ଇଜିପ୍ଟରେ ଭ୍ୟାକେସନ୍ ମନାଉଛନ୍ତି ବଲିଉଡ ‘ଦବଙ୍ଗ ଗାର୍ଲ’ ସୋନାକ୍ଷୀ ସିହ୍ନା, ଭାଇରାଲ ହେଉଛି ଫଟୋ

ବଲିଉଡର ‘ଦବଙ୍ଗ ଗାର୍ଲ’ ସୋନାକ୍ଷୀ ସିହ୍ନା ଆଜିକାଲି ଇଜିପ୍ଟରେ ଛୁଟିଦିନ ମନାଉଛନ୍ତି । ଯାହାର ସୁନ୍ଦର ଫଟୋ ସେ ବର୍ତ୍ତମାନ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆଜିକାଲି, ସୋନାକ୍ଷୀ ବ୍ୟସ୍ତବହୁଳ ଜୀବନଠାରୁ ଦୂରରେ ଇଜିପ୍ଟରେ ଆରାମଦାୟକ ମୁହୂର୍ତ୍ତ ବିତାଉଛନ୍ତି । ଅଭିନେତ୍ରୀ ବର୍ତ୍ତମାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ନ୍ୟୁ ୟିଅର ଭ୍ୟାକେସନ୍ ଫଟୋ ସେୟାର କରିଛନ୍ତି । ଏହି ଫଟୋଗୁଡ଼ିକରେ ଅଭିନେତ୍ରୀ ପିରାମିଡ୍ ସାମ୍ନାରେ ଠିଆ ହୋଇ ପୋଜ୍ ଦେଇଥିବାର ନଜର ଆସିଛନ୍ତି । […] The post ଇଜିପ୍ଟରେ ଭ୍ୟାକେସନ୍ ମନାଉଛନ୍ତି ବଲିଉଡ ‘ଦବଙ୍ଗ ଗାର୍ଲ’ ସୋନାକ୍ଷୀ ସିହ୍ନା, ଭାଇରାଲ ହେଉଛି ଫଟୋ appeared first on KNews Odisha.

ଇଜିପ୍ଟରେ ଭ୍ୟାକେସନ୍ ମନାଉଛନ୍ତି ବଲିଉଡ ‘ଦବଙ୍ଗ ଗାର୍ଲ’ ସୋନାକ୍ଷୀ ସିହ୍ନା, ଭାଇରାଲ ହେଉଛି ଫଟୋ

ବଲିଉଡର ‘ଦବଙ୍ଗ ଗାର୍ଲ’ ସୋନାକ୍ଷୀ ସିହ୍ନା ଆଜିକାଲି ଇଜିପ୍ଟରେ ଛୁଟିଦିନ ମନାଉଛନ୍ତି । ଯାହାର ସୁନ୍ଦର ଫଟୋ ସେ ବର୍ତ୍ତମାନ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆଜିକାଲି, ସୋନାକ୍ଷୀ ବ୍ୟସ୍ତବହୁଳ ଜୀବନଠାରୁ ଦୂରରେ ଇଜିପ୍ଟରେ ଆରାମଦାୟକ ମୁହୂର୍ତ୍ତ ବିତାଉଛନ୍ତି । ଅଭିନେତ୍ରୀ ବର୍ତ୍ତମାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ନ୍ୟୁ ୟିଅର ଭ୍ୟାକେସନ୍ ଫଟୋ ସେୟାର କରିଛନ୍ତି । ଏହି ଫଟୋଗୁଡ଼ିକରେ ଅଭିନେତ୍ରୀ ପିରାମିଡ୍ ସାମ୍ନାରେ ଠିଆ ହୋଇ ପୋଜ୍ ଦେଇଥିବାର ନଜର ଆସିଛନ୍ତି । ସୋନାକ୍ଷୀ ସିହ୍ନାଙ୍କ ଦବଙ୍ଗ ଲୁକ୍ ପୁଣି ଥରେ ଫଟୋରେ ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Sonakshi Sinha (@aslisona)

ଏହି ଫଟୋଗୁଡ଼ିକରେ ସୋନାକ୍ଷୀ ସିହ୍ନା ଏକ ଡାର୍କ ସବୁଜ ରଙ୍ଗର କୋ-ଅର୍ଡ ସେଟ୍ ପିନ୍ଧିଥିବାର ନଜର ଆସିଛନ୍ତି । ସୋନାକ୍ଷୀ ସିହ୍ନା ଏକ କଳା ଲମ୍ବା କୋଟ ପିନ୍ଧି ଏବଂ କେଶରେ ପନିଟେଲ କରି ନିଜର ଲୁକ୍ କମ୍ପ୍ଲିଟ କରିଛନ୍ତି । କିଛି ଫଟୋରେ ଅଭିନେତ୍ରୀଙ୍କୁ ଏକ ଓଟ ସହିତ ପୋଜ୍ କରୁଥିବା ଦେଖିବାକୁ ମିଳିଛି ଯେଉଁଥିରେ ସେ ଖୁବ ସୁନ୍ଦର ଲାଗୁଛନ୍ତି । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସୋନାକ୍ଷୀ ସିହ୍ନାଙ୍କୁ ଶେଷ ଥର ଫିଲ୍ମ ‘ଦହାଡ’ରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିଥିଲେ ।

The post ଇଜିପ୍ଟରେ ଭ୍ୟାକେସନ୍ ମନାଉଛନ୍ତି ବଲିଉଡ ‘ଦବଙ୍ଗ ଗାର୍ଲ’ ସୋନାକ୍ଷୀ ସିହ୍ନା, ଭାଇରାଲ ହେଉଛି ଫଟୋ appeared first on KNews Odisha.