ୍ନ ଶ୍ରମିକ ସଙ୍ଗଠନ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି (ଏମଜିଏନଆରଇଜିଏ)ରେ ନ୍ୟୁନତମ ବେତନ ଓ କାମ ଦିନ ସଂଖ୍ୟା ବୃଦ୍ଧି କରିବାକୁ ଦାବି କରୁଛନ୍ତି। ଶ୍ରମ ସଙ୍ଗଠନମାନେ ନିଜ ଦାବି ସମ୍ପର୍କରେ ସରକାରଙ୍କୁ ଆବଗତ ମଧ୍ୟ କରାଇଛନ୍ତି, କିନ୍ତୁ ପ୍ରଥମ ଥର ଶ୍ରମିକଙ୍କ ମଜୁରିର ଏକ ଅଂଶରେ ଟଙ୍କା ବଦଳେ ଚାଉଳ ଦେବାକୁ ଯୋଜନା ହେଉଛି। ନିକଟରେ ‘ମିଣ୍ଟ’ରେ ପ୍ରକାଶିତ ଏକ ରିପୋର୍ଟରେ ଯୋଜନା ସମ୍ପର୍କିତ ୨ ଅଧିକାରୀଙ୍କ ସୂତ୍ରରୁ ଏହି ସୂଚନା ମିଳିଛି। ଆଂଶିକ ପୈଠ ରୂପେ ଚାଉଳ ଦେଇ ପାରନ୍ତି ସରକାରରିପୋର୍ଟ ଅନୁସାରେ ବୃଦ୍ଧିପାଉଥିବା ଶଶ୍ୟ ଭଣ୍ଡାର ଓ ଗ୍ରାମୀଣ ସଂକଟ କାରଣରୁ ସରକାର ଶ୍ରମିକଙ୍କୁ ଆଂଶିକ ପୈଠ ରୂପେ ଚାଉଳ ଦେଇ ପାରନ୍ତି। ଅଧିକାରୀଙ୍କ ଅନୁସାରେ ଖାଉଟି ବ୍ୟାପାର ମନ୍ତ୍ରାଳୟ ଅନୁସାରେ ଖାଦ୍ୟ ବିଭାଗ ଗ୍ରାମ୍ୟ ବିକାଶ ମନ୍ତ୍ରାଳୟଙ୍କୁ ପାରିଶ୍ରମିକର ଆଂଶିକ ପୈଠ ରୂପେ ଅତିରିକ୍ତ ଚାଉଳ ଦେବା ପାଇଁ ବିଚାର କରିବାକୁ ଅନୁରୋଧ କରିଛି। ଏ ବାବଦେ ଗ୍ରାମ୍ୟ ବିକାଶ ମନ୍ତ୍ରାଳୟକୁ ପଠାଯାଇଥିବା ପ୍ରସ୍ତାବ ଉପରେ ଏବେ ଚର୍ଚ୍ଚା  ହେଉଛି ଓ ସରକାର ଏ ପର୍ଯ୍ୟନ୍ତ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ବଢୁଥିବା ଚାଉଳ ଷ୍ଟକ୍ ଲିମିଟକୁ ନେଇ ହେଉଛି ଏପରି ବିଚାର  ଉଲ୍ଲେଖୋଯୋଗ୍ୟ ଯେ କେନ୍ଦ୍ର

MGNREGA ରେ ପ୍ରଥମ ଥର ମଜୁରିରେ ମିଳିବ ଚାଉଳ! ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା

ନୂଆଦିଲ୍ଲୀ ୨୮।୬: ଖୁବ୍ ଶୀଘ୍ର ଆସିବ କେନ୍ଦ୍ର ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ୍। ତେବେ ଏହା ପୂର୍ବରୁ ବିଭିନ୍ନ ଶ୍ରମିକ ସଙ୍ଗଠନ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି (ଏମଜିଏନଆରଇଜିଏ)ରେ ନ୍ୟୁନତମ ବେତନ ଓ କାମ ଦିନ ସଂଖ୍ୟା ବୃଦ୍ଧି କରିବାକୁ ଦାବି କରୁଛନ୍ତି। ଶ୍ରମ ସଙ୍ଗଠନମାନେ ନିଜ ଦାବି ସମ୍ପର୍କରେ ସରକାରଙ୍କୁ ଆବଗତ ମଧ୍ୟ କରାଇଛନ୍ତି, କିନ୍ତୁ ପ୍ରଥମ ଥର ଶ୍ରମିକଙ୍କ ମଜୁରିର ଏକ ଅଂଶରେ ଟଙ୍କା ବଦଳେ ଚାଉଳ ଦେବାକୁ ଯୋଜନା ହେଉଛି। ନିକଟରେ ‘ମିଣ୍ଟ’ରେ ପ୍ରକାଶିତ ଏକ ରିପୋର୍ଟରେ ଯୋଜନା ସମ୍ପର୍କିତ ୨ ଅଧିକାରୀଙ୍କ ସୂତ୍ରରୁ ଏହି ସୂଚନା ମିଳିଛି। 

