ନିୟନ୍ତ୍ରଣ ରେଖାରେ ଯୁଦ୍ଧ ସ୍ଥିତି; ସୀମାରେ ଚୀନ୍ ନିର୍ମିତ ହାଓ୍ଵିଟଜର ମୁତୟନ କଲା ପାକିସ୍ତାନ
ନୂଆଦିଲ୍ଲୀ: ପହଲଗାମ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଦେଶରେ ସବୁଠି କ୍ରୋଧର ବହ୍ନି ଜଳୁଛି । ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଏପଟେ କେନ୍ଦ୍ର ସରକାର ମଧ୍ୟ ରୁଦ୍ଧ ଦ୍ବାର ବୈଠକ କରୁଛନ୍ତି । ପଡ଼ୋଶୀକୁ ପାନେ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସରକାର । ସେପଟେ ଭୟରେ ଥରହର ହେଲାଣି ଭାରତ ଠାରୁ ତିନି ଥର ଯୁଦ୍ଧରେ ହାରିଥିବା ପାକିସ୍ତାନ । ୨୪ରୁ ୩୬ ମଧ୍ୟରେ ମୋଦି ସରକାର ସୈନ୍ୟ କାର୍ଯ୍ୟାନୁଷ୍ଠାନ ନେଇ ପାରନ୍ତି ବୋଲି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଦାବି କରିଛି । ଭୟରେ ପାକିସ୍ତାନ ସୀମାରେ ନିଜର ସୈନ୍ୟ ଶକ୍ତି ବୃଦ୍ଧି କରିଛି । ସୂଚନା ଅନୁଯାୟୀ, ପାକିସ୍ତାନ ସେନା ଚୀନରୁ ଆମଦାନୀ କରିଥିବା SH-15 ୧୫୫ ମିମି ସେଲଫ-ପ୍ରୋପେଲ୍ଡ ହାଓ୍ଵିଟଜରକୁ ନିୟନ୍ତ୍ରଣ ରେଖା ନିକଟରେ ମୁତୟନ କରିଛି । ଏହି ଆର୍ଟିଲାରୀ ଗନ୍ଗୁଡ଼ିକ LoC ଠାରୁ ମାତ୍ର ୮୦ କିମି ଦୂରରେ ରହିଥିବା ଦେଖାଯାଇଛି । ଏହା ସହିତ, ପାକିସ୍ତାନ ବାୟୁସେନା ଫିଜା-ଏ-ବଦ୍ର, ଲାଲକାର-ଏ-ମୋମିନ ଓ ଜର୍ବ-ଏ-ହୈଦାରୀ ଭଳି ସମରାଭ୍ୟାସ ଆରମ୍ଭ କରିଛି, ଯେଉଁଥିରେ F-16, J-10 ଓ JF-17 ଯୁଦ୍ଧବିମାନ ସାମିଲ ହୋଇଛନ୍ତି ।ଅନ୍ୟପକ୍ଷରେ, ଭାରତ ମଧ୍ୟ ଏହି ପହଲଗାମ ହମଲାକୁ କଡା ଜବାବ ଦେବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁରକ୍ଷା ବାହିନୀଙ୍କୁ "ସମ୍ପୂର୍ଣ୍ଣ ଅପରେଶନାଲ ସ୍
ନୂଆଦିଲ୍ଲୀ: ପହଲଗାମ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଦେଶରେ ସବୁଠି କ୍ରୋଧର ବହ୍ନି ଜଳୁଛି । ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଏପଟେ କେନ୍ଦ୍ର ସରକାର ମଧ୍ୟ ରୁଦ୍ଧ ଦ୍ବାର ବୈଠକ କରୁଛନ୍ତି । ପଡ଼ୋଶୀକୁ ପାନେ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସରକାର । ସେପଟେ ଭୟରେ ଥରହର ହେଲାଣି ଭାରତ ଠାରୁ ତିନି ଥର ଯୁଦ୍ଧରେ ହାରିଥିବା ପାକିସ୍ତାନ । ୨୪ରୁ ୩୬ ମଧ୍ୟରେ ମୋଦି ସରକାର ସୈନ୍ୟ କାର୍ଯ୍ୟାନୁଷ୍ଠାନ ନେଇ ପାରନ୍ତି ବୋଲି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଦାବି କରିଛି ।
ଭୟରେ ପାକିସ୍ତାନ ସୀମାରେ ନିଜର ସୈନ୍ୟ ଶକ୍ତି ବୃଦ୍ଧି କରିଛି । ସୂଚନା ଅନୁଯାୟୀ, ପାକିସ୍ତାନ ସେନା ଚୀନରୁ ଆମଦାନୀ କରିଥିବା SH-15 ୧୫୫ ମିମି ସେଲଫ-ପ୍ରୋପେଲ୍ଡ ହାଓ୍ଵିଟଜରକୁ ନିୟନ୍ତ୍ରଣ ରେଖା ନିକଟରେ ମୁତୟନ କରିଛି । ଏହି ଆର୍ଟିଲାରୀ ଗନ୍ଗୁଡ଼ିକ LoC ଠାରୁ ମାତ୍ର ୮୦ କିମି ଦୂରରେ ରହିଥିବା ଦେଖାଯାଇଛି । ଏହା ସହିତ, ପାକିସ୍ତାନ ବାୟୁସେନା ଫିଜା-ଏ-ବଦ୍ର, ଲାଲକାର-ଏ-ମୋମିନ ଓ ଜର୍ବ-ଏ-ହୈଦାରୀ ଭଳି ସମରାଭ୍ୟାସ ଆରମ୍ଭ କରିଛି, ଯେଉଁଥିରେ F-16, J-10 ଓ JF-17 ଯୁଦ୍ଧବିମାନ ସାମିଲ ହୋଇଛନ୍ତି ।
ଅନ୍ୟପକ୍ଷରେ, ଭାରତ ମଧ୍ୟ ଏହି ପହଲଗାମ ହମଲାକୁ କଡା ଜବାବ ଦେବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁରକ୍ଷା ବାହିନୀଙ୍କୁ "ସମ୍ପୂର୍ଣ୍ଣ ଅପରେଶନାଲ ସ୍ୱାଧୀନତା" ଦେଇଛନ୍ତି । ଏପଟେ ଭାରତୀୟ ନୌସେନା ମଧ୍ୟ ଆରବ ସାଗରରେ ବ୍ୟାପକ ସମରାଭ୍ୟାସ ଆରମ୍ଭ କରିଛି । ଏହା ପୂର୍ବରୁ ଭାରତ ସରକାର କୂଟନୈତିକ ସ୍ତରରେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଛନ୍ତି, ସେହିପରି ଅଟାରୀ-ୱାଘା ସୀମାକୁ ବନ୍ଦ କରାଯାଇଛି ଏବଂ ପାକିସ୍ତାନୀ ନାଗରିକଙ୍କୁ ଶୀଘ୍ର ଭାରତ ଛାଡ଼ିବାକୁ କୁହାଯାଇଛି ।