ଇଚ୍ଛାଶକ୍ତି ଆଗରେ ହାର୍ ମାନେ ବୟସ; ଭାଇରାଲ୍ ହେଉଛି ବୃଦ୍ଧ ଦମ୍ପତିଙ୍କ ଦାଣ୍ଡିଆ ନାଚ
ଏହି ବୃଦ୍ଧ ଦମ୍ପତିଙ୍କ ଦାଣ୍ଡିଆ ନାଚ ଆଗରେ ଯୁବକ-ଯୁବତୀଙ୍କ ନାଚ ବି ଫିକା ପଡ଼ିଯାଇଛି। ପୂରା ମୈଦାନ ଉପରେ ହିଁ ଏମାନେ ନାଚିଥିଲେ ଆଉ ଅନ୍ୟମାନେ ଖାଲି ଭିଡିଓ ଓ ଫଟୋ ଶୁଟ୍ କରିଥିଲେ।
କଥାରେ ଅଛି- ଯଦି ଇଚ୍ଛାଶକ୍ତି ଥିବ ବା ଆଗ୍ରହ ଥିବ, ତେବେ ବୟସ କେବେ ହେଲେ ବାଧକ ସାଜି ପାରିବ ନାହିଁ। ବୟସ କେବଳ ମାତ୍ର ଏକ ସଂଖ୍ୟା, ଏହା ପ୍ରତିବନ୍ଧକ ନୁହେଁ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଗୁଜରାଟର ଏକ ବୃଦ୍ଧ ଦମ୍ପତି।
ମହାମାୟାଙ୍କ ନବରାତ୍ର ଅବସରରେ ପାରମ୍ପରିକ ଦାଣ୍ଡିଆ ନାଚି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଏହି ବୃଦ୍ଧ ଦମ୍ପତିଙ୍କ ଗରବା ନାଚ ଆଗରେ ଯୁବକ-ଯୁବତୀଙ୍କ ନାଚ ବି ଫିକା ପଡ଼ିଯାଇଛି। ପୂରା ମୈଦାନ ଉପରେ ହିଁ ଏମାନେ ନାଚିଥିଲେ ଆଉ ଅନ୍ୟମାନେ ଖାଲି ଭିଡିଓ ଓ ଫଟୋ ଶୁଟ୍ କରିଥିଲେ।
ଦେଖଣାହାରି କିଛି ସମୟ ଅଟକି ସେମାନଙ୍କ ଜୋଶକୁ ଦେଖିଥିଲେ। ଆଉ ପ୍ରେରଣା ସାଉଁଟିଥିଲେ। ବୟସର ଅପରାହ୍ନରେ କିପରି ଜୀବନର ମଜା ନେଇ ହୁଏ, ତାହା ଶିଖିଥିଲେ। ଏହି ସମୟର ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଅନେକ ଦମ୍ପତିଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି।
ପ୍ରକାଶ ଥାଉକି, ନବରାତ୍ରରେ ଦାଣ୍ଡିଆ ନାଚ ଗୁଜରାଟର ଏକ ପ୍ରସିଦ୍ଧ ପରମ୍ପରା। ପ୍ରତିବର୍ଷ ମହିଳା, ପୁରୁଷ ଏବଂ ଛୋଟ ପିଲାମାନେ ଏକ ଖୋଲା ସ୍ଥାନରେ ଏକତ୍ରିତ ହୋଇ ଗରବା ନାଚିଥାନ୍ତି।