ଆଂଶିକ ପୈଠ ରୂପେ ଚାଉଳ ଦେଇ ପାରନ୍ତି ସରକାର
ରିପୋର୍ଟ ଅନୁସାରେ ବୃଦ୍ଧିପାଉଥିବା ଶଶ୍ୟ ଭଣ୍ଡାର ଓ ଗ୍ରାମୀଣ ସଂକଟ କାରଣରୁ ସରକାର ଶ୍ରମିକଙ୍କୁ ଆଂଶିକ ପୈଠ ରୂପେ ଚାଉଳ ଦେଇ ପାରନ୍ତି। ଅଧିକାରୀଙ୍କ ଅନୁସାରେ ଖାଉଟି ବ୍ୟାପାର ମନ୍ତ୍ରାଳୟ ଅନୁସାରେ ଖାଦ୍ୟ ବିଭାଗ ଗ୍ରାମ୍ୟ ବିକାଶ ମନ୍ତ୍ରାଳୟଙ୍କୁ ପାରିଶ୍ରମିକର ଆଂଶିକ ପୈଠ ରୂପେ ଅତିରିକ୍ତ ଚାଉଳ ଦେବା ପାଇଁ ବିଚାର କରିବାକୁ ଅନୁରୋଧ କରିଛି। ଏ ବାବଦେ ଗ୍ରାମ୍ୟ ବିକାଶ ମନ୍ତ୍ରାଳୟକୁ ପଠାଯାଇଥିବା ପ୍ରସ୍ତାବ ଉପରେ ଏବେ ଚର୍ଚ୍ଚା  ହେଉଛି ଓ ସରକାର ଏ ପର୍ଯ୍ୟନ୍ତ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। 

ବଢୁଥିବା ଚାଉଳ ଷ୍ଟକ୍ ଲିମିଟକୁ ନେଇ ହେଉଛି ଏପରି ବିଚାର 
 ଉଲ୍ଲେଖୋଯୋଗ୍ୟ ଯେ କେନ୍ଦ୍ର ସରକାର ଗତ ବର୍ଷ ମୂଲ୍ୟ ନିୟନ୍ତ୍ରଣ ଲାଗି ଓ ଚାଉଳର ଘରୋଇ ଉପଲବ୍ଧତା ବଢାଇବା ନିମନ୍ତେ ଅନେକ କଠୋର ପଦକ୍ଷେପ ନେଇଥିଲେ। ଏଥିରେ ଗତ ଜୁଲାଇରେ ଅଣ ବାସୁମତୀ ଚାଉଳ ରପ୍ତାନୀ ଉପରେ କଟକଣା, ଉଷୁନା ଚାଉଳ ଉପରେ ୨୦ ପ୍ରତିଶତ ରପ୍ତାନୀ ଶୁଳ୍କ ଓ ଅଗଷ୍ଟରେ ବାସୁମତୀ ଚାଉଳ ରପ୍ତାନୀ ଉପରେ ନ୍ୟୁନତମ ମୂଲ୍ୟ ସ୍ଥିର କରିଥିଲେ। ଏହି ସବୁ ପଦକ୍ଷେପ ଯୋଗୁ ଏବେ ସରକାରଙ୍କ ନିକଟରେ ଚାଉଳ ଷ୍ଟକ୍ ବଢି ୧୪ ମିଲିୟନ ଟନକୁ ପହଞ୍ଚି ଯାଇଛି। ଏଣୁ ଏବେ ଚାଉଳର ରକ୍ଷଣାବେକ୍ଷଣା ବ୍ୟୟ ମଧ୍ୟ ବଢି ଯାଇଛି। 

ଅଧିକାରୀ କହିଛନ୍ତି ଯେ ମନରେଗାରେ କାମ ବଦଳେ ଖାଦ୍ୟ ଦେବା ବିକଳ୍ପ ଉପରେ ବିଚାର କରାଯାଉଛି। ଯାହା ଦ୍ୱାରା ଚାଉଳର ବୃଦ୍ଧି ହେଉଥିବା ଷ୍ଟକ୍‌ କୁ ମଧ୍ୟ ନିୟନ୍ତ୍ରିତ କରାଯାଇ ପାରିବ। ଅଧିକାରୀ କହିଛନ୍ତି ଯେ ଆମେ ଚାଉଳକୁ ମନରେଗା ଶ୍ରମିକଙ୍କୁ ସେମାନଙ୍କ ବେତନର ଏକ ଅଂଶ ସ୍ୱରୂପ ଦେଇ ପାରିବା। ଯଦି ସେମାନେ ସପ୍ତାହକୁ ୭ ଦିନ କାମ କରୁଛନ୍ତି ସେମାନଙ୍କୁ କିଛି ଦିନ ନିମନ୍ତେ ମଜୁରି ରୂପେ ଚାଉଳ ଦିଆଯାଇପାରେ। ତେବେ ଏହା ଉପରେ ଏବେ ନିଷ୍ପତ୍ତି ନେବା ବାକି ଅଛି।

ପିଏମଜିକେୱାଇରେ ମଧ୍ୟ ମିଳୁଛି ଚାଉଳ

 ସରକାର ଏବେ ବିକଳ୍ପ ସନ୍ଧାନ କରୁଛନ୍ତି। କାରଣ ଯେଉଁ ଶ୍ରମିକମାନଙ୍କୁ ମନରେଗା ମଜୁରିରେ ଚାଉଳ ଦେବାକୁ ଯୋଜନା କରାଯାଉଛି ସେମାନେ ପୂର୍ବରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା(ପିଏମଜିକେୱାଇ)ର ହିତାଧିକାରୀ ମଧ୍ୟ। ଏଣୁ ଗୋଟିଏ ପଟେ ସେମାନଙ୍କୁ ମୁଣ୍ଡ ପିଛା ନିଶୁଳ୍କ ଚାଉଳ ମିଳୁଥିବା ବେଳେ ମନରେଗା ଯୋଜନାକୁ ଖାଦ୍ୟ ପାଇଁ କାମ ଯୋଜନାରେ ପରିଣତ କରାଯିବା ଖୋଲା ବଜାର ବିକ୍ରୟ ଯୋଜନା (ଓଏମଏସଏସ)କୁ ପ୍ରଭାବିତ କରିବନିତ? ତେବେ ସରକାର ମନରେଗା ମଜୁରି ବାବଦେ ନିଷ୍ପତ୍ତି ନେବା ପରେ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